ତେବେ ମଙ୍ଗଳ ରେ ଖାଦ୍ୟ ଉତ୍ପାଦନ ଲାଗି ଆବଶ୍ୟକ ସାମଗ୍ରୀ ଏବଂ ଉତ୍ପାଦକ ମାନଙ୍କୁ ସଠିକ ଭାବେ କ୍ଷେତିକାରକ ରଶ୍ମି ରୁ ସୁରକ୍ଷା ଦେଇ ହେବ ନ ନାହିଁ ତାହା ଏକ ଗୁରୁତ୍ୱପୂର୍ଣ ଦିଗ |ତେଣୁ ଏହାକୁ ଲକ୍ଷ୍ୟସାଧ୍ୟ କରିବା ଲାଗି ମାର୍ସ ବାୟୋ ଫାଉଣ୍ଡରୀ ପରି ଯୋଜନା ଆବଶ୍ୟକ ଯଦ୍ୱାରା ଖାଦ୍ୟ ସୁରକ୍ଷା ସହ ବାୟୁମଣ୍ଡଳ ଓ ପରିବେଶ ସଂରକ୍ଷଣ ମଧ୍ୟ କରିହେବ -
-ମଙ୍ଗଳ ଗ୍ରହ ର ପରିବେଶ ପୃଥିବୀ ଠାରୁ ବେଶ ବିପାରିତ ଯେପରି ଏହାର ଗ୍ରାଭିଟି ପୃଥିବୀପୃଷ୍ଠ ର ୩ ଭାଗ ରୁ ୧ ଭାଗ
-ଏହି ଗ୍ରହ କୁ ପୃଥିବୀ ଠାରୁ ଅଧା ସୂର୍ଯ୍ୟ ରଶ୍ମି ମିଳିଥାଏ|
-ଏଠି ଅତିବାଇଗଣୀ ରଶ୍ମି ର ପ୍ରକୋପ ଅଧିକ|
-ଏହାର ତାପମାତ୍ରା -୬୦ ଡ଼ିଗ୍ରୀ ହେବ ସହ ଅଙ୍ଗାରକାମ୍ଳ ର ମାତ୍ରା ଏଠାରେ ବହୁତ ଅଧିକ |
-ଏହା ବ୍ୟତୀତ ମଙ୍ଗଳ ଗ୍ରହ ର ମୃତ୍ତିକା ପୃଥିବୀ ପରି ଉର୍ବର ନୁହେଁ !
-ଏଥିରେ ଥିବା ରେଗୋଲିଥ ମନୁଷ୍ୟ ଲାଗି ସମ୍ପୂର୍ଣ କ୍ଷେତିକାରକ |
-ଖୁବ କମ ମାତ୍ରା ରେ ଥିବା ପାଣି ସବୁତକ ବରଫ ଅବସ୍ଥା ରେ ଅଛି ଏବଂ ଏହାର ବାୟୁମଣ୍ଡଳ ର ଚାପ ଦ୍ୱାରା ପାଣି ଏଠାରେ ୫ ଡିଗ୍ରୀ ରେ ମଧ୍ୟ ଫୁଟିବାକୁ ଲାଗିଥାଏ |
ତେଣୁ ଏହିପରି ପ୍ରତିକୂଳ ପରିସ୍ଥିତି ରେ ଧରାପୃଷ୍ଠ ରେ ବଢିଥିବା ଗଛ ମାନେ ମଙ୍ଗଳ ଗ୍ରହ ରେ ବଢିବା କାଠି କର ପାଠ |ଏହି କାରଣରୁ ମଙ୍ଗଳ ଗ୍ରହ ରେ ଉତ୍ପାଦନ କରିବା ଲାଗି ବିଶେଷ ଭାବେ କୁତ୍ରିମ ଗଛ ନିର୍ମାଣ କରିବାକୁ ପଡିବ ଏବଂ ନୂତନ ପ୍ରଯୁକ୍ତି ସାହାଯ୍ୟରେ ବାୟୁମଣ୍ଡଳ ତଥା ମୂର୍ତ୍ତିକ ପରିବର୍ତ୍ତନ କରିବାକୁ ପଡିବ |
ଉଧାରଣ ସ୍ୱରୂପ ସୂର୍ଯ୍ୟ ରଶ୍ମି ର ବୃଦ୍ଧି ଏବଂ ଅତିବାଇଗଣୀ ରଶ୍ମି ର ମାତ୍ରା କୁ କମେଇବାକୁ ହେବ ଫଳରେ ବୃକ୍ଷ ଖାଦ୍ୟ ପ୍ରସ୍ତୁତ କରିବାରେ ସକ୍ଷମ ହେବ |ସେହିପରି ଅଧିକ ଥଣ୍ଡା ରେ ବଢିପାରୁଥିବା ପରା ଉତ୍ପତ୍ତି ମୂଳକ ଉଦ୍ଭିଦ ବା ଟ୍ରାନ୍ସ- ଜେନିକ ବୃକ୍ଷ ତିଆରି କରିବାକୁ ହେବ |ସେହିପରି ଜୀବାଣୁ ସାହାଯ୍ୟରେ ମଙ୍ଗଳ ଗ୍ରହ ର ମୃତ୍ତିକା କୁ ସୁଧାରିବାକୁ ହେବ ଏବଂ ଏହି ପରି କେତୋଟି ଆହ୍ୱାନ କୁ ସ୍ୱୀକୃତି ଦେଇପାରିଲେ ;ମଙ୍ଗଳ ଗ୍ରହ ରେ ଖାଦ୍ୟ ଉତ୍ପାଦନ ହେବାକୁ ଆଉ ବେଶୀ ସମୟ ନାହିଁ ବୋଲି ଜାଣିବା !
Share your comments