1. ଅନ୍ୟାନ୍ୟ

ଓଡ଼ିଶାରେ ହେବ ୨ଦିନିଆ ଆନ୍ତର୍ଜାତିକ ମିଲେଟ୍‌ ସମ୍ମିଳନୀ

ମିଲେଟ କିମ୍ବା ମାଣ୍ଡିଆ ଏବେ ଘରେ ଘରେ ପରିଚିତ l ଦେଶ ତଥା ବିଦେଶରେ ମଧ୍ୟ ଆଜି ମାଣ୍ଡିଆ ନିଜର ପରିଚୟ ସୃଷ୍ଟି କରିଛି l ଆଉ ଏବେ ସାରା ବିଶ୍ବରେ ଓଡ଼ିଶାର ମିଲେଟ୍‌ ମିଶନ ଏକ ବଡ଼ ମଡେଲ ସାଜିଛି । ସେହିପରି ଚଳିତ ମାସ ୯ ଓ ୧୦ ତାରିଖରେ ଭାରତର ପ୍ରଥମ ରାଜ୍ୟ ଭାବେ ଓଡ଼ିଶାରେ ଆୟୋଜନ ହେବାକୁ ଯାଉଛି ଦୁଇଦିନିଆ ଆନ୍ତର୍ଜାତିକ ମିଲେଟ୍‌ ସମ୍ମିଳନୀ ୨୦୨୩ ।

Tanushree Mahapatra
Tanushree Mahapatra
international millet conference will be organized in odisha

international millet conference will be organized in odisha

ମିଲେଟ କିମ୍ବା ମାଣ୍ଡିଆ ଏବେ ଘରେ ଘରେ ପରିଚିତ l ଦେଶ ତଥା ବିଦେଶରେ ମଧ୍ୟ ଆଜି ମାଣ୍ଡିଆ ନିଜର ପରିଚୟ ସୃଷ୍ଟି କରିଛି l ଆଉ ଏବେ ସାରା ବିଶ୍ବରେ ଓଡ଼ିଶାର ମିଲେଟ୍‌ ମିଶନ ଏକ ବଡ଼ ମଡେଲ ସାଜିଛି । ସେହିପରି ଚଳିତ ମାସ ୯ ଓ ୧୦ ତାରିଖରେ ଭାରତର ପ୍ରଥମ ରାଜ୍ୟ ଭାବେ ଓଡ଼ିଶାରେ ଆୟୋଜନ ହେବାକୁ ଯାଉଛି ଦୁଇଦିନିଆ ଆନ୍ତର୍ଜାତିକ ମିଲେଟ୍‌ ସମ୍ମିଳନୀ ୨୦୨୩ । ଏହାର ଉଦେଶ୍ୟ ରହିଛି ନିଜର ସଠିକ ପ୍ରଦର୍ଶନୀ, କିପରି ପ୍ରତିଯୋଗିତା ଓ ଜଳବାୟୁ ପରିବର୍ତ୍ତନ ସମୟରେ ମିଲେଟ୍‌ ବରଦାନ ସାଜିଛି । ତେବେ ଦେଶର ପ୍ରଥମ ରାଜ୍ୟ ଭାବେ ଓଡ଼ିଶା ନଭେମ୍ବର ୧୦ ତାରିଖକୁ ମାଣ୍ଡିଆ ଦିବସ ପାଳନ କରିବ ବୋଲି ନିଷ୍ପତ୍ତି ନେଇଥିଲା । 

ସେହିପରି ୨୦୨୩ ମସିହାକୁ ଜାତିସଂଘ ଆନ୍ତର୍ଜାତିକ ମିଲେଟ୍‌ ବର୍ଷ ଭାବେ ପାଳନ କରୁଛି । ଅନ୍ୟପଟେ ପ୍ରତିବର୍ଷ ନଭେମ୍ବର ୧୦କୁ ମାଣ୍ଡିଆ ଦିବସ ଭାବେ ପାଳନ କରୁଛି ଓଡ଼ିଶା ରାଜ୍ୟ । ଏହାର ଲକ୍ଷ୍ୟ ଯେ, ମାଣ୍ଡିଆ ଚାଷୀଙ୍କୁ ଅଧିକ ରୁ ଅଧିକ ପ୍ରୋତ୍ସାହନ ଓ ଘରେ ଘରେ କିପରି ମିଲେଟର ଆଦର ଆହୁରି ବୃଦ୍ଧି ପାଇବ । ସେହିପରି ମିଲେଟ କିପରି  ପରବର୍ତ୍ତୀ ପର୍ଯ୍ୟାୟକୁ ଯାଇ ପାରିବ ସେଥିପାଇଁ ଭାରତ ପ୍ରଥମ ରାଜ୍ୟ ଭାବେ ଚଳିତ ନଭେମ୍ବର ମାସ ୯ ଓ ୧୦ ତାରିଖରେ ଓଡ଼ିଶା ଦୁଇ ଦିନିଆ ଆନ୍ତର୍ଜାତିକ ମିଲେଟ୍‌ ସମ୍ମିଳନୀ ଆୟୋଜନ କରିବ । ଏହି କାର୍ଯ୍ୟକ୍ରମଟି ଭୁବନେଶ୍ବରରେ ଅନୁଷ୍ଠିତ ହେବାକୁ ଯାଉଛି l ଏହି ସମ୍ମିଳନୀରେ ଦେଶ ବିଦେଶର ଚାଷୀ, ଗବେଷକ, ବିଶିଷ୍ଟ ବ୍ୟବସାୟୀ, ମିଲେଟ୍‌ ଉପରେ କାମ କରୁଥିବା ବିଭିନ୍ନ ସଂସ୍ଥା ଭାଗ ନେବା ସହିତ ମିଲେଟରେ ଉପକାରିତା ନେଇ ଆଲୋଚନା କରିବେ ।

ଯେପରିକି ଆପଣମାନେ ଜାଣିଛନ୍ତି,  ଜଳବାୟୁ ପରିବର୍ତ୍ତନ ସମୟରେ ମଧ୍ୟ ଜଣେ ଚାଷୀ ମାଣ୍ଡିଆ ଚାଷ କରି ଲାଭଦାୟକ ହୋଇପାରିବ । ସେଥିପାଇଁ ସ୍ବତନ୍ତ୍ର ମାର୍କେଟ, ମିଶନ ଶକ୍ତି କ୍ୟାଫେ, ଚାଷୀଙ୍କୁ ପ୍ରଥମ ରାଜ୍ୟ ଭାବେ ଓଡ଼ିଶା ଏମଏସପି ବ୍ୟବସ୍ଥା କରିବା ସହ ସେମାନଙ୍କ ଆୟ ଦୁଇଗୁଣା କରିବା ଏବଂ କିପରି ପିଡିଏସରେ ଚାଉଳ ସହ ୧ ଟଙ୍କାରେ ମାଣ୍ଡିଆ ଦିଆଯାଇପାରିବ ସେ ଚେଷ୍ଟା ଜାରି ରଖିଛି । ରାଜ୍ୟ ସରକାରଙ୍କ ନୂତନ ନିଷ୍ପତ୍ତି ଦ୍ୱାରା ଆଗକୁ ଆମ କିପରି ହସ୍ପିଟାଲରେ ମିଲେଟ୍‌ କ୍ୟାଫେ ସହ ମଧ୍ୟାହ୍ନ ଭୋଜନରେ ମିଲେଟ ସାମିଲ ହେବ ସେଥିପାଇଁ କାମ ଆରମ୍ଭ ମଧ୍ୟ ହୋଇଛି । 

ସେହିପରି ଓଡିଶା ରାଜ୍ୟ ସରକାର ୨୦୧୭-୧୮ ବର୍ଷରେ ମାଣ୍ଡିଆକୁ ପ୍ରୋତ୍ସାହନ ଦେବା ପାଇଁ ମିଲେଟ୍‌ ମିଶନ ଆରମ୍ଭ କରିଥିଲେ । ଆଗକୁ ୨୦୨୭ ମସିହା ପର୍ୟ୍ୟନ୍ତ ଏହାକୁ ପାଇଲଟ ପ୍ରୋଜେକ୍ଟ ଭାବେ ନେଇଛି ଓଡିଶା କୃଷି ବିଭାଗ । ତେବେ ଆଗକୁ ଅନୁଷ୍ଠିତ ହେବାକୁ ଯାଉଥିବା ଆନ୍ତର୍ଜାତିକ ସମ୍ମିଳନୀରେ ବୈଷୟିକ ଅଧିବେଶନ, ବି ଟୁ ବି ମିଟିଂ, ଖାଦ୍ୟ ମହୋତ୍ସବ, ମିଲେଟ ଉପରେ କୁଇଜ ଓ ରନ୍ଧନ ପ୍ରତିଯୋଗିତା ହେବା ନେଇ ସୂଚନା ରହିଛି । 

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments