1. ଅନ୍ୟାନ୍ୟ

ବାରମ୍ବାର ରାଗି ଯାଉଛନ୍ତି କି ?

ବାରମ୍ବାର ରାଗି ଯାଉଛନ୍ତି କି ?

KJ Staff
KJ Staff

କଣ ହୁଏ ରାଗିଲେ ??
ଆପଣ ରାଗିବ ଆରମ୍ଭ କଲେ ବିଭିନ୍ନ ହର୍ମୋନ ଯଥା ଟେଷ୍ଟସ୍ଟିରନ ବୃଦ୍ଧି ହୁଏ ,ରକ୍ତ ଚାପ ଅକସ୍ମାତ ବଢିଯାଏ ,ହୃଦ ଗତି ଅଧିକ ହୁଏ ଏବଂ ମସ୍ତିସ୍କ ର ବାମ ଭାଗ ସନ୍ତୁଳିତ ହୋଇଥାଏ |ଏହି ସବୁ କାରଣରୁ ହୁଏତ କିଛି ଲୋକଙ୍କ ର ଅଧିକ ରାଗିଲେ ମୁଣ୍ଡ ବିନ୍ଧ ଏବଂ ଛାତି କାଟିବା ପରି ଲକ୍ଷଣ ଦେଖିବାକୁ ମିଳିଥାଏ |

କେମିତି କରିବେ ରାଗ କୁ ନିୟନ୍ତ୍ରଣ ??
-ଅଧିକ ରାଗିଲେ ଟିକେ ବାହାରେ ବୁଲି ଆସନ୍ତୁ ବା ଚଲା ବୁଲା କରନ୍ତୁ |ସ୍ଥାନ ପରିତ୍ୟାଗ କରି ବାହାରେ ବୁଲି ଆସିଲେ ମନ ଶାନ୍ତ ହେବାର ସମ୍ଭାବନା ଅଛି |

-ରାଗିଗଲେ ଅଲଗା ହୋଇ ଠାରେ ଭାବନ୍ତୁ ଯେ ଆପଣ କାହିଁକି ରାଗିଲେ ?ଏକାନ୍ତ ରେ ନିଜ ସହ ସମୟ ବିତାଇଲେ ଆପଣ ଏହି ପ୍ରଶ୍ନ ର ଉତ୍ତର ନିଶ୍ଚିନ୍ତ ପାଇବେ |


-ରାଗିଲେ ଆପଣ ସ୍ୱୟଂ ନିଜର କ୍ଷେତି କରୁଛନ୍ତି ବୋଲି ମନେ ରଖନ୍ତୁ |ଏକଥାକୁ ବୁଝିପାରିଲେ ଆପଣ ବାରମ୍ବାର ରାଗିବେ ନାହିଁ |

-ଯଦି କାହା ସହ ଝଗଡା ହୋଇଛି ତେବେ କଥା କୁ ଅଧିକ ନ ବଢ଼ାଇ ସ୍ଥାନ ପରିତ୍ୟାଗ କରିବା ଅବୟସ୍କ |ଏହା ଉଭୟ ପକ୍ଷ ଲାଗି ଉଚିତ |


-ରାଗିଲେ କିଛି ଭି କହିବା ପୂର୍ବରୁ ଥରୁଟିଏ ଭାବନ୍ତୁ |ରାଗ ରେ କହିଥିବା କଥା ହୁଏତ ଆପଣାକୁ ଅନ୍ୟ ସମୟରେ ଅନୁତାପ କରିବାକୁ ପଡିପାରେ |

-ରାଗ ଶାନ୍ତ ହେଲା ପରେ ତୁରନ୍ତ ବୁଝାବଣା କରନ୍ତୁ |ଏମିତି କଲେ ସମ୍ପର୍କ ସୁଦୃଢ ହୋଇ ରହେ |ଅଧିକ ଦିନ ରାଗ ଧରି ରଖନ୍ତୁ ନାହିଁ |


-ମନେ ରଖନ୍ତୁ କ୍ଷମା ସବୁଠାରୁ ବଡ ଉପହାର |ଯଦି ଆପଣ କାହାକୁ କ୍ଷମା କରିପାରିଲେ ଏହା ଆପଣଙ୍କୁ ନିଶ୍ଚିନ୍ତ ଶୁଭ ଫଳ ଦେବା ଏବଂ ପରସ୍ପର ଭୁଲ ବୁଝାବଣା ମଧ୍ୟ ହେବ ହେବ ନାହିଁ |

Like this article?

Hey! I am KJ Staff. Did you liked this article and have suggestions to improve this article? Mail me your suggestions and feedback.

Share your comments