1. ଅନ୍ୟାନ୍ୟ

କିଚେନ ଆଇଲ୍ୟାଣ୍ଡ

ରୋଷେଇଘରେ ବାସନା କୁସନ ,ଡବା ଇତ୍ୟାଦି ଖାଦ୍ୟ ସାମଗ୍ରୀ ରଖିବାକୁ ସ୍ୱତନ୍ତ୍ର ସ୍ଥାନ ନିଶ୍ଚିନ୍ତ ଦରକାର ପଡିଥାଏ |ତେବେ ଏହି ସ୍ୱତନ୍ତ୍ର ସ୍ଥାନ ଲୋଡିଥାଏ ରସେଇଘର ମଧ୍ୟରେ ବେଶ କିଛି ଅଧିକ ଜାଗା |ତେଣୁ ସେହି ଜାଗା କୁ ସଂକୁଚିତ କରି ଆଜି ର ନୂତନ କୌଶଳରେ ନିର୍ମାଣ କରନ୍ତୁ .."କିଚେନ ଆଇଲ୍ୟାଣ୍ଡ "..

KJ Staff

ପ୍ରାୟେ ୧୦ ବର୍ଷ ତଳେ ପ୍ରଥମେ ଆମେରିକା ଓ ଅନ୍ୟାନ୍ୟ ଇଉରୋପୀୟ ରାଷ୍ଟ୍ରରେ ମୋଡ଼ୁଲାର କିଚେନ ବା କିଚେନ ଆଇଲ୍ୟାଣ୍ଡ ର ଲୋକପ୍ରିୟତା ବୃଦ୍ଧି ପାଇଛି |ଭାରତରେ କେବଳ ଧନିକ ବର୍ଗର ଲୋକେ ନୁହେଁ ବରଂ ମଧ୍ୟବିତ୍ତ ବର୍ଗ ମଧ୍ୟ ମୋଡ଼ୁଲାର କିଚେନ ତିଆରି କରିବାକୁ ପ୍ରାଧାନ୍ୟ ଦେଉଛନ୍ତି |ଏହି ବାବଦରେ ଲୋକ ମତ ଦେଉଛନ୍ତି ,ଯେ ଯଦିଓ ମୋଡ଼ୁଲାର କିଚେନ ବ୍ୟୟସାପେକ୍ଷ କିନ୍ତୁ ତାହା ରୋଷେଇଘରକୁ ଏକ ସୁନ୍ଦର ରୂପ ଦେଇପାରିଛି |ବାସନକୁସନ ଏଣେ ତେଣେ ନ ରହି ଡ୍ରୟର ମଧ୍ୟ ରେ ଯଥା ଭାବେ ରଖାଯାଇପାରୁଛି |

୫୦୦୦୦ ଟଙ୍କା ରୁ ୬ ଲକ୍ଷ ଟଙ୍କା ମଧ୍ୟରେ ଏହି ପରି ମୋଡ଼ୁଲାର କିଚେନ ପ୍ରସ୍ତୁତ କରାଯାଇପାରୁଛି |ଏକବିଂଶ ଶତାବ୍ଦୀ ରେ ମୋଡ଼ୁଲାର କିଚେନ ର ସ୍ଥାନ ନେଇଛି ,"କିଚେନ ଆଇଲ୍ୟାଣ୍ଡ " |

କମ ବଜେଟ ରେ ଏହି ଡିଜାଇନ କରାଯିବା ସହ ତାହା ଅଧିକାଂଶ ଲୋକଙ୍କ ଦ୍ୱାରା ଆବୃତ ହୋଇଛି | କିଚେନ ଆଇଲ୍ୟାଣ୍ଡ ରେ ଗୋଟିଏ କୋଣରେ ଚୂଳ ଏବଂ ସିଂଙ୍କ ରହିବା ସହ ତାହା ଟଚ ସ୍କ୍ରିନ ରେ ମଧ୍ୟ ଉପଲବ୍ଧ |ଅବଶ୍ୟ ଏହି ମଡେଲ ବ୍ୟୟସାପେକ୍ଷ |ମାତ୍ର ଯୁଗ ପରିବର୍ତନ ଅନୁସାରେ ଘରର ଇଂଟିରୀଅର ରେ ଦ୍ରୁତ ପରିବର୍ତ୍ତନ ହେବାର ଆଶା କରାଯାଉଛି |

Like this article?

Hey! I am KJ Staff. Did you liked this article and have suggestions to improve this article? Mail me your suggestions and feedback.

Share your comments