1. ଅନ୍ୟାନ୍ୟ

ଓଡ଼ିଆ ଘର ବେସର ଝୋଳ !

ଓଡ଼ିଆ ଘର ବେସର ଝୋଳ !

KJ Staff
KJ Staff

ବେସର ଝୋଳ କଥା ଶୁଣିଲେ ଆପଣଙ୍କୁ ଭୋକ ନିଶ୍ଚିନ୍ତ ଲାଗୁଥିବ |ବେସର ର ସ୍ୱାଦ ,ତାର ବାସ୍ନା ଏବଂ ତାହା ମହକ ରେ ଓଡ଼ିଆ ଘର ର ରୋଷେଇଶାଳ ପ୍ରାୟେ ମହକୁଥାଏ |ମାଛ ବେସର ରୁ ଆରମ୍ଭ କରି ମାଂସ ବେସର ,ବେସର ପୋଡା ଓ ବେସର ତରକାରୀ ଏହି ପ୍ରକର ସମସ୍ତ ଖାଦ୍ୟ ର ମଜା ନିଆରା |
ଏହି ବେସର ବଟା ର ଗୋଟେ ଚାମଚ ମଧ୍ୟ ଆପଣଙ୍କ ଖାଦ୍ୟ ର ସ୍ୱାଦ କୁ ସାମ୍ପୁରା ପରିବର୍ତିତ କରି ଏହାକୁ ଏକ ନୂଆ ଢାଞ୍ଚା ଦେଇଥାଏ |ବହୁ ଲୋକ ଏହି ବେଶର କୁ ଏକ ଡିପ୍ ଭାବେ ବ୍ୟବହାର କରି ଏଥିରେ ଆମ୍ବୁଲ କୁ ଭିଜାଇ ରାଇ ଇତ୍ୟାଦି ପ୍ରସ୍ତୁତ କରନ୍ତି |ଏଥିରେ ମାଂସ କୁ ମ୍ୟାରିନେଟ କରି ପତ୍ର ପୋଡା ମାଂସ ର ବିଷୟରେ ଆପଣ ନିଶ୍ଚିନ୍ତ ଶୁଣିଥିବେ |ସେହିପରି ଛତୁ ବେଶର ଏବଂ ବାଇଗଣ ବେଶର ଇତ୍ୟାଦି ନିରାମିଷ ଭୋଜନ ମଧ୍ୟରେ ଅନ୍ୟତମ |

ବେଶର ରେ ଉଚିତ ମାତ୍ର ରେ ମିଶ୍ରଣ ଦ୍ୱାରା ଏହା ଆବଶ୍ୟକ ବାସ୍ନା ସହ ଆବଶ୍ୟକ ଖଟା ଏବଂ ସ୍ୱାଦ ଉଭୟ ବ୍ୟାନଜନ ରେ ମିଳିଥାଏ |ତେଣୁ ଆପଣ ଏହାକୁ ଯେକୌଣସି ଖାଦ୍ୟ ରେ ମିଶାଇ ରୋଷେଇ କରିଲେ ଏହା ସର୍ବଦା ଏକ ଭିନ୍ନତମ ସ୍ୱାଦ ଯୋଗାଇଥାଏ |

ବେସର ରେ ପ୍ରସ୍ତୁତ କେତୋଟି ବ୍ୟଞ୍ଜନ :

୧) କଲରା ବେସର :

କଲରା କୁ ସିଝାଇ ଏହିରେ ବେସର ବଟା ଦେଇ ଏହାକୁ ରୋଷେଇ କରନ୍ତୁ |ବେଶର ବଟା ଦ୍ୱାରା କଲରା ର ପିତା ସ୍ୱାଦ ନଷ୍ଟ ହୁଏ |

୨)ମାଛ ରେ ବେଶର ବଟା :

ଏହା ମଧ୍ୟ ବ୍ୟଞ୍ଜନ କୁ ଖଟା ମିଠା ସ୍ୱାଦ ଯୋଗାଇଥାଏ| ଏହା ସହ ଆମ୍ବୁଲ କୁ ମଧ୍ୟ ବେଶର ବଟା ସହ ମିଶାଇ ମାଛ ବେଶର ପ୍ରସ୍ତୁତ କରାଯାଏ |ଏହା ସବୁ ଓଡ଼ିଆ ଘର ରୋଷେଇଶାଳ ରେ ବେଶ ପ୍ରସିଦ୍ଧ |ଏହା ସାଧାରଣ ମାଛ ଝୋଳ ଠାରୁ ମଧ୍ୟ ଅଧିକ ସ୍ୱାଦିଷ୍ଟ ଓ ବାସନାଯୁକ୍ତ |

୩)ଲାଉ କ୍ଷୀରସା :

ଲାଉ ସହ ବେଶର ବଟା ର ମିଶ୍ରଣ ,ତରକାରୀ କୁ ଅଧିକ କ୍ରିମି ବା ମଲେଇଯୁକ୍ତ କରିଥାଏ |ଏହାର ଏକ ସ୍ୱତନ୍ତ୍ର ସ୍ୱାଦ ରହିଛି |

ବେସର ବଟା କିପରି ପ୍ରସ୍ତୁତ ହୁଏ ?

ସୋରିଷ କୁ ରସୁଣ ଏବଂ କଞ୍ଚା ଲଙ୍କା ସହ ବାଟି ବେଶର ବଟା ପ୍ରସ୍ତୁତ କରାଯାଏ |କେତେକାଂଶ ରେ ସୋରିଷ ସହ ପୋସ୍ତ,ଜିରା ଇତ୍ୟାଦି ମିଶାଇ ମଧ୍ୟ ଏହି ବଟା ପ୍ରସ୍ତୁତ କରିଥାନ୍ତି |ଏହି ବଟା କୁ ବିଶେଷ କରି ସିଝା ଖାଦ୍ୟ ,ପୋଡା ବ୍ୟଞ୍ଜନ ଇତ୍ୟାଦି ରେ ବ୍ୟବହାର କରାଯାଇଥାଏ |
ମନ୍ଦିର ମାନଙ୍କରେ ରୋଷେଇୟା ମାନେ ଏହା ସହ କୋରା ନଡ଼ିଆ ମଧ୍ୟ ବ୍ୟବହାର କରନ୍ତି ଯାହା ବେଶର ବଟା ର ତୀବ୍ର ବାସ୍ନା କୁ ହ୍ରାସ କରିବା ସହ ଏଥିରେ ଏକ ଭିନ୍ନ ସ୍ୱାଦ ମଧ୍ୟ ଯୁକ୍ତ କରାଯାଇଥାଏ |

କାହିଁକି ସୁନାମ ଅର୍ଜନ କରିଛି ବେଶର ବଟା ?

ବେଶର ବା ସୋରିଷ ପ୍ରକୃତରେ ଆମ ପୁରାଣ ଏବଂ ଶାସ୍ତ୍ର ରେ ମଧ୍ୟ ସ୍ଥାନ ପାଇଛି |ପ୍ରାଚୀନ କାଳ ରେ ଇଜିପ୍ଟ ଏବଂ ରୋମାନ ର ବାସିନ୍ଦା ମାନେ ସୋରିଷ ତେଲ ର ବ୍ୟବହାର କରି ନିଜ ହାଡ କୁ ମଜଭୁତ ରଖୁଥିବାର କୁହାଯାଏ |
ଭେଳା ସଂହିତା ,କଶ୍ୟପ ସଂହିତା ରେ ସୋରିଷ କୁ କଷ୍ଟ ବା ବିନ୍ଧ ଦରଜ ଇତ୍ୟାଦି ଲାଗି ଚମତ୍କାରୀ ଔଷଧି ଭାବେ ଉଲ୍ଲେଖ ରହିଛି |
ସେହିପରି ସୁଶୃତ ସଂହିତା ରେ ବଟା ସୋରିଷ ର ଏକ ଲେପ ଦ୍ୱାରା ହାଡ ଗଣ୍ଠି ରେ ହେଉଥିବା ବିନ୍ଧ ଦୂର ହୁଏ ବୋଲି ସ୍ପଷ୍ଟ କରାଯାଇଛି |
ଓଡ଼ିଶାରେ ମଧ୍ୟ ଏହି ସୋରିଷ କୁ ରବି ଫସଲ ଭାବେ ବହୁ ସ୍ଥାନରେ ଚାଷ କରାଯାଏ ଏବଂ ଗରିବ ର ତେଲ ବୋଲି ଏହାର ବ୍ୟାଖ୍ୟା ବହୁ ପୂର୍ବ କାଳ ରୁ ରହିଥିଲା |
ଔଷଧ ଭାବେ କାମ କରିବା ସହ ଏହା କେତେକ ପୁରୁଣା ମଦ ର ମଧ୍ୟ ସ୍ୱାଦ ପରିବର୍ତିତ କରି ଏହାକୁ ଅଧିକ ସ୍ୱାଦିଷ୍ଟ କରାଏ ବୋଲି କହିଛନ୍ତି ସେଫ ଶରଦ ଦେୱାନ |

ପ୍ରକୃତରେ ଦେଖିବାକୁ ଗଲେ ପୂର୍ବ ଭାରତ ରେ ହିଁ ଅଦା ରସୁଣ ବଟା ପରିବର୍ତେ ସୋରିଷ ବଟା ବା ବେଶର ବଟା କୁ ଅଧିକ ପ୍ରାଧାନ୍ୟ ଦିଆଯାଇଥାଏ |
ତେଣୁ ଆଜି ହିଁ ନିଜ ରୋଷେଇ ରେ ସୋରିଷ ର ବ୍ୟବହାର ରେ ବ୍ୟଞ୍ଜନ ପ୍ରସ୍ତୁତ କରି ସ୍ୱାଦିଷ୍ଟ ଭୋଜନ ର ଆନନ୍ଦ ନିଅନ୍ତୁ |

Like this article?

Hey! I am KJ Staff. Did you liked this article and have suggestions to improve this article? Mail me your suggestions and feedback.

Share your comments