1. ଅନ୍ୟାନ୍ୟ

Sahara Payment List: ନିବେଶକଙ୍କୁ ମିଳିବ ସାହାରା ଟଙ୍କା !

କମ୍ପାନୀରେ ନିବେଶ କରିଥିବା ବ୍ୟକ୍ତିଙ୍କୁ ଖୁବ୍‌ଶୀଘ୍ର ଏହି ଟଙ୍କା ମିଳିବାକୁ ଯାଉଛି.....

Tanushree Mahapatra
Tanushree Mahapatra
Investers to get back their investment money from sahara, image source - pixeles

Investers to get back their investment money from sahara, image source - pixeles

ଲୋକେ ନିଜର ଅର୍ଥ ବିଭିନ୍ନ ବେସରକାରୀ ସଂସ୍ଥାରେ ଜମା କରୁଛନ୍ତି l ଯାହାଦ୍ୱାରା ସେମାନଙ୍କ ଟଙ୍କା ଡବଲ ହୋଇପାରିଛି l ତେବେ କିଛି ବର୍ଷ ତଳେ ସାହାରା ଇଣ୍ଡିଆ ନାମକ ସଂସ୍ଥାରେ କିଛି ଲୋକ ଟଙ୍କା ନିବେଶ କରିଥିଲେ ଯାହାଦ୍ୱାରା ସିମାନଙ୍କ ଟଙ୍କା ବୁଡ଼ିଥିଲା l କିନ୍ତୁ ବର୍ତ୍ତମାନ ସେହି ଲୋକଙ୍କ ପାଇଁ ଏକ ବଡ଼ ଖୁସି ଖବର ଆସିଛି କାରଣ, ସେମାନେ ପାଇବାକୁ ଯାଉଛନ୍ତି ବୁଡି ଯାଇଥିବା ଟଙ୍କା l କାରଣ କମ୍ପାନୀରେ ନିବେଶ କରିଥିବା ବ୍ୟକ୍ତିଙ୍କୁ ଖୁବ୍‌ଶୀଘ୍ର ଏହି ଟଙ୍କା ମିଳିବାକୁ ଯାଉଛି ।

ତେବେ ଆପଣ ସାହାରା ଇଣ୍ଡିଆର ରିଫଣ୍ଡ ପୋର୍ଟାଲ୍‌ରେ ନିଜର ଆପ୍ଲିକେଶନ ଷ୍ଟାଟସ୍‌ ଦେଖି ପାରିବେ । ଆପଣଙ୍କ ଅବଗତି ନିମନ୍ତେ ଏହି ସୂଚନା ପ୍ରଦାନ କରାଯାଇଛି ଯେ ସାହାରା ଇଣ୍ଡିଆର ରିଫଣ୍ଡ ପୋର୍ଟାଲ୍‌ରେ ଏକ ନୂଆ ପେମେଣ୍ଟ୍‌ ଲିଷ୍ଟ୍‌ ପ୍ରଦାନ କରିଛି କମ୍ପାନୀ । ଏହି ଲିଷ୍ଟରେ ନିଜ ନାମ ଅଛି କି ନାହିଁ ତାହା ଆଜି ହିଁ ଯାଞ୍ଚ୍‌ କରନ୍ତୁ । ଯଦି ଆପଣ ମଧ୍ୟ ରିଫଣ୍ଡ୍‌ ପାଇବାକୁ ପୂର୍ବରୁ ଆବେଦନ କରିଥିଲେ l ତେବେ ଆପଣ ଏହି ଲିଷ୍ଟ୍‌ ଚେକ୍‌ କରିବା ଆବଶ୍ୟକ ।

ଏହି ଖବର ପ୍ରାୟ ୧୦ କୋଟି ନିବେଶକଙ୍କୁ ଖୁସି କରିଛି । କାରଣ, ଖୁବଶୀଘ୍ର ସେମାନଙ୍କ ଟଙ୍କା ସେମାନଙ୍କୁ ଫେରାଇ ଦିଆଯିବ କମ୍ପାନୀ ଦ୍ୱାରା । ଏଥିପାଇଁ ରିଫଣ୍ଡ ପୋର୍ଟାଲ ଆରମ୍ଭ କରାଯାଇଛି କମ୍ପାନୀ ତରଫରୁ । କାରଣ ଏହି ଲୋକମାନେ ସାହାରା ଇଣ୍ଡିଆରେ ନିବେଶ କରି ଟଙ୍କା ପାଇନଥିଲେ । ଏହାପରେ ହଙ୍ଗାମା ହୋଇଥିଲା ବିଭିନ୍ନ କ୍ଷେତ୍ରରେ । ସାହାରା ଇଣ୍ଡିଆର ଲୋଭନୀୟ ସ୍କିମ୍‌ରେ ଅନେକ ଲୋକ ଟଙ୍କା ନିବେଶ କରିଥିଲେ । କୋଟି କୋଟି ମୂଳ ଟଙ୍କା ପାଇ ନଥିଲେ ।

ସାହାରା ଇଣ୍ଡିଆ ହେଉଛି ଏକ ବଡ଼ ନବେଶ କମ୍ପାନୀ ରହିଥିଲା । ଯେଉଠିଁ ଅନେକ ଲୋକ ନିଜ ପୁଞ୍ଜି ନିବେଶ କରିଥିଲେ । ବର୍ତ୍ତମାନ ପର୍ଯ୍ୟନ୍ତ କେବଳ ୪ ଟି ସ୍କିମ୍‌ରେ ନିବେଶ ହୋଇଥିବା ଟଙ୍କା ଫରେସ୍ତ କରାଯାଉଛି ଲୋକଙ୍କୁ । ଯଦି ଆପଣ ବି ନିବେଶ ଟଙ୍କା ଫେରସ୍ତ ପାଇବାକୁ ଇଛା ରଖିଛନ୍ତି ତେବେ ଏହାର ଅଫିସିଆଲ୍‌ ୱେବ୍‌ସାଇଟ୍‌ ଆଜି ହିଁ ଭିଜିଟ୍‌ କରିବାକୁ ପଡ଼ିବ । ସାଇଟରେ ରିଫଣ୍ଡ୍‌ ପୋର୍ଟାଲ୍‌କୁ ଯାଇ କ୍ଲିକ୍‌ କରନ୍ତୁ । ସେଠାରେ ସମସ୍ତ ତଥ୍ୟ ଆପଣଙ୍କୁ ପ୍ରଦାନ କରାଯାଇଛି l

ଅଧିକ ପଢ଼ନ୍ତୁ

Agricultural ventures: ଗାଁରେ ଆରମ୍ଭ କରନ୍ତୁ ଏହି 5 ଟି ବ୍ୟବସାୟ, ମିଳିବ ପ୍ରବଳ ଲାଭ

Nelore Breed: 40 କୋଟିରେ ବିକ୍ରି ହେଲା ଏହି ଭାରତୀୟ ଗାଈ, ଭାଙ୍ଗିଲା ରେକର୍ଡ଼

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments