1. ଅନ୍ୟାନ୍ୟ

beshara mushroom curry : ଓଡ଼ିଆ ଘରର ଛତୁ ବେସର

ବେସର ଏକ ପାରମ୍ପାରିକ ଓଡ଼ିଆ ଖାଦ୍ୟ । ବେସର ବଟା (ସୋରିଷ, ଜିରା, ପାନମଧୁରୀ, ନଡ଼ିଆ ଆଦି ମିଶାଇ ବାଟିବା କିମ୍ବା ସୋରିଷ, ରସୁଣ, ଜିରାକୁ ମିଶାଇ ବାଟିବା)ରେ ପରିବା କିମ୍ବା ମାଛ ଆଦି ମିଶାଇ କରାଯାଇଥିବା ଏକ ତରକାରୀ । ବେସରର ସ୍ୱାଦ ,ତାର ବାସ୍ନା ଏବଂ ତାହା ମହକ ରେ ଓଡ଼ିଆ ଘରର ରୋଷେଇଶାଳ ପ୍ରାୟେ ମହକୁଥାଏ । ମାଛ ବେସର ରୁ ଆରମ୍ଭ କରି ମାଂସ ବେସର ,ବେସର ପୋଡା ଓ ବେସର ତରକାରୀ ଏହି ପ୍ରକର ସମସ୍ତ ଖାଦ୍ୟ ର ମଜା ନିଆରା ।

Sudesna Nayak
Sudesna Nayak
beshara mushroom curry at odisha

beshara mushroom curry at odisha

ବେସର ଏକ ପାରମ୍ପାରିକ ଓଡ଼ିଆ ଖାଦ୍ୟ । ବେସର ବଟା (ସୋରିଷ, ଜିରା, ପାନମଧୁରୀ, ନଡ଼ିଆ ଆଦି ମିଶାଇ ବାଟିବା କିମ୍ବା ସୋରିଷ, ରସୁଣ, ଜିରାକୁ ମିଶାଇ ବାଟିବା)ରେ ପରିବା କିମ୍ବା ମାଛ ଆଦି ମିଶାଇ କରାଯାଇଥିବା ଏକ ତରକାରୀ । ବେସରର ସ୍ୱାଦ ,ତାର ବାସ୍ନା ଏବଂ ତାହା ମହକ ରେ ଓଡ଼ିଆ ଘରର ରୋଷେଇଶାଳ ପ୍ରାୟେ ମହକୁଥାଏ । ମାଛ ବେସର ରୁ ଆରମ୍ଭ କରି ମାଂସ ବେସର ,ବେସର ପୋଡା ଓ ବେସର ତରକାରୀ ଏହି ପ୍ରକାର ସମସ୍ତ ଖାଦ୍ୟର ମଜା ନିଆରା ।

ବେସର ଉଭୟ ନିରାମିଷ (ପରିବା ବେସର, ପାଳଙ୍ଗ/ଶାଗ ବେସର, ଛୁଇଁ ବେସର, ଛତୁ ବେସର ଆଦି) ଆମିଷ (ସାଧାରଣତଃ ମାଛରେ) ହୋଇପାରେ । ବେସରରେ ସାଧାରଣତଃ ବଡ଼ି ବା ନାଡ଼ି ଛୁଙ୍କ ଦେଇ ତିଆରି କରାଯାଇଥାଏ । ବେସର ସାଧାରଣତଃ ଦ୍ୱିପହର କିମ୍ବା ରାତିରେ ଭାତ ସଙ୍ଗେ ଏକ ମୁଖ୍ୟ ତରକାରୀ ଭାବେ ଖିଆଯାଇଥାଏ । ବେସରରେ କଲରା ବେସର,ମାଛରେ ବେଶର ବଟା, ଲାଉ କ୍ଷୀରସା, ଛତୁ ବେଶର ଏବଂ ବାଇଗଣ ବେସର ଇତ୍ୟାଦି ପ୍ରସ୍ତୁତ କରାଯାଏ । ମାଛ ବେସର ଓ ଛତୁ ବେସର ଆଦିରେ ଆମ୍ବୁଲ ଓ ଏହି ପ୍ରକାର ବେସର ବଟା ଦେଇ ରନ୍ଧାଯାଏ ।

 

ଛତୁ ବେସର ସାମଗ୍ରୀ - ପାଳଛତୁ – ୫୦୦ ଗ୍ରାମ୍ ,ସୋରିଷ – ୨ ଚାମଚ, ଜିରା – ୧/୨ ଚାମଚ , କଞ୍ଚା ଲଙ୍କା – ୩ ରୁ ୪ଟି , ରସୁଣ – ୮ରୁ ୧୦ କୋଲା , ସୋରିଷ ତେଲ – ୩ ଟେବୁଲ୍-ଚାମଚ , ହଳଦି – ୧ ଚାମଚ , ଲୁଣ – ସ୍ୱାଦ ଅନୁସାରେ , ତେନ୍ତୁଳି ମଣ୍ଡ ବା ଟମାଟୋ ପ୍ୟୁରୀ – ୧ ଟେବୁଲ୍-ଚାମଚ

ଛତୁ ବେସର ପ୍ରଣାଳୀ

 

ଛତୁକୁ ବାଛି ସଫା କରି ଧୋଇ ଚିପୁଡ଼ି ହଳଦି-ଲୁଣ ଗୋଳାଇ ତେଲ ଦେଇ ନନ୍‌ଷ୍ଟିକ ରେ ଗନ୍ଧ ଯିବା ଯାଏଁ ଭାଜିଦେଇ କାଢ଼ି ରଖନ୍ତୁ । ଆଉଟିକେ ତେଲ ଦେଇ କରେଇରେ ଫୁଟଣ ଫୁଟାନ୍ତୁ । ଫୁଟିଗଲେ ସୋରିଷ, ରସୁଣ, ଜିରା-ଲଙ୍କାର ପାଲିସ ବଟାକୁ ଦେଇ ୧ କପ୍ ପାଣି ଦେଇଦିଅନ୍ତୁ । ଆଉଟିକେ ହଳଦି ପକାଇ ଗୋଳାନ୍ତୁ । ଫୁଟିଗଲେ ଛତୁଭଜା ପକାଇ ଗୋଳାଇ ଆଞ୍ଚ କମାଇ ଘୋଡ଼ାଇ ବସାନ୍ତୁ । ୧୦ ମିନିଟ୍ ପରେ ଟମାଟୋ ବା ତେନ୍ତୁଳି ମଣ୍ଡ ମିଶାନ୍ତୁ । ପୁଣିଥରେ ଫୁଟାଇ ଝୋଳ ଦରକାର ମୁତାବକ ରଖି ଆଞ୍ଚ ବନ୍ଦ କରନ୍ତୁ ଓ ଗରମ ଗରମ ପରସନ୍ତୁ । ଏବେ ଏହାର ମଜା ନେଇ ପାରିବେ ।

 

ସୋରିଷ ବେଶର ବାଟିଲା ବେଳେ ଯଥେଷ୍ଟ ପାଣି ଦେଇ ଵାଟନ୍ତୁ । ଏ ମସଲା କଷା ଯାଏ ନାହିଁ । ବେସର କଷିଲେ ପିତା ହୁଏ । ତେଣୁ କରେଇରେ ପକାଇ ତୁରନ୍ତ ପାଣି ଦେଇ ଗୋଳାନ୍ତୁ । ଏହାଛଡା ଭଲ ମାନର ସୋରିଷ ମଧ୍ୟ ସୋରିଷ ବଟା ତରକାରୀ ଉପରେ ପ୍ରଭାବ ପକାଇଥାଏ ।

 

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments