1. ଅନ୍ୟାନ୍ୟ

ସେଲ୍ଫି ନେଇ କରିଲେ ଧନ ଉପାର୍ଜନ

ଅସ୍ୱଚ୍ଛ ପୋଖରୀ ରୁ ଜୀବିକା ସେଲ୍ଫି ନେଇ କରିଲେ ଧନ ଉପାର୍ଜନ

KJ Staff
KJ Staff

ଶୁଣିଲେ ଆଚାର୍ଯ୍ୟ ହେଉଥିବେ ନିଶ୍ଚିନ୍ତ ହେଲେ ସେଲ୍ଫି ନେବା ମଧ୍ୟ ଏକ ଜୀବିକା ନିର୍ବାହ କରିବାର ସହଜ ଉପାୟ |ଇଣ୍ଡୋନେସିଆ ର ପୋଙ୍ଗକ ନାମକ ଏକ ଗ୍ରାମ ରେ ଏହି ଅଦ୍ଭୁତ୍ତ ଜୀବିକା ଦେଖିବାକୁ ମିଳିଛି |
ଏହି ଗ୍ରାମ ୧୫ ବର୍ଷ ପୂର୍ବରୁ ସବୁଠାରୁ ଗରିବ ଏବଂ ଅଲୋଡ଼ା ଗ୍ରାମ ର ତାଲିକା ରେ ସ୍ଥାନ ପାଉଥିବା ବେଳେ ବର୍ତମାନ ଏହି ଗ୍ରାମ ର ବାସିନ୍ଦା ମାନେ କେବଳ ସେଲ୍ଫି ନେଇ ନିଜ ଜୀବିକା ବେଶ ଖୁସି ରେ ନିର୍ବାହ କରୁଛନ୍ତି |ସବୁଠାରୁ ଗରିବ ରୁ ଆରମ୍ଭ କରି ଦୈନିକ ଉପାର୍ଜନ ର ଏହି ଯାତ୍ରା ବେଶ ରୋମାଞ୍ଚକ |

ପର୍ଵରୁ ସ୍ଥାନୀୟ ଲୋକଙ୍କ ଜୀବିକା ନିର୍ବାହ ଲାଗି ଏଠାରେ କୌଣସି ସୁବିଧା ନଥିଲା ଲୋକ ଗାଁ ଛାଡି ସହର କୁ ପଳେଇ ଯାଉଥିଲେ ହେଲେ ଏବେ ଏହି ଗ୍ରାମ ଇଣ୍ଡୋନେସିଆ ର ୧୦ ଟି ସ୍ଵଛ ଗ୍ରାମ ର ତାଲିକା ରେ ସ୍ଥାନ ପାଇବା ସହ ସେଠାରେ ଲୋକେ ଉତ୍ତମ ଜୀବନଶୈଳୀ ମଧ୍ୟ ଅତିବାହିତ କରୁଛନ୍ତି


ତେବେ ଆସନ୍ତୁ ଜାଣିବା କଣ କରି ଗ୍ରାମବାସୀ ନିଜର ଜୀବିକା ନିର୍ବାହ କରୁଛନ୍ତି !

ସେହି ଗ୍ରାମ ରେ ଏକ ଅପରିଷ୍କାର ପୋଖରୀ ରହିଥିଲା ଯାହା ଲୋକଙ୍କ ଜୀବିକା ନିର୍ବାହ ର ମୁଖ୍ୟ ସ୍ରୋତ ପାଲଟିଛି |ଇଣ୍ଡୋନେସିଆ ର ଜଣେ ବାସିନ୍ଦା ଜୁନେଇଦି ମୂଳୟୁନୁ ଏହି ପୋଖରୀ କୁ ନେଇ ଏକ ପ୍ରକଳ୍ପ ର ଆରମ୍ଭ କରିଥିଲେ ଏବଂ ବେଶ କେତେଟା ମାସ ମଧ୍ୟରେ ଏହାକୁ ପରିସ୍କାର କରିଦେଇଥିଲେ |

ପରେ ଏକ ଏନଜିଓ ସାହାଯ୍ୟ ରେ ସେ ପୋଖରୀ ରେ ଶୋଭାପ୍ରଦ ଜିନ୍ସ ଖଞ୍ଜି ତାହାକୁ ସୁନ୍ଦର ଓ ସରସ କରିବା ସହ ,ତାକୁ ସେଲ୍ଫି ପଏଣ୍ଟ ର ନାମ ମଧ୍ୟ ଦେଇଥିଲେ |ସବୁଠାରୁ ରୋମାଞ୍ଚକ କଥା ହେଉଛି ଏହା ଏବେ ପାଣି ତଳ ର ସେଲ୍ଫି ପଏଣ୍ଟ ଅର୍ଥାତ ଅଣ୍ଡରୱାଟର ସେଲ୍ଫି ପଏଣ୍ଟ |ଦେଖନ୍ତୁ ଏହାର ଏକ ଝଲକ |
ବର୍ତମାନ ଏହା ପର୍ଯ୍ୟଟକ ଙ୍କ ଲାଗି ମୁଖ୍ୟ ଆକର୍ଷଣ ଏବଂ ଏକ ସୁନ୍ଦର ସେଲ୍ଫି ପଏଣ୍ଟ ମଧ୍ୟ |ସେହି ଗ୍ରାମ ର ପ୍ରତ୍ୟେକ ପରିବାର ପର୍ଯ୍ୟଟକ ଙ୍କୁ ସେଠାରେ ସେଲ୍ଫି ନେବାକୁ ସାହାଯ୍ୟ କରିବା ସହ ଦିନକୁ ଅତି କମ ରେ ୨୦୦୦ ରୁ ୨୫୦୦ ପର୍ଯ୍ୟନ୍ତ ଧନ ଉପାର୍ଜନ କରୁଛନ୍ତି |ଇଣ୍ଡୋନେସିଆ ର ଅନ୍ୟ ସ୍ଥାନ ତୁଳନାରେ ଏଠାରେ ପର୍ଯ୍ୟଟକ ଅଧିକ ଭିଡ ବାନ୍ଧୁଥିବାର ଜଣାପଡିଛି |

ଆଗାମୀ ଦିନରେ ପୋଖରୀ ଉନ୍ନତିକରଣ ର ପ୍ରକଳ୍ପ ଉପରେ କାର୍ଯ୍ୟ କରାଯିବାର ଯୋଜନା ରହିଛି ବୋଲି ଗ୍ରାମବାସୀ ପ୍ରକାଶ କରିଥିବାର ସୂଚନା ମିଳିଛି|

Like this article?

Hey! I am KJ Staff. Did you liked this article and have suggestions to improve this article? Mail me your suggestions and feedback.

Share your comments