1. ଅନ୍ୟାନ୍ୟ

ଚାଉଳ ରପ୍ତାନୀ ବନ୍ଦ କଲା ଭାରତ : ରେକର୍ଡ ସ୍ତରରେ ଚାଉଳ ମୂଲ୍ୟ !

ନିକଟରେ ଅନେକ ଖାଦ୍ୟ ଶସ୍ୟର ଦର ବଢିଥିଲା l ପନିପରିବା ଠାରୁ ଆରମ୍ଭ କରି ମସଲା ଜାତୀୟ ଖାଦ୍ୟ ଏବଂ ଡାଲି ଏବଂ ଚାଉଳ ଭଳି ଖାଦ୍ୟ ପଦାର୍ଥର ଦର ବଢିଥିବା ଦେଖିବାକୁ ମିଳିଥିଲା l ଏହି ଦର ବୃଦ୍ଧିକୁ ସରକାର ଆୟତ୍ତରେ ଆଣିବାକୁ ଅନେକ ଚେଷ୍ଟା କରି ସଫଳ ମଧ୍ୟ ହୋଇଛନ୍ତି l ତେବେ ଆଗକୁ ଦେଶରେ ଚାଉଳ ଉପଲବ୍ଧତାକୁ ଦୃଷ୍ଟିରେ ରଖି ରପ୍ତାନି ସହିତ ଟାକ୍ସ ମଧ୍ୟ ଲଗାଇଛନ୍ତି l

Tanushree Mahapatra
Tanushree Mahapatra
Indie stopped the export of rice, image source - pexels.com

Indie stopped the export of rice, image source - pexels.com

ନିକଟରେ ଅନେକ ଖାଦ୍ୟ ଶସ୍ୟର ଦର ବଢିଥିଲା l ପନିପରିବା ଠାରୁ ଆରମ୍ଭ କରି ମସଲା ଜାତୀୟ ଖାଦ୍ୟ ଏବଂ ଡାଲି ଏବଂ ଚାଉଳ ଭଳି ଖାଦ୍ୟ ପଦାର୍ଥର ଦର ବଢିଥିବା ଦେଖିବାକୁ ମିଳିଥିଲା l ଏହି ଦର ବୃଦ୍ଧିକୁ ସରକାର ଆୟତ୍ତରେ ଆଣିବାକୁ ଅନେକ ଚେଷ୍ଟା କରି ସଫଳ ମଧ୍ୟ ହୋଇଛନ୍ତି l ତେବେ ଆଗକୁ ଦେଶରେ ଚାଉଳ ଉପଲବ୍ଧତାକୁ ଦୃଷ୍ଟିରେ ରଖି ରପ୍ତାନି ସହିତ ଟାକ୍ସ ମଧ୍ୟ ଲଗାଇଛନ୍ତି l  ଯାହାଦ୍ୱାରା ଏହା ଉପରେ ଆୟତ୍ତ ରଖିପାରିବ ଦେଶ କାରଣ, ସରକାରୀ ଆକଳନ ଅନୁଯାୟୀ ଆଗକୁ ଦେଶରେ ଚାଉଳ ଅଭାବ ଦେଖିବାକୁ ମିଳିଛି  l

ଦେଶରେ ବିଭିନ୍ନ ଖାଦ୍ୟ ପଦାର୍ଥର ଦରଦାମ୍ ଏହି ସମୟରେ ବଢୁଥିବା ବେଳେ ଏହାକୁ ଦୃଷ୍ଟିରେ ରଖି ଏବେ କେନ୍ଦ୍ର ସରକାର କିଛି ଦିନ ତଳେ ଅଣ ବାସୁମତି ଚାଉଳ ରପ୍ତାନୀ ଉପରେ ପ୍ରତିବନ୍ଧକ ଲଗାଇଥିଲେ । 

ତେବେ ପୁଣି ଥରେ ଶୁକ୍ରବାର ସରକାର ଏକ ବିଜ୍ଞପ୍ତି ଜାରି କରିବା ଦ୍ୱାରା ସୂଚନା ଦେଇଛନ୍ତି ଯେ, ଉଷୁନା ଚାଉଳ ରପ୍ତାନୀ ଉପରେ ମଧ୍ୟ ସରକାର ଏବେ ୨୦% ଶୁଳ୍କ ଲଗାଇଛନ୍ତି । ସରକାରଙ୍କ କହିବା ଅନୁଯାୟୀ  ଏହି ନୂଆ ଶୁଳ୍କ ତତ୍କାଳ ଲାଗୁ ହେବ ଯାହା ଅର୍ଥ ମନ୍ତ୍ରଳାୟ ପକ୍ଷରୁ କୁହାଯାଇଛି l ତେବେ ଦେଶରେ ଯେଉଁ ବ୍ୟବସାୟୀମାନେ ଏହି ବିଜ୍ଞପ୍ତି ପ୍ରକାଶ ପାଇବା ପୁର୍ବରୁ ରପ୍ତାନୀ ପାଇଁ ଚୁକ୍ତି କରିଛନ୍ତି ସେମାନେ ଆଗାମୀ ୧୫ ଅକ୍ଟୋବର ପର୍ଯ୍ୟନ୍ତ ପୁରୁଣା ଶୁନ୍ୟ କରରେ ସେମାନଙ୍କର ଦ୍ରବ୍ୟ ନେଇପାରିବେ । ଅର୍ଥ ମନ୍ତ୍ରଳାୟର ସୂଚନା ଅନୁଯାୟୀ ଏହି କେନ୍ଦ୍ର ସରକାରଙ୍କ ଏହି ନିଷ୍ପତି ଅକ୍ଟୋବର ୧୬ ତାରିଖରୁ ଲାଗୁ କରାଯିବ । ତେବେ ଏହି ନିଷ୍ପତ୍ତି ଅନୁଯାୟୀ, ଅଗଷ୍ଟ ତାରିଖ ୨୫ ସୁଦ୍ଧା କଷ୍ଟମ ଷ୍ଟେସନ୍ ଆସିଥିବା ସମସ୍ତ ଦ୍ରବ୍ୟକୁ ମଧ୍ୟ ପୁରୁଣା ଶୁଳ୍କରେ ରପ୍ତାନୀ ପାଇଁ ଅନୁମତି ମିଳିବ । ତେବେ ଏଥିପାଇଁ ଦାୟିତ୍ୱରେ ଥିବା ଅଧିକାରୀଙ୍କଠାରୁ ଆବଶ୍ୟକ ଅନୁମତି ମିଳିବା ନିହାତି ଦରକାର ।

