1. ଅନ୍ୟାନ୍ୟ

ଓଡ଼ିଆ ଘରର ମାଛ ବେସର ଝୋଳ

ମାଛ ବେସର ଏକ ପାରମ୍ପାରିକ ଓଡ଼ିଆ ଖାଦ୍ୟ । ବେସର ଝୋଳ କଥା ଶୁଣିଲେ ଆପଣଙ୍କୁ ଭୋକ ନିଶ୍ଚିନ୍ତ ଲାଗୁଥିବ । ବେସର ବଟାରେ ସୋରିଷ, ଜିରା, ପାନମଧୁରୀ, ନଡ଼ିଆ ଆଦି ମିଶାଇ ବାଟିବା କିମ୍ବା ସୋରିଷ, ରସୁଣ, ଜିରାକୁ ମିଶାଇ ବାଟିବାରେ ମାଛ ମିଶାଇ କରାଯାଇଥିବା ଏକ ତରକାରୀ । ମାଛ ବେସର ଓ ଅନ୍ୟାନ୍ୟ କେତେ ବେସରରେ ଆମ୍ବୁଲ ମଧ୍ୟ ପଡ଼ିଥାଏ । ମାଛ ବେସର ସାଧାରଣତଃ ଦ୍ୱିପହର କିମ୍ବା ରାତିରେ ଭାତ ସଙ୍ଗେ ଏକ ତରକାରୀ ଭାବେ ଖିଆଯାଇଥାଏ ।

Sudesna Nayak
Sudesna Nayak
beshara fish curry at odisha

beshara fish curry at odisha

ମାଛ ବେସର ଏକ ପାରମ୍ପାରିକ ଓଡ଼ିଆ ଖାଦ୍ୟ । ବେସର ଝୋଳ କଥା ଶୁଣିଲେ ଆପଣଙ୍କୁ ଭୋକ ନିଶ୍ଚିନ୍ତ ଲାଗୁଥିବ । ବେସର ବଟାରେ ସୋରିଷ, ଜିରା, ପାନମଧୁରୀ, ନଡ଼ିଆ ଆଦି ମିଶାଇ ବାଟିବା କିମ୍ବା ସୋରିଷ, ରସୁଣ, ଜିରାକୁ ମିଶାଇ ବାଟିବାରେ ମାଛ ମିଶାଇ କରାଯାଇଥିବା ଏକ ତରକାରୀ ।  ମାଛ ବେସର ଓ ଅନ୍ୟାନ୍ୟ କେତେ ବେସରରେ ଆମ୍ବୁଲ ମଧ୍ୟ ପଡ଼ିଥାଏ । ମାଛ ବେସର ସାଧାରଣତଃ ଦ୍ୱିପହର କିମ୍ବା ରାତିରେ ଭାତ ସଙ୍ଗେ ଏକ ତରକାରୀ ଭାବେ ଖିଆଯାଇଥାଏ ।

ବେସରର ସ୍ୱାଦ ,ତାର ବାସ୍ନା ଏବଂ ତାହା ମହକ ରେ ଓଡ଼ିଆ ଘରର ରୋଷେଇଶାଳ ପ୍ରାୟେ ମହକୁଥାଏ । ମାଛ ବେସର ରୁ ଆରମ୍ଭ କରି ମାଂସ ବେସର ,ବେସର ପୋଡା ଓ ବେସର ତରକାରୀ ଏହି ପ୍ରକର ସମସ୍ତ ଖାଦ୍ୟ ର ମଜା ନିଆରା ।

 

