1. ଅନ୍ୟାନ୍ୟ

ମାଙ୍କଡ ଠାରୁ ମଣିଷ ଶିଖିଛି ନୃତ୍ୟ !ଗବେଷଣା ରୁ ସ୍ପଷ୍ଟ

ମାଙ୍କଡ ଠାରୁ ମଣିଷ ଶିଖିଛି ନୃତ୍ୟ !ଗବେଷଣା ରୁ ସ୍ପଷ୍ଟ

KJ Staff
KJ Staff
ନ୍ୟୁ ୟୋର୍କ ର ଗବେଷକ ମାନେ ୨ ଟି ଚିଂପାଞ୍ଜି କୁ ଯିବା ଉଦ୍ୟାନ ମଧ୍ୟରେ ମଣିଷ ପରି ନୃତ୍ୟ କରିବାର ଦେଖିଥିଲେ |ସାଇଣ୍ଟିଫିକ ରିପୋର୍ଟ ରେ ପ୍ରକାଶ ପାଇଥିବା ଏକ ଗବେଷଣା ରିପୋର୍ଟ ଅଣୁଅଜୟୀ ଗବେଷକ ମାନେ ଏହି ପରି ମାଙ୍କଡ ନୃତ୍ୟ କରିବା ସମୟରେ ଆବଶ୍ୟକ ହାଥ ଗୋଡ ମସ୍ତିସ୍କ ଇତ୍ୟାଦି ର କାର୍ଯ୍ୟଶୈଳୀ ,ଯୋଜନା ଓ ସମନ୍ୱୟ ସହ ମଣିଷ ର କାର୍ଯ୍ୟଶୈଳୀ ରେ ସାମନଜ୍ୟତା ଦେଖିଥିଲେ ଅର୍ଥାତ ମାଙ୍କଡ ନୃତ୍ୟ କରିବା ସମୟରେ ତାର ଶରୀର ର କାର୍ଯ୍ୟକଳାପ ସହ ମଣିଷ ଏକ ବ୍ୟାଣ୍ଡ ପାଟି ରେ ଗୀତ ଗାଇବା ବେଳେ ହୋଇଥିବା ଶରୀର ରେ କାର୍ଯ୍ୟକଳାପ ଉଭୟ ସମାନ ବୋଲି ମତ ପ୍ରକାଶ କରିଛନ୍ତି ଗବେଷକ ଦଳ |
"ନୃତ୍ୟ ମଣିଷ ର ଏକା ବିଚିତ୍ର କଳା |ଏହା ଦ୍ୱାରା ଶରୀର ର ଅଙ୍ଗ ପ୍ରୟୋଗ କରି ମଣିଷ ବହୁତ କିଛି ବର୍ଣନା କରିଥାଏ |ହେଲେ ବିଶ୍ୱ ର ଏତେ ଗୁଡ଼େ ନୃତ୍ୟ ଶୈଳୀ ରେ ମଣିଷ ମାନଙ୍କ ଶରୀର ମଧ୍ୟରେ ହେଉଥିବା ଯୋଜନା ଓ ସମନ୍ୱୟ ଏବଂ ତାହା ପ୍ରଥମେ କେଉଁଠାରୁ ଆରମ୍ଭ ହୋଇଥିଲା ଏହା ମଧ୍ୟ ସ୍ପଷ୍ଟ ହୋଇପାରି ନାହିଁ ବୋଲି ମତ ଦେଇଛନ୍ତି ଗବେଷକ ୟୁ.ଏସ ସ୍ତିତ ୱାରୟୀକ ବିଶ୍ୱବିଦ୍ୟାଳୟ ର ଆଡରିଆନୋ ଲମେଇରା |ନୃତ୍ୟ କରୁଥିବା ସମସ୍ତ ମଣିଷ କୁ ନିଜ ଦଳ ସହ ସମାନ ଭାବେ ଶରୀର ର ଗତି କୁ ସମାନ ଭାବେ ନିୟନ୍ତ୍ରିତ କରିବାକୁ ପଡିଥାଏ ଯାହାକି ବେଶ କାଠି କର ପାଠ ତେଣୁ ଏହି ପରି ଶରୀର ର ଗତି ନିୟନ୍ତ୍ରଣ ବା ନୃତ୍ୟ ଶିଳ୍ପ ମାଙ୍କଡ ପୂର୍ବରୁ କୌଣସି ପଶୁ ରେ ଦେଖିବାକୁ ମିଳିନଥିଲା |

ଏନେଇ ଗବେଷକ ମାନେ ଯିବା ଉଦ୍ୟାନ ରେ ଥିବା ୨ ଟି ଚିଂପାଞ୍ଜି ଙ୍କ ନୃତ୍ୟ ରେ ଶରୀର ର ଗତି ନିୟନ୍ତ୍ରଣ ଏବଂ ଯୋଜନା ଓ ସମନ୍ୱୟ ଦେଖିଲା ପରେ ଏହା ମାନିବାକୁ ବାଧ୍ୟ ହୋଇଥିଲେ ଯେ ନୃତ୍ୟ ଶୈଳୀ ମଣିଷ ମଧ୍ୟ ମାଙ୍କଡ ଠାରୁ ଶିଖିଛି |ଯଦିଓ ଏହା ସମ୍ପୂର୍ଣ ଭାବେ ସ୍ପଷ୍ଟ ହୋଇପାରି ନାହିଁ ତଥାପି ଏହା ମଣିଷ ର ନୃତ୍ୟ ଶିଖିବାର ଗୁଣ ମାଙ୍କଡ ମାନଙ୍କ ଠାରୁ ଅଣିଥିବାର ବିଶ୍ୱାସ କରୁଛନ୍ତି ଗବେଷକ ଦଳ |

 

Like this article?

Hey! I am KJ Staff. Did you liked this article and have suggestions to improve this article? Mail me your suggestions and feedback.

Share your comments