ତେବେ ଏବେ ବିଶ୍ୱବ୍ୟାପୀ ମୁଦ୍ରାସ୍ଫୀତି ଯୋଗୁଁ ଖାଉଟି ମାନଙ୍କ ବଜେଟ ଧୀରେ ଧୀରେ ଖରାପ ହୋଇଯାଉଛି  । ଏହା ମଧ୍ୟରେ ଗତ କିଛି ଦିନ ହେବ ଦେଖିବାକୁ ମିଳୁଛି ଯେ ଭାରତରୁ ହେଉଥିବା ଚାଉଳ ରପ୍ତାନି ଉପରେ ଅଙ୍କୁଶ ଲଗା ଯାଇଛି । ଏନେଇ ବିଶ୍ୱରେ ଏବେ ଚାଉଳ ଆତଙ୍କ ସୃଷ୍ଟି ହୋଇଛି । ଭାରତରୁ ଚାଉଳ ରପ୍ତାନି ନହେବା ଯୋଗୁଁ ଅନେକ ଦେଶରେ ଚାଉଳର ଦର ତୀବ୍ର ବୃଦ୍ଧି ହେଉଥିବା ଦେଖିବାକୁ ମିଳୁଛି ।

ସୂଚନାଯୋଗ୍ୟ ଯେ , ଗତ ଏକ ସପ୍ତାହ ହେବ ଭାରତ ଚାଉଳ ରପ୍ତାନୀ ଉପରେ ପ୍ରତିବନ୍ଧକ ଲଗାଇଥିଲା । ଯାହା ଫଳରେ ଏସିଆରେ ଚାଉଳର ମୂଲ୍ୟ ଏବେ ୧୫ ବର୍ଷରେ ଉଚ୍ଚତମ ସ୍ତରରେ ପହଞ୍ଚିଥିବା ଦେଖିବାକୁ ମିଳିଛି । କେବଳ ଚାଉଳ ନୁହେଁ ଏହା ସମେତ ଅନ୍ୟ କେତେକ ଖାଦ୍ୟ ଶସ୍ୟ ଉପରେ ମଧ୍ୟ ଜୁଲାଇ ୨୦ ତାରିଖରୁ ପ୍ରତିବନ୍ଧକ ଲଗାଯାଇଥିଲା ।

ଯେପରିକି ଆପଣମାନେ ଜାଣିଛନ୍ତି,  ଭାରତ ହେଉଛି ବିଶ୍ୱର ସବୁଠାରୁ ବଡ଼ ଚାଉଳ ରପ୍ତାନୀକାରୀ ଦେଶ । ଏହାପରେ ଦ୍ୱିତୀୟରେ ଥାଇଲ୍ୟାଣ୍ଡ ଏବଂ ତୃତୀୟରେ ରହିଛି ଭିଏତନାମ ପରି ଦେଶ । ତେବେ ବିଶ୍ୱ ବଜାରରେ ଚାଉଳର ମୂଲ୍ୟ ଏବେ ଟନ ପିଛା ପ୍ରାୟ ୬୪୬ ଡଲାର ରହିଥିବା ବେଳେ କମ ବର୍ଷା ହେଉଥିବା ଯୋଗୁଁ ଏହାର ମୂଲ୍ୟ ବଢିବପାରେ ବୋଲି କୁହାଯାଇଛି । ଯଦି ଆମେ ଆପଣଙ୍କୁ ଭାରତ ବିଷୟରେ କହିବୁ, ତେବେ ଚଳିତ ବର୍ଷ ଭାରତରେ ଚାଉଳର ମୂଲ୍ୟ ଯାହା ସ୍ଥିର କରାଯାଇଛି ତାହା ଗତ ବର୍ଷ ତୁଳନାରେ ଅଧିକ ମୂଲ୍ୟରେ ବିକ୍ରି କରାଯାଉଛି ବୋଲି ସୂଚନା ମିଳିଛି । ସୂଚନା ଅନୁଯାୟୀ ନୂଆଦିଲ୍ଲୀରେ ଏକ କିଲୋ ଚାଉଳର ଦାମ ୩୯ ଟଙ୍କା ରହିଛି । ଯାହାକି ଏପରି ପରିସ୍ଥିତିରେ ଚାଉଳର ଦାମରେ ବୃଦ୍ଧି ହେତୁ ରପ୍ତାନି ଶୁଳ୍କରେ ମଧ୍ୟ ବୃଦ୍ଧି ଘଟିଛି  l ଅନ୍ୟ କେତେକ ସ୍ଥାନରେ ଏହା ଉପରେ ପ୍ରତିବନ୍ଧକ ମଧ୍ୟ ଲଗାଯାଇଥିବାର ଦେଖିବାକୁ ମିଳିଛି  ।

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments