1. ଅନ୍ୟାନ୍ୟ

ନୌବାଣିଜ୍ୟକୁ ପ୍ରତିବିମ୍ବିତ କରୁଛି ଓଡିଶା ପାଭିଲିୟନ

ବାଣିଜ୍ୟ ମେଳା ପ୍ରତିବର୍ଷ ବିଭିନ୍ନ ରାଜ୍ୟରେ ହୋଇଥାଏ l ବାଣିଜ୍ୟ ମେଳା ପ୍ରତି ରାଜ୍ୟକୁ ବିଭିନ୍ନ ବ୍ୟବସାୟକୁ ଆଗକୁ ନେବାରେ ସାହାଯ୍ୟ କରେ l କ୍ଷୁଦ୍ର ଶିଳ୍ପ ବ୍ୟବସାୟୀଙ୍କ ମଧ୍ୟରେ ସମ୍ପର୍କ ବଢ଼ିଥାଏ ଏହି ମେଳାଦ୍ୱାରା l ସେହିପରି ଦିଲ୍ଲୀରେ ଆୟୋଜିତ ହୋଇଛି ୪୨ ତମ ବାଣିଜ୍ୟ ମେଳା l

Tanushree Mahapatra
Tanushree Mahapatra
International Trade Fair 2023 in Pragati Maidan

International Trade Fair 2023 in Pragati Maidan

ବାଣିଜ୍ୟ ମେଳା ପ୍ରତିବର୍ଷ ବିଭିନ୍ନ ରାଜ୍ୟରେ ହୋଇଥାଏ l ବାଣିଜ୍ୟ ମେଳା ପ୍ରତି ରାଜ୍ୟକୁ ବିଭିନ୍ନ ବ୍ୟବସାୟକୁ ଆଗକୁ ନେବାରେ ସାହାଯ୍ୟ କରେ l କ୍ଷୁଦ୍ର ଶିଳ୍ପ ବ୍ୟବସାୟୀଙ୍କ ମଧ୍ୟରେ ସମ୍ପର୍କ ବଢ଼ିଥାଏ ଏହି ମେଳାଦ୍ୱାରା l ସେହିପରି ଦିଲ୍ଲୀରେ ଆୟୋଜିତ ହୋଇଛି ୪୨ ତମ ବାଣିଜ୍ୟ ମେଳା l  ଚଳିତ ବର୍ଷ ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳାରେ ଓଡ଼ିଶା ରାଜ୍ୟ ମଧ୍ୟ ସାମିଲ ହୋଇଛି ଏବଂ ଓଡିଶା ମଣ୍ଡପରେ ନିର୍ମାଣ କରାଯାଇଥିବା ସୁସଜ୍ଜିତ ବୋଇତ ସମସ୍ତଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ହୋଇପାରିଛି । 

ପ୍ରାଚୀନ ଉତ୍କଳୀୟ ନୌବାଣିଜ୍ୟ ପରମ୍ପରାର ଇତିହାସକୁ ପ୍ରତିବିମ୍ବିତ କରୁଥିବା ସେହି ବୋଇତ ଓଡିଶା ମଣ୍ଡପକୁ ଶହ ଶହ ଦର୍ଶକଙ୍କୁ ଆକର୍ଷିତ କରିବାରେ ସଫଳ ହୋଇଛି । ଓଡିଶା ମଣ୍ଡପର ମୁଖଶାଳାରେ ପ୍ରସ୍ତୁତ ହୋଇଥିବା ଉତ୍କଳୀୟ କଳାଭାସ୍କର୍ଯ୍ୟର ଚମକ ମଣ୍ଡପର ଶୋଭା ବର୍ଦ୍ଧନ କରୁଛି । ସେଠାରେ ନିର୍ମାଣ ହୋଇଥିବା କୋଣାର୍କ ଚକ ସମସ୍ତଙ୍କ ଫଟୋ ଉତ୍ତୋଳନ ସ୍ଥଳୀରେ ପରିଣତ ହୋଇଥିବା ଦେଖିବାକୁ ମିଳିଛି । 

ମହିଳା ସଶକ୍ତିକରଣକୁ ପ୍ରାଧାନ୍ୟ ଦେଇ ଓଡିଶା ମଣ୍ଡପରେ ରାଜ୍ୟ ସରକାରଙ୍କ ଦ୍ୱାରା ଓର୍‌ମାସ, ମିଶନ ଶକ୍ତି, ହସ୍ତତନ୍ତ ଓ ବୟନ, ଓଡିଶା ମିଲେଟ ମିଶନ, ଅଣୁ -କ୍ଷୁଦ୍ର- ମଧ୍ୟମ ଉଦ୍ୟୋଗ, ପର୍ଯ୍ୟଟନ, ଜନଜାତି ଉନ୍ନୟନ, ହସ୍ତଶିଳ୍ପ ଭଳି ଆଦି ୮ଟି ବିଭାଗ ସଂସ୍ଥାମାନଙ୍କର ପ୍ରାୟତଃ ୨୪ ଟି ଷ୍ଟଲରେ ମହିଳା ସ୍ଵୟଂ ସହାୟିକା ଗୋଷ୍ଠୀ ଏବଂ ହସ୍ତଶିଳ୍ପୀମାନଙ୍କ ଦ୍ଵାରା ଉତ୍ପାଦିତ ସମ୍ବଲପୁରୀ ବସ୍ତ୍ର , ଟସର ଓ କୋଟପାଡ଼ ହସ୍ତତନ୍ତ ସାମଗ୍ରୀ ସମେତ କାଠ ନିର୍ମିତ, ପ୍ରସ୍ତର ଶିଳ୍ପ, ସବାଇ ଘାସ, କାଇଞ୍ଚ ଅଦରକାରୀ କାଗଜ ଆଦିରୁ ପ୍ରସ୍ତୁତ ବିଭିନ୍ନ ପ୍ରକାର ଖାଦ୍ୟଦ୍ରବ୍ୟ ଉପଲବ୍ଧ କରଯାଇଛି । 

ସେହିପରି ବୋଇତର ଡେକ୍‌ ଉପରେ ବିଭିନ୍ନ ପ୍ରକାର ହସ୍ତତନ୍ତ ଏବଂ ହସ୍ତଶିଳ୍ପ ସାମଗ୍ରୀ ପ୍ରସ୍ତୁତି ପ୍ରକ୍ରିୟା ପ୍ରଦର୍ଶନ କରାଯାଉଛି । ସେହିପରି ପ୍ରଗତି ମଇଦାନର ଫୁଡ କୋର୍ଟରେ ପର୍ଯ୍ୟଟନ ବିଭାଗ ତରଫରୁ ଓଡିଶାର ସୁସ୍ଵାଦୁ ଖାଦ୍ୟ ମିଳୁଛି ଯାହାକୁ ଖାଇବା ପାଇଁ ଗ୍ରାହକଙ୍କ ଲାଗିଛି ଲମ୍ବା ଧାଡି ।

ତେବେ ସେହିପରି ଗତକାଲି ତଥା ୧୯ ତାରିଖ ଦିନ ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳାର ଷଷ୍ଠ ଦିବସରେ ପ୍ରଗତି ମଇଦାନର ମୁକ୍ତାକାଶ ରଙ୍ଗମଞ୍ଚରେ ଭୁବନେଶ୍ବର ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟର କଳାକାରମାନଙ୍କ ଦ୍ବାରା ଓଡିଶୀ ସହିତ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହେବ l ତେବେ ଆଶା କରାଯାଉଛି ଯେ ଏହି ମେଳା ସମସ୍ତ କ୍ଷୁଦ୍ର ଶିଳ୍ପକୁ ଆର୍ଥିକ ସ୍ତରରେ ନୂଆ ନୂଆ ନୀତି ଶିଖାଇବ l ମହିଳାଙ୍କୁ ବି ନିଜ ବ୍ୟବସାୟ ଆଗକୁ ବଢାଇବାରେ ସାହାଯ୍ୟ କରିବ l

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments