1. ଅନ୍ୟାନ୍ୟ

ଆପଣ ମଧ୍ୟ ହୃଦ୍ରୋଗ ରେ ପୀଡିତ କି ?

ଆପଣ ମଧ୍ୟ ହୃଦ୍ରୋଗ ରେ ପୀଡିତ କି ?

KJ Staff
KJ Staff

-ନିଶ୍ଚିନ୍ତ ପଢନ୍ତୁ ଏହାର ପ୍ରତିକାର !
-ଡଃ ନିରଞ୍ଜନ ତ୍ରିପାଠୀ ଙ୍କ ମୁହଁରୁ ପଦେ…

ମାତ୍ର ୩୦୦ ଗ୍ରାମ ଓଜନ ର ପମ୍ପ ହୃଦପିଣ୍ଡ ଅହନିଃର୍ସ କାମ କରି ରକ୍ତ ପରିସ୍କାର କରିବା ସହ ଶରୀରରେ ସମସ୍ତ ଅଙ୍ଗ ପ୍ରତ୍ୟେଙ୍ଗ କୁ ରକ୍ତ ଯୋଗାଇ |କୌଣସି କାରଣରୁ ଏହା ୨-୩ ମିନିଟ ମଧ୍ୟ ବନ୍ଦ ହୋଇଗଲେ ଏହାକୁ କାର୍ଡିଆକ ଆରେଷ୍ଟ ବୋଲି କୁହାଯାଏ,ଯାହା ଅକସ୍ମାତ ମୃତ୍ୟୁ ର ଏକ ପ୍ରମୁଖ କାରଣ |
-ହୃଦପିଣ୍ଡ ର କରୋନାରୀ ଧମନୀ ରେ ରକ୍ତ ପ୍ରଭାହ ବାଧାପ୍ରାପ୍ତ ହେଲେ ହୃଦ୍ଘାତ ବା ହାର୍ଟଆଟାକ ପରି ସମସ୍ୟା ସୃଷ୍ଟି ହୁଏ |

ଏହା ଠାରୁ ରକ୍ଷା ପାଇବେ କିପରି ?
-ହୃଦପିଣ୍ଡ ର ସୁରକ୍ଷା ଲାଗି ପିଲାଦିନରୁ ସୁଷମ ଖାଦ୍ୟ ଖାଇବା ,ବ୍ୟାୟାମ କରିବା ,ସନ୍ତରଣ ଶିଖିବା ,ଉଚ୍ଚତା ଅନୁସାରେ ଓଜନ ଠିକ ରଖିବା ଏସବୁ ପ୍ରତି ନିଶ୍ଚିନ୍ତ ଧ୍ୟାନ ଦିଅନ୍ତୁ |
-ବଡ ହେବ ପରେ ମଧ୍ୟ ଫୁଟବଲ ,କ୍ରିକେଟ ପରି ବିଭିନ୍ନ ଶାରୀରିକ ବ୍ୟାୟାମ ହେଉଥିବା ଭଳି ଖେଳ ରେ ନିୟୋଜିତ ରହିବ ଉଚିତ |
-ମନ ଖୋଲା ହସ ଦ୍ୱାରା ଆଡ୍ରେନାଲୀନ ପରି ଷ୍ଟ୍ରେସ ହର୍ମୋନ ର ମାତ୍ର କମିଥାଏ ବୋଲି ଆମେରିକୀୟ ହାର୍ଟ ଆସୋସିଏସନ ଦ୍ୱାରା ପ୍ରକାଶ କରାଯାଇଛି |

-ଧାମଣୀ ରେ ହେଉଥିବା ପ୍ରଦାହ ଦୂର କରି ଉପକାରୀ କଲେଷ୍ଟେରୋଲ ର ମାତ୍ର ବୃଦ୍ଧି ପାଏ |ଏହା ହୃଦପିଣ୍ଡ କୁ ସୁସ୍ଥ ରଖେ ଏବଂ ହୃଦଘାତ ରୁ ରକ୍ଷା ଦିଏ|
-ଧୁମ ପାନ ,ଗୁଣ୍ଡି ,ଜର୍ଦା ,ଗୁଟକା ,ଆଦି ତମ୍ବାକୂ ସେବନ ପେଟରେ ଚର୍ବି ଜମିବା ଏବଂ ମୋଟାପା, ରକ୍ତ ରେ କ୍ଷେତିକାରକ କୋଲେଷ୍ଟେରୋଲ ବୃଦ୍ଧି ଆଦି ହୃଦ ରୋଗ ର ପ୍ରମୁଖ କାରଣ |

-ବିଶେଷ କରି ଏହି ରୋଗ ରୁ ସୁରକ୍ଷା ଲାଗି ନିଜର ଖାଦ୍ୟ ବା ଡାଏଟ ଉପରେ ମଧ୍ୟ ନଜର ରଖନ୍ତୁ |ବିଭିନ୍ନ ପ୍ରକାର ଫଳ ,ପନି ପରିବା,ଅକାଣ୍ଡିଆ ଚାଉଳ ,ଗହମ ,ଲହୁଣୀ ନଥିବା କ୍ଷୀର ,ଭଲଭାବେ ଚର୍ମ କଢ଼ାଯାଉଥିବା କୁକୁଡ଼ା ମାଂସ ,ମାଛ ,ଡ୍ରାଏ ଫ୍ରୁଟ ,ଡାଲି ଜାତୀୟ ଦ୍ରବ୍ୟ ଇତ୍ୟାଦି ବେଶ ଉପଯୋଗୀ |
-ସେହିପରି କିଛି ଖାଦ୍ୟ ଯେପରି ଲୁଣ ,ଛେଳି ମାଂସ ,ଅଧିକ ତେଲ ,ଫାଷ୍ଟ ଫୁଡ ,ଘିଅ,ଟ୍ରାନ୍ସ ଫ୍ୟାଟ ଇତ୍ୟାଦି ଠାରୁ ଦୁରେଇ ରୁହନ୍ତୁ |
-ପ୍ରତିଦିନ ଖଣ୍ଡେ ଡାର୍କ ଚକଲେଟ ଖାଇଲେ ଏଥିରେ ଥିବା ଆଣ୍ଟି ଅକ୍ସୀଡାଣ୍ଟ ଧମନୀ କୁ ସୁରକ୍ଷା କରେ |

-ସ୍ୱାସ୍ଥ୍ୟ ର ସୁରକ୍ଷା ଲାଗି ପ୍ରତିଦିନ ସୁରକ୍ଷା ଲାଗି ପ୍ରତିଦିନ ସକାଳୁ ଉଠି ପୁରାପେଟ ସ୍ୱାସ୍ଥ୍ୟକର ଜଳଖିଆ ନିଶ୍ଚିନ୍ତ ଖାଆନ୍ତୁ |

-ଦୈନିକ ବ୍ୟାୟାମ ,ସାଇକେଲ ଚଳାଇବା ,ଯୋଗ କରିବା ,ଜିମ ଯିବା ,ଭ୍ରମଣ କରିବା ପରି ସ୍ୱାସ୍ଥ୍ୟକର ଅଭ୍ୟାସ ନିଶ୍ଚିନ୍ତ ରଖନ୍ତୁ |

-କାର୍ଯ୍ୟାଳୟ ,ଦୋକାନ ଆଦି ସ୍ଥାନରେ ଅଧିକ ସମୟ ବସି ରହିବା ହୃଦ୍ରୋଗ ର ଅନ୍ୟତମ କାରଣ |
ଏହା ମେଦବହୁଳତା ,କୋଲେଷ୍ଟେରୋଲ ,ଶର୍କରା ,,ଯକୃତ ଚର୍ବି ଭଳି ସମସ୍ୟା ସୃଷ୍ଟି କରେ |ଏଭଳି ଡେସ୍କ ଯକି ବା କାଉଚ ପୋଟାଟୋ ହେବ ଆଦୌ ଉଚିତ ନୁହେଁ |
-ଲିଫ୍ଟ ବଦଳରେ ସୀଢୀ ର ବ୍ୟବହାର କରନ୍ତୁ |
-ଅବସର ପାଇଲେ ପିଲା ମାନଙ୍କ ସହିତ ନିଶ୍ଚିନ୍ତ ଖେଳନ୍ତୁ|
-ବର୍ଷକୁ ଥରେ ଶାରୀରିକ ସବୁପ୍ରକାର ପରୀକ୍ଷା କରାଇନେବା ଉଚିତ |
-ପ୍ରାକୃତିକ ସୌନ୍ଦର୍ଯ୍ୟପୂର୍ଣ ବାତାବରଣ ରେ ସମୟ ଅତିବାହିତ କରନ୍ତୁ |ଏହା ମାନସିକ ଚାପ ହ୍ରାସ କରେ ଯାହା ହୃଦ ରୋଗ ର ଏକ ଗୁରୁତ୍ୱପୂର୍ଣ କାରଣ |
-ସର୍ବୋପରି କ୍ରୋଧରୁ ଦୁରେଇ ଖୁସିରେ ରହିବାର ପ୍ରୟାସ କରନ୍ତୁ |

 

-ଜୀବନ ବିକାଶ ,ନିମସାହି ,କଟକ

 

Like this article?

Hey! I am KJ Staff. Did you liked this article and have suggestions to improve this article? Mail me your suggestions and feedback.

Share your comments