ଏହି ବେସର ବଟା ର ଗୋଟେ ଚାମଚ ମଧ୍ୟ ଆପଣଙ୍କ ଖାଦ୍ୟର ସ୍ୱାଦକୁ ସାମ୍ପୁରା ପରିବର୍ତିତ କରି ଏହାକୁ ଏକ ନୂଆ ଢାଞ୍ଚା ଦେଇଥାଏ । ବହୁ ଲୋକ ଏହି ବେଶର କୁ ଏକ ଡିପ୍ ଭାବେ ବ୍ୟବହାର କରି ଏଥିରେ ଆମ୍ବୁଲ କୁ ଭିଜାଇ ରାଇ ଇତ୍ୟାଦି ପ୍ରସ୍ତୁତ କରନ୍ତି । ଆମିଷରେ ମାଂସ, ମାଛ ସେହିପରି ଛତୁ ବେଶର ଏବଂ ବାଇଗଣ ବେଶର ଇତ୍ୟାଦି ନିରାମିଷ ଭୋଜନ ମଧ୍ୟରେ ଅନ୍ୟତମ ।

 

ମାଛ ବେସର ବଟାରେ ବ୍ୟବହୃତ ଉପାଦାନକୁ ନେଇ ବେସର ମୁଖ୍ୟତଃ ଦୁଇପ୍ରକାରର । ପ୍ରଥମଟି ସୋରିଷ, ଜିରା, ପାନମଧୁରୀ, ନଡ଼ିଆ ଆଦି ମିଶାଇ ବଟାଯାଇଥିବା ବେସର ବଟା ପଡ଼ିହୁଏ । ଦ୍ୱିତୀୟ ପ୍ରକାରର ବେସର ସୋରିଷ, ରସୁଣ, ଜିରା ଆଦିକୁ ମିଶାଇ ବାଟି କରାଯାଇଥାଏ । ଏହା ସାଧାରଣତଃ ଘରେ ଓ ଭୋଜି ଆଦିରେ ରନ୍ଧାଯାଇଥାଏ । ମାଛ ବେସର ଓ ଛତୁ ବେସର ଆଦିରେ ଆମ୍ବୁଲ ଓ ଏହି ପ୍ରକାର ବେସର ବଟା ଦେଇ ରନ୍ଧାଯାଏ ।

 

ବେସରରେ କଲରା ବେସର,ମାଛରେ ବେଶର ବଟା, ଲାଉ କ୍ଷୀରସା, ଛତୁ ବେଶର ଏବଂ ବାଇଗଣ ବେସର ଇତ୍ୟାଦି ପ୍ରସ୍ତୁତ କରାଯାଏ ।

ବେଶର ବା ସୋରିଷ ପ୍ରକୃତରେ ଆମ ପୁରାଣ ଏବଂ ଶାସ୍ତ୍ର ରେ ମଧ୍ୟ ସ୍ଥାନ ପାଇଛି । ପ୍ରାଚୀନ କାଳରେ ଇଜିପ୍ଟ ଏବଂ ରୋମାନ ର ବାସିନ୍ଦା ମାନେ ସୋରିଷ ତେଲର ବ୍ୟବହାର କରି ନିଜ ହାଡକୁ ମଜଭୁତ ରଖୁଥିବାର କୁହାଯାଏ ।

 

ଓଡ଼ିଶାରେ ମଧ୍ୟ ଏହି ସୋରିଷକୁ ରବି ଫସଲ ଭାବେ ବହୁ ସ୍ଥାନରେ ଚାଷ କରାଯାଏ ଏବଂ ଗରିବର ତେଲ ବୋଲି ଏହାର ବ୍ୟାଖ୍ୟା ବହୁ ପୂର୍ବ କାଳରୁ ରହିଥିଲା ।

 

ପ୍ରକୃତରେ ଦେଖିବାକୁ ଗଲେ ପୂର୍ବ ଭାରତ ରେ ହିଁ ଅଦା ରସୁଣ ବଟା ପରିବର୍ତେ ସୋରିଷ ବଟା ବା ବେଶର ବଟା କୁ ଅଧିକ ପ୍ରାଧାନ୍ୟ ଦିଆଯାଇଥାଏ । ତେଣୁ ଆଜି ହିଁ ନିଜ ରୋଷେଇ ରେ ସୋରିଷ ର ବ୍ୟବହାର ରେ ବ୍ୟଞ୍ଜନ ପ୍ରସ୍ତୁତ କରି ସ୍ୱାଦିଷ୍ଟ ଭୋଜନ ର ଆନନ୍ଦ ନିଅନ୍ତୁ ।

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments