1. ଅନ୍ୟାନ୍ୟ

ଅଁଳାର ବହୁ ଔଷଧୀୟ ଗୁଣ

KJ Staff
KJ Staff
Know the benefits of amla

Know the benefits of amla

ଉପକ୍ରମ

ଭାରତୀୟ ବନୌଷଧି ମଧ୍ୟରେ ଅଁଳା ବୃକ୍ଷ ସର୍ବପରିଚିତ ଉଦ୍ଭିଦ । ଶରୀର ପାଇଁ ଲାଭଦାୟକ ଅଁଳା । ଛୋଟ ଫଳ କିନ୍ତୁ ଲାଭ ଅନେକ । ଅଁଳା ପାଉଡରରେ ଅନେକ ଔଷଧୀୟ ଗୁଣ ଭରି ରହିଛି। ଯାହା ଅନେକ ରୋଗକୁ ନିରାରକରଣ କରିବାରେ ସହାୟକ ହୋଇଥାଏ ।  ଆୟୁର୍ବେଦର ତ୍ରିଫଳା ଦ୍ରବ୍ୟ ମଧ୍ୟରେ ହରଡା , ବାହାଡା ସହିତ ଏହା ଅନ୍ୟତମ ସହଯୋଗୀ ଔଷଧୀୟ ଦ୍ରବ୍ୟ ରୂପେ ବ୍ୟବହୃତ ହୁଏ  । ବହୁ ପ୍ରାଚୀନ କାଳରୁ ଆମ ଦେଶରେ ଅଁଳା ପାରମ୍ପରିକ ଭାବରେ ଦେଶୀୟ ଔଷଧ ପ୍ରସ୍ତୁତିରେ ବ୍ୟବହାର କରାଯାଇଆସୁଛି । ଛୋଟ ଛୁଆ ଓ ବୟସ୍କଙ୍କ ପାଇଁ ଅଁଳା ଖୁବ ଉପକାରୀ   । ତେବେ ଆସନ୍ତୁ ଜାଣିବା, ଆଁଳା ଖାଇବା ଦ୍ୱାରା କ’ଣ ସବୁ ଲାଭ ମିଳିଥାଏ ।

ଔଷଧୀୟ ଗୁଣ

  1. ଅଁଳା ପାଉଡର କୋଲେଷ୍ଟ୍ରୋଲ କମ କରିଥାଏ । ଶରୀରରେ ଖରାପ କୋଲେଷ୍ଟ୍ରୋଲକୁ ନିୟନ୍ତ୍ରଣ କରେ । ଏଥିସହ ହୃଦରୋଗ ଭଳି ଆଶଙ୍କା କମ କରିଥାଏ ।

  2. ପ୍ରତିଦିନ ସକାଳେ ମହୁ ସହ ଅଁଳା ରସ ସହ ପିଇଲେ ତ୍ୱଚାରେ ଚମକ ଆସିଥାଏ ।

  3. ଅଁଳା ରସ ପାଚନ କ୍ରିୟାକୁ ବଢାଇ ଥାଏ । ଏହା ସହ କୋଷ୍ଠକାଠିନ୍ୟ ଭଳି ଭୟଙ୍କର ରୋଗରୁ ମୁକ୍ତି ଦେଇଥାଏ ।

  4. ଦାନ୍ତ ବିନ୍ଧା ପାଇଁ ଲାଭଦାୟକ ଅଁଳା ।

  5. ମଧୁମେହ ରୋଗୀଙ୍କ ପାଇଁ ଅଁଳା ବା ଅଁଳା ପାଉଡର ରାମବାଣ ସଦୃଶ ।

  1. ପ୍ରତିଦିନ ସକାଳେ ମହୁ ସହ ଅଁଳା ରସ ସହ ପିଇଲେ ତ୍ୱଚାରେ ଚମକ ଆସିଥାଏ ।

  2. ଅଁଳା ଗୁଣ୍ଡକୁ ମଧ୍ୟ ଚୁଟିରେ ଲଗାଇଲେ, କେଶ ମଜବୁତ ହୁଏ । ଅଁଳା ରସକୁ ସେବନ କଲେ ମଧ୍ୟ କେଶର ବିଭିନ୍ନ ସମସ୍ୟାରୁ ରକ୍ଷା ପାଇପାରିବେ ।

  3. ଅଁଳାରେ ବିଭିନ୍ନ ପ୍ରକାର ଭିଟାମିନ ସହିତ କ୍ୟାଲସିୟମ, ମ୍ୟାଗ୍ନେସିୟମ, ପଲିଫେନୋଲ ଓ ଆଇରନ ଭଳି ପୋଷକ ତତ୍ତ୍ଵ ରହିଛି ।

  4. ଅଁଳା ରସ ସହ ମହୁ ମିଶାଇ ପ୍ରତିଦିନ ଖାଆନ୍ତୁ । ଏହି ରସ ନିୟମିତ ଖାଇଲେ ଆଜମା ଏବଂ ବ୍ରୋଙ୍କାଇଟସ ଭଳି ରୋଗରୁ ମୁକ୍ତି ମିଳିଥାଏ ।

  5. ପେଟ ପାଇଁ ଅଁଳାକୁ ସୁପର ଫୁଡ ବୋଲି କୁହାଯାଏ । ମେଟାବୋଲିଜିମ୍‌କୁ ମଜବୁତ କରି ପେଟରେ ଖାଦ୍ୟ ବର୍ଣ୍ଣିଙ୍ଗ ପ୍ରୋସେସକୁ ସକ୍ରିୟ କରିଥାଏ । ଏହା ଦ୍ୱାରା ଶୀଘ୍ର ଓଜନ ହ୍ରାସ ପାଇଥାଏ ।

  6. ତ୍ୱଚାର ଚମକ ପାଇଁ ଅଁଳା ପାଉଡରରେ ମହୁ, ଏବଂ ଦହି ମିଶାଇ ଏକ ପେଷ୍ଟ ତିଆରି କରି ୧୦ ମିନିଟ ଯାଏଁ ମୁହଁରେ ଲଗାଇ ପାରିବେଶୁଖିଗଲା ପରେ ଥଣ୍ଡା ପାଣିରେ ଧୋଇଦିଅନ୍ତୁଏହାଦ୍ୱରା ତ୍ୱଚା ପରିସ୍କାର ହେବା ସହ ଚିକ୍କଣ ରହିଥାଏ

  7. ପ୍ରତିଦିନ ଅଂଳାକୁ ଗୁଣ୍ଡ କରି ଚୁଟି ମୂଳରେ ଲଗାଇଇଲେ କେଶ ମଜବୁତ ହେବା ସହ କେଶର ଘନତ୍ୱ ବୃଦ୍ଧି ହୋଇଥାଏ 

Like this article?

Hey! I am KJ Staff. Did you liked this article and have suggestions to improve this article? Mail me your suggestions and feedback.

Share your comments