1. ଅନ୍ୟାନ୍ୟ

ଆସନ୍ତା ମାସରୁ ଶସ୍ତା ହେବ ଟମାଟୋ ଦର

ଗତ କିଛି ମାସ ହେବ ଦେଶରେ ପନିପରିବା ଦର ଆକାଶ ଛୁଆଁ ହୋଇଛି l ଖାଲି ପନିପରିବା ଦର ନୁହେଁ ଏହା ସହିତ ଅନ୍ୟନ୍ୟ ଖାଦ୍ୟ ପଦାର୍ଥ ଦର ମଧ୍ୟ ବଢିଛି l ଯାହାକୁ ନେଇ ବ୍ୟବସାୟୀଙ୍କ ଲାଭ ହେଉଥିବାବେଳେ ଖାଉଟି ହନ୍ତସନ୍ତ ହେଉଛନ୍ତି l ତେବେ ଟମାଟୋ ଦାମ୍‌କୁ ନେଇ ଚିନ୍ତିତ ଥିବା ଲୋକମାନଙ୍କୁ ଦରବୃଦ୍ଧିରୁ ଆଶ୍ବସ୍ତି ମିଳିବ ମିଳିବାକୁ ଯାଉଛି । କାରଣ ଆସନ୍ତା ମାସରୁ ଟମାଟୋ ଦାମ୍ କମ୍ ହେବାର ସମ୍ଭାବନା ସୃଷ୍ଟି ହୋଇଛି ।

Tanushree Mahapatra
Tanushree Mahapatra
Good news the price of tomato will come down soon,image source - pexels.com

Good news the price of tomato will come down soon,image source - pexels.com

ଗତ କିଛି ମାସ ହେବ ଦେଶରେ ପନିପରିବା ଦର ଆକାଶ ଛୁଆଁ ହୋଇଛି l  ଖାଲି ପନିପରିବା ଦର ନୁହେଁ ଏହା ସହିତ ଅନ୍ୟନ୍ୟ ଖାଦ୍ୟ ପଦାର୍ଥ ଦର ମଧ୍ୟ ବଢିଛି l ଯାହାକୁ ନେଇ ବ୍ୟବସାୟୀଙ୍କ ଲାଭ ହେଉଥିବାବେଳେ ଖାଉଟି ହନ୍ତସନ୍ତ ହେଉଛନ୍ତି l ତେବେ ଟମାଟୋ ଦାମ୍‌କୁ ନେଇ ଚିନ୍ତିତ ଥିବା ଲୋକମାନଙ୍କୁ ଦରବୃଦ୍ଧିରୁ ଆଶ୍ବସ୍ତି ମିଳିବ ମିଳିବାକୁ ଯାଉଛି ।

କାରଣ ଆସନ୍ତା ମାସରୁ ଟମାଟୋ ଦାମ୍ କମ୍ ହେବାର ସମ୍ଭାବନା ସୃଷ୍ଟି ହୋଇଛି । ହିମାଚଳପ୍ରଦେଶରୁ ଟମାଟୋ ବଜାରକୁ ଆସିବା ପରେ ଦାମ୍ କମ୍ ହେବ ବୋଲି କୁହାଯାଉଛି । ‌କେନ୍ଦ୍ର ସରକାରଙ୍କ ଆକଳନ ଅନୁସାରେ ଜୁଲାଇ  ମାସ ତୁଳନାରେ ଅଗଷ୍ଟରେ ଟମାଟୋ ଉତ୍ପାଦନରେ ପ୍ରାୟ ଦୁଇ ଗୁଣା ପାଖାପାଖି ବୃଦ୍ଧି ଘଟିବ ବୋଲି ଆକଳନ କରାଯାଉଛି । ସେହିପରି ସୂଚନା ଅନୁଯାୟୀ ଜୁଲାଇରେ ପାଖାପାଖି ୨,୨୩,୦୦୦ ଟନ୍ ଟମାଟୋ ଉତ୍ପାଦନ ହୋଇଥିଲା । ଯାହା ଅଗଷ୍ଟରେ ୫,୪୪,୦୦୦ ଟନ୍ , ସେହିପରି  ସେପ୍ଟେମ୍ବରରେ ୯,୫୬,୦୦୦ ଟନ୍ ଓ ଆଗକୁ ଅକ୍ଟୋବର ମାସରେ ୧୩,୩୩,୦୦୦ ଟନ୍‌କୁ ବୃଦ୍ଧି ପାଇବ ବୋଲି ଆକଳନ କରାଯାଉଛି । 

ବଜାରରେ ଯେତେ ଅଧିକରୁ ଅଧିକ ଟମାଟୋ ପହଞ୍ଚିବ ତାହାର ଦାମ୍‌ରେ ସେହି ଅନୁସାରେ ହ୍ରାସ ଘଟିବ ବୋଲି କୁହାଯାଉଛି । ତେବେ ହିମାଚଳପ୍ରଦେଶ, କର୍ଣ୍ଣାଟକ, ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶ, ତାମିଲନାଡୁ, ତେଲେଙ୍ଗାନା ଓ ମଧ୍ୟପ୍ରଦେଶ ଭଳି ପ୍ରମୁଖ ଟମାଟୋ ଚାଷ ହେଉଥିବା ରାଜ୍ୟଗୁଡ଼ିକରେ ଆଗକୁ ଉତ୍ପାଦନ ବଢ଼ିବାର ସମ୍ଭାବନା ରହିଛି । ସେହିପରି ଗତ ଜୁଲାଇରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାରୁ ଟମାଟୋ ଫସଲ ବ୍ୟାପକ ଭାବେ ନଷ୍ଟ ହୋଇଥିଲା । ଯେଉଁଥିପାଇଁ ଟମାଟୋ ସହିତ ଅନ୍ୟାନ୍ୟ ପନିପରିବା ଦର ବଢିଥିଲା l ଟମାଟୋର କେଜି ପିଛା ଦାମ୍ କିଛି ଦିନ ଭିତରେ ୧୦୦ ଟଙ୍କା, ୨୦୦ ଓ ପରେ ୨୫୦ ଟଙ୍କାରୁ ଅଧିକ ହୋଇଯାଇଥିଲା । ଏବେ ଏହି ଦର ବୃଦ୍ଧିକୁ ନେଇ ଚିନ୍ତାରେ ପଡିଛନ୍ତି ଗ୍ରାହକ ତଥା ଗରିବ ଶ୍ରେଣୀର ଲୋକେ l

ତେବେ ଏ ନେଇ ଏକ ଭଲ ଖବର ସାମ୍ମନାକୁ ଆସିଛି l କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ କହିବା ଅନୁଯାୟୀ, ସରକାର ବିଲାତି ବା ଟମାଟୋ, ପିଆଜ , ଚାଉଳ ଏବଂ ଡାଲି ଭଳି ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀର ମୂଲ୍ୟ ଉପରେ ନଜର ରଖିଛନ୍ତି  l ଘରୋଇ ଉପଲବ୍ଧତା ବୃଦ୍ଧି ସ୍ଥିର କରିବା ପାଇଁ ମଧ୍ୟ ପଦକ୍ଷେପ ନେଉଛନ୍ତି । ତେବେ ମୌସୁମୀ ଅଧିବେଶନରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଲୋକସଭାରେ ଏକ ଲିଖିତ ଉତ୍ତର ଦେଇ କହିଛନ୍ତି ଯେ, ସରକାର ୫୩୬ ମୂଲ୍ୟ ମନିଟରିଂ ସେଣ୍ଟର ମାଧ୍ୟମରେ ମୋଟ ୨୨ ଟି ଜରୁରୀ ଖାଦ୍ୟ ସାମଗ୍ରୀର ଖୁଚୁରା ଏବଂ ହୋଲସେଲ ମୂଲ୍ୟ ଉପରେ ନଜର ରଖିଛନ୍ତି । ଯାହା ଏହି ଦର ବୃଦ୍ଧିକୁ ଆୟତ କରିବ l

ଏହି ବୃଦ୍ଧି ପାଉଥିବା ଖାଦ୍ୟ ସାମଗ୍ରୀର ମୂଲ୍ୟ ସ୍ଥିର ରଖିବା ପାଇଁ ଅର୍ଥମନ୍ତ୍ରୀଙ୍କ ଅନୁଯାୟୀ, ସରକାର ଅନେକ ପଦକ୍ଷେପ ନେଇଛନ୍ତି, ଯାହାକି ବଫର ଷ୍ଟକରୁ ପିଆଜ ଏବଂ ଡାଲି ଷ୍ଟକକୁ ଠିକ ସମୟରେ ମୁକ୍ତ କରିବା, ବ୍ୟବସାୟୀହୋଲସେଲର ଏବଂ ଖୁଚୁରା ବ୍ୟବସାୟୀଙ୍କ ଉପରେ ନଜର ରଖିବା ଏବଂ ସୀମା ଧାର୍ଯ୍ୟ କରିବା, ହୋର୍ଡିଂ ରୋକିବା ପାଇଁ ସଂସ୍ଥାଗୁଡ଼ିକ ଦ୍ୱାରା ଘୋଷିତ ଷ୍ଟକ୍ ଉପରେ ନଜର ରଖିବା ଭଳି କାର୍ଯ୍ୟ କରୁଛନ୍ତି ସରକାର l ସେହିପରି ମନୋନୀତ ଦ୍ରବ୍ୟର ରପ୍ତାନି ଉପରେ ପ୍ରତିବନ୍ଧକ ଲଗାଇବା ସହିତ ଆମଦାନୀ କୋଟା ପରିବର୍ତ୍ତନ କରିବା ମଧ୍ୟ ଅନ୍ତର୍ଭୁକ୍ତ ରହିଛି ।

ତେବେ ସେହିପରି ଏବେ କେନ୍ଦ୍ର ସରକାରଙ୍କ ଗ୍ରାହକ ବ୍ୟାପାର ବିଭାଗର ୱେବସାଇଟରୁ ମିଳିଥିବା ତଥ୍ୟ ଅନୁଯାୟୀ , ଜୁଲାଇ ୧ ତାରିଖ ଓ ୩୧ ତାରିଖ ମଧ୍ୟରେ ଟମାଟୋ ଦରରେ ବୃଦ୍ଧି ହିସାବ କରାଯାଇଛି । ୨୦୧୪ ମସିହାରୁ ୨୦୨୩ ମସିହା ମଧ୍ୟରେ ଥିବା ଗତ ୧୦ ବର୍ଷର ଡାଟାକୁ ନେଇ ସମୀକ୍ଷା କରାଯାଇଛି ସରକାରୀ ସ୍ତରରେ । ସେହିପରି ୨୦୧୪ ଜୁଲାଇ ମାସ ୧ ତାରିଖରେ ଟାମାଟୋ କେଜି ପ୍ରାୟ ୧୯ ଟଙ୍କା ରହିଥିବା ବେଳେ ଜୁଲାଇ ୩୧ରେ ଏହା ୬୦ ଟଙ୍କା ରହିଥିଲା । ସେହିପରି ୨୦୧୫ ମସିହା ଜୁଲାଇ ୧ରେ ୩୮ ଟଙ୍କା ରହିଥିବା ବେଳେ ଏହା ୩୧ରେ ପ୍ରାୟ ୩୯ ଟଙ୍କା ରହିଥିଲା  । ତେବେ ୨୦୨୩ ରେ ଟମାଟୋ ଦର ଜୁଲାଇ ମାସରେ ୧୦୦ ଶତଶତ ବୃଦ୍ଧି ଘଟିଥିବା ଦେଖିବାକୁ ମିଳିଛି ।

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments