"ବିଶେଷକରି ଭାରତର ସୌରାଷ୍ଟ୍ର ଅଞ୍ଚଳରେ ବିଟି. କପାର ଅମଳ ଏବଂ ମାନ ବୃଦ୍ଧି ନିମନ୍ତେ ପୋଟାସିୟମର ପରିଚାଳନା" ସମ୍ପର୍କରେ ଇଣ୍ଟରନ୍ୟାଶନାଲ୍ ପୋଟାସ୍ ଇନଷ୍ଟିଚ୍ୟୁଟ୍ (IPI) କୃଷିଜାଗରଣର ଫେସବୁକ୍ ପେଜରେ ସିଧା ପ୍ରସାରଣର ଆୟୋଜନ କରିଲା l
ଏହି ଲାଇଭ ଆଲୋଚନାରେ ୨ଜଣ ସୁପ୍ରତିଷ୍ଠିତ ବକ୍ତା ଅଂଶ ଗ୍ରହଣ କରିଥିଲେ, ଇଣ୍ଟରନ୍ୟାଶନାଲ୍ ପୋଟାସ୍ ଇନଷ୍ଟିଚ୍ୟୁଟର ଡଃ. ଆଦି ପାରେଲମାନ l ଇଣ୍ଟରନ୍ୟାଶନାଲ୍ ପୋଟାସ୍ ଇନଷ୍ଟିଚ୍ୟୁଟ୍ ହେଉଛି ଏକ ବେସରକାରୀ ଏବଂ ଅଣଲାଭଜନକ ସଂଗଠନ, ଏହାର ଲକ୍ଷ୍ୟ ହେଉଛି ସନ୍ତୁଳିତ ସାର ପ୍ରୟୋଗର ବିକାଶ କରିବା ଏବଂ ପ୍ରୋତ୍ସାହିତ କରିବା l ସେ IPIରେ ଭାରତ ତରଫରୁ ସଂଯୋଜିକା ଅଟନ୍ତି ଏବଂ ଭାରତରେ IPIର ବିଭିନ୍ନ ପ୍ରୟାସଗୁଡ଼ିକ ସମ୍ପର୍କରେ ସେ ବ୍ୟାଖ୍ୟା କରିଥିଲେ l
ଡିପାର୍ଟମେଣ୍ଟ ଅଫ ଏଗ୍ରିକଲଚୁରାଲ କେମିଷ୍ଟ୍ରି ଏବଂ ସଏଲ ସାଇନ୍ସର ଆସିଷ୍ଟାଣ୍ଟ ପ୍ରଫେସର, ଡଃ. ଏଚ. ଏଲ ସକରବାଡିଆ ମଧ୍ୟ ଆମକୁ ସୌରାଷ୍ଟ୍ର ଅଞ୍ଚଳରେ ପୋଟାସିୟମ ପରିଚାଳନା ସମ୍ପର୍କରେ ବୁଝିବାରେ ସାହାଯ୍ୟ କରିଥିଲେ l ସେ ସୌରାଷ୍ଟ୍ର ଅଞ୍ଚଳକୁ ଭିତିକରି ବିଭିନ୍ନ ଗବେଷଣାଗୁଡିକରେ ବ୍ୟାପକଭାବରେ କାର୍ଯ୍ୟ କରିଆସୁଛନ୍ତି l
ଏହା ଏକ ଭଲ ଏବଂ କଥୋପକଥନପୂର୍ଣ୍ଣ ଆଲୋଚନା ଥିଲା ଯେଉଁଥିରେ ସାରା ଭାରତରୁ ଲୋକମାନେ ଅଂଶ ଗ୍ରହଣ କରିଥିଲେ l ଆପଣ ଏହି ଆଲୋଚନାକୁ କୃଷିଜାଗରଣର ଫେସବୁକ ପୃଷ୍ଠାରେ ପାଇପାରିବେ l
ଜୁନାଗଡ଼ ଏଗ୍ରିକଲଚର ୟୁନିଭର୍ସିଟି ଆଡହକ ରିସର୍ଚ୍ଚର ଆୟୋଜନ କରିଥିଲା ଯାହା, ''ସୌରାଷ୍ଟ୍ର ଅଞ୍ଚଳରେ ବିଟି. କପାର ଅମଳ ଏବଂ ମାନ ବୃଦ୍ଧି ନିମନ୍ତେ ପୋଟାସିୟମର ପରିଚାଳନା ସମ୍ପର୍କରେ ଇଣ୍ଟରନ୍ୟାଶନାଲ୍ ପୋଟାସ୍ ଇନଷ୍ଟିଚ୍ୟୁଟ୍ (IPI) ଦ୍ୱାରା ପ୍ରାୟୋଜିତ ହୋଇଥିଲା l
କପା ସମ୍ବନ୍ଧରେ:
ଦେଶରେ ତନ୍ତୁଜାତୀୟ ଫସଲ ମଧ୍ୟରୁ କପା ହେଉଛି ଏକ ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ଫସଲ ଏଥିରେ ସନ୍ଦେହ ନାହିଁ, ଭାରତରେ 10.85 ମିଲିୟନ ହେକ୍ଟର ଜମିରେ କପା ଚାଷ କରାଯାଉଛି l ବିଶ୍ୱରେ ଭାରତ ହେଉଛି ଦ୍ଵିତୀୟ ବୃହତମ କପା ଉତ୍ପାଦନକାରୀ ଦେଶ l କେବଳ ଗୁଜୁରାଟରେ 2.65 ମିଲିୟନ ହେକ୍ଟର ଜମିରେ କପା ଚାଷ କରାଯାଉଛି ଏବଂ 86.16 ଲକ୍ଷ ଟନ କପା ଉତ୍ପାଦନ କରାଯାଉଛି l
ସ୍ୱଳ୍ପ ଅଞ୍ଚଳରେ ଚାଷ କରିବା, ମୃତ୍ତିକାର ଉର୍ବରତା ହ୍ରାସ, ବିଳମ୍ବ ବିହନ ବୁଣା ଏବଂ ଅସନ୍ତୁଳିତ ପୋଷଣ ଭଳି ବିଭିନ୍ନ କାରଣରୁ କପାର ସର୍ବାଧିକ ଅମଳ କ୍ଷମତାରେ ହ୍ରାସ ଘଟୁଛି l
କପାର ଅମଳ ବଢାଇବା ପାଇଁ ପୋଟାସିୟମ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ l
-
ଏହା ଚେର ଅଭିବୃଦ୍ଧି ବଢାଏ ଏବଂ ମରୁଡି ସହନଶୀଳତାକୁ ବିକାଶ କରେ l
-
ସେଲ୍ୟୁଲୋଜ ଗଠନ କରେ ଏବଂ ଲଜିଙ୍ଗ ହ୍ରାସ କରେ ଏବଂ କପା ଫସଲରେ ଶୀତ ଦିନର କଠିନତାକୁ ବୃଦ୍ଧି କରେ l କପା ଗଛ ସହିତ ଜଡ଼ିତ ଅତିକମରେ 60ଟି ଏନଜାଇମକୁ ସକ୍ରିୟ କରେ l
-
ଏହା ଷ୍ଟୋମାଟା ଖୋଲିବା ଏବଂ ବନ୍ଦ ହେବାକୁ ନିୟନ୍ତ୍ରଣ କରେ, ଯାହା ଆଲୋକ ସଂଶ୍ଳେଷଣ, ଜଳ, ପୋଷଣତତ୍ତ୍ୱ ପରିବହନ ଏବଂ ଉଦ୍ଭିଦର ଶୀତଳତା ପାଇଁ ଜରୁରୀ ଅଟେ l
-
ପତ୍ରରେ ପାଚନ ହୋଇଥିବା ଶର୍କରାକୁ ଏହା ପରିବହନ କରାଇବାରେ ସାହାଯ୍ୟ କରେ, ପୋଟାସିୟମ କମ ଥିବା ଉଦ୍ଭିଦଗୁଡ଼ିକରେ ଏହି ପ୍ରକ୍ରିୟା ଅତ୍ୟନ୍ତ ଭାବରେ ହ୍ରାସ ଘଟିଥାଏ l
କପା ଫସଲରେ ପୋଟାସିୟମର ଅଭାବ:
-
ଅନ୍ୟାନ୍ୟ କୃଷିଭିତ୍ତିକ ଫସଲଗୁଡ଼ିକ ଅପେକ୍ଷା କପା ଫସଲରେ ପୋଟାସିୟମର ଅଭାବ ଅଧିକ ସାଧାରଣ ଭାବରେ ଦେଖାଯାଏ l ପ୍ରାରମ୍ଭ ଋତୁରେ ଏହା ପୁରୁଣା ପତ୍ରଗୁଡ଼ିକୁ ଅଧିକ ପ୍ରଭାବିତ କରେ l
-
କପା ଫସଲରେ ପୋଟାସିୟମର ଅଭାବର ଲକ୍ଷଣଗୁଡ଼ିକ ହେଉଛି, ପତ୍ରରେ ଚିତ୍ରା ମାଡ଼ିଯିବା ଯାହା ଫଳରେ ପତ୍ରର ଅଗ୍ରଭାଗ, ଦୁଇ ପାର୍ଶ୍ୱ, ଏବଂ ସିରାଗୁଡ଼ିକରେ ଧୂସର ଦାଗ ବ୍ୟାପିଯାଏ l
-
ପତ୍ରର ଅଗ୍ରଭାଗ ଏବଂ ପାର୍ଶ୍ୱଅଂଶ ନିମ୍ନଆଡ଼କୁ ବଙ୍କା ହୋଇଯାଏ ଏବଂ ଶେଷରେ ସମ୍ପୂର୍ଣ ପତ୍ରଟି କଳଙ୍କି ଲାଗିବା ପରି ହୋଇଯାଏ, ଭଙ୍ଗୁର ହୋଇଯାଏ ଏବଂ ଅସମୟରେ ଝଡ଼ିପଡ଼େ l
-
ସ୍ୱଳ୍ପ କ୍ଲୋରଫିଲ ଧାରଣ କରିବା, ଆଲୋକ ସଂଶ୍ଳେଷଣରେ ହ୍ରାସ, ଏବଂ ସାକାରାଇଡ ପରିବହନରେ ପ୍ରତିବନ୍ଧକରେ ମଧ୍ୟ ପୋଟାସିୟମ ଅଭାବ ସଂଶ୍ଲିଷ୍ଟ ଅଟେ, ଯାହା ତନ୍ତୁର ଲମ୍ବ ଏବଂ ସେକେଣ୍ଡାରୀ ୱାଲ ମୋଟେଇକୁ ନକାରାତ୍ମକ ଭାବରେ ପ୍ରଭାବ ପକାଏ l
ଏହି ଗବେଷଣା ସମ୍ପର୍କରେ:
ସୌରାଷ୍ଟ୍ର ଅଞ୍ଚଳର ଜୁନାଗଡ଼, ଜାମନଗର ଏବଂ ରାଜକୋଟ ଏହି ତିନିଗୋଟି ଜିଲ୍ଲାରେ IPI ସହଯୋଗରେ ଜୁନାଗଡ଼ ଏଗ୍ରିକଲଚର ୟୁନିଭର୍ସିଟି ଦ୍ୱାରା ବ୍ୟାପକ ଗବେଷଣା କରାଗଲା l ପୋଟାସିୟମ ସାରର ଭିନ୍ନ ଭିନ୍ନ ମାତ୍ରା ପ୍ରୟୋଗ କରାଗଲା ଏବଂ ବିଭିନ୍ନ ଦୃଷ୍ଟିକୋଣକୁ ଆଧାର କରି ସେଗୁଡ଼ିକର ପ୍ରଭାବକୁ ଅଧ୍ୟୟନ କରାଗଲା, ଯଥା:
-
ମଞ୍ଜି କପା ଅମଳ
-
ଷ୍ଟକ୍ ଅମଳ
-
ଗିନିଙ୍ଗ୍ ପ୍ରତିଶତ
-
ତୈଳ ଧାରଣ
-
ପ୍ରୋଟିନ୍ ଧାରଣ ଏବଂ ଅନେକ
ଉପସଂହାର:
-
ଉଦ୍ଭିଦଗୁଡ଼ିକର ଅସ୍ମୋ-ରେଗୁଲେସନ ପ୍ରକ୍ରିୟାରେ ପୋଟାସିୟମ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ, ଯାହା ଜୈବ ଏବଂ ଅଜୈବ ଚାପ ବିରୋଧରେ ଫସଲର ବୃଦ୍ଧି ଏବଂ ବିକାଶ ନିମନ୍ତେ ସହାୟକ ଅଟେ, ପରିଶେଷରେ ଫସଲ ଅମଳ ଏବଂ ଗୁଣବତ୍ତା ବୃଦ୍ଧି କରେ l
-
ଏହା ନିଷ୍ପତି କରାଯାଇପାରିବ ଯେ, ଦୁଇ ଭାଗରେ ମୂଳରେ 150kg/ha ପୋଟାସିୟମ ଏବଂ 30 DAS + 2% (20 ଗ୍ରାମ ପ୍ରତି ଲିଟର) ପ୍ରୟୋଗ ଦ୍ୱାରା କପା ଫସଲର ଅମଳ ବୃଦ୍ଧି ଏବଂ ଗୁଣବତ୍ତା ବୃଦ୍ଧିରେ ସାହାଯ୍ୟକାରୀ ଅଟେ l
-
ଷ୍ଟାର୍ଟର NPK 11: 36: 24 at 45 ଏବଂ ବୁଷ୍ଟର NPK 08: 16:39 at 75 DAS ପ୍ରୟୋଗ ସହିତ 240 kg N/ha ଅନୁମୋଦିତ ମାତ୍ରାରେ ଜଳ ଦ୍ରବଣୀୟ ସାରଗୁଡ଼ିକ ସିଞ୍ଚନ ଦ୍ୱାରା ଉଲ୍ଲେଖନୀୟ ଭାବରେ ଫସଲ ବୃଦ୍ଧି ହୁଏ, ଅମଳ ବୃଦ୍ଧିକାରୀ ଲକ୍ଷଣ, ଏବଂ କପାର ଗୁଣବତ୍ତା ବୃଦ୍ଧି ହୁଏ l
Share your comments