1. ଅନ୍ୟାନ୍ୟ

ଓଡ଼ିଆ ଘରର ମଟନ ବେସର, ଘରେ ପ୍ରସ୍ତୁତ କରନ୍ତୁ ଏବଂ ଖାଇବାର ମଜା ଉଠାନ୍ତୁ

ବେସର ଏକ ପାରମ୍ପାରିକ ଓଡିଶାର ଓଡ଼ିଆ ଖାଦ୍ୟ । ବେସର ଉଭୟ ନିରାମିଷ ଏବଂ ଆମିଷ ହୋଇପାରେ । ବେସର ସାଧାରଣତଃ ଦ୍ୱିପହର କିମ୍ବା ରାତିରେ ଭାତ ସଙ୍ଗେ ଏକ ମୁଖ୍ୟ ତରକାରୀ ଭାବେ ଖିଆଯାଇଥାଏ । ବେସରର ସ୍ୱାଦ ,ତାର ବାସ୍ନା ଏବଂ ତାହା ମହକ ରେ ଓଡ଼ିଆ ଘରର ରୋଷେଇଶାଳ ପ୍ରାୟେ ମହକୁଥାଏ ।

Sudesna Nayak
Sudesna Nayak
beshara mutton curry at odisha

beshara mutton curry at odisha

ବେସର ଏକ ପାରମ୍ପାରିକ ଓଡିଶାର ଓଡ଼ିଆ ଖାଦ୍ୟ । ବେସର ଉଭୟ ନିରାମିଷ ଏବଂ ଆମିଷ ହୋଇପାରେ । ବେସର ସାଧାରଣତଃ ଦ୍ୱିପହର କିମ୍ବା ରାତିରେ ଭାତ ସଙ୍ଗେ ଏକ ମୁଖ୍ୟ ତରକାରୀ ଭାବେ ଖିଆଯାଇଥାଏ । ବେସରର ସ୍ୱାଦ ,ତାର ବାସ୍ନା ଏବଂ ତାହା ମହକ ରେ ଓଡ଼ିଆ ଘରର ରୋଷେଇଶାଳ ପ୍ରାୟେ ମହକୁଥାଏ । ବେସରରେ କଲରା ବେସର,ମାଛରେ ବେଶର ବଟା, ଲାଉ କ୍ଷୀରସା, ଛତୁ ବେଶର, ମଟନ ବେସରଏବଂ ବାଇଗଣ ବେସର ଇତ୍ୟାଦି ପ୍ରସ୍ତୁତ କରାଯାଏ । ମାଛ ବେସର ଓ ଛତୁ ବେସର ଆଦିରେ ଆମ୍ବୁଲ ଓ ଏହି ପ୍ରକାର ବେସର ବଟା ଦେଇ ରନ୍ଧାଯାଏ ।

ମଟନ ବେସର ପାଇଁ ଆବଶ୍ୟକ ସାମଗ୍ରୀ: ମଟନ, ଟମାଟୋ, ପିଆଜ, ସୋରିଷ, ଜିରା, ରସୁଣ, ଧନିଆ ପତ୍ର, ସୋରିଷ ତେଲ, ଲୁଣ, ହଳଦୀ ଗୁଣ୍ଡ ଓ ଲଙ୍କା ଗୁଣ୍ଡ ।

ମଟନ ବେସର ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ମଟନକୁ ଭଲଭାବେ ଧୋଇ ଏକ ପାତ୍ରରେ ରଖନ୍ତୁ । ଏହାପରେ ସୋରିଷ, ଜିରା ଓ ରସୁଣକୁ ଏକାଠି ଭଲଭାବେ ବାଟି ଦିଅନ୍ତୁ । ତା’ପରେ ଧୁଆହୋଇ ରହିଥିବା ମଟନରେ ଏହି ମସଲା ସହିତ ମଟନ ମସଲା ଓ ଅଳ୍ପ ତେଲ ପକାଇ ଗୋଳାଇ କିଛି ସମୟ ରଖି ଦିଅନ୍ତୁ ।

ଏହାପରେ କରେଇରେ ତେଲ ଗରମ କରନ୍ତୁ । ତେଲ ଗରମ ହୋଇଯିବା ପରେ ସେଥିରେ କଟା ପିଆଜକୁ ପକାନ୍ତୁ । ପିଆଜ ଲାଲ ହୋଇଗଲା ପରେ ସେଥିରେ ମସଲାଗୋଳା ମଟନକୁ ପକାନ୍ତୁ । ପରେ ସେଥିରେ କଟା ଟମାଟୋ, ଲଙ୍କାଗୁଣ୍ଡ, ହଳଦୀ ଗୁଣ୍ଡ ଓ ସ୍ୱାଦ ଅନୁସାରେ ଲୁଣ ପକାନ୍ତୁ । ତା’ପରେ ମଟନକୁ କିଛି ସମୟ କଷନ୍ତୁ । ଏବେ ସେଥିରେ ଆବଶ୍ୟକ ଅନୁସାରେ ପାଣି ଦିଅନ୍ତୁ । ତା’ ପରେ କରେଇକୁ ଘୋଡ଼େଇ ଦିଅନ୍ତୁ । ମଟନ ସିଝି ଯିବା ପରେ କରେଇକୁ ତଳକୁ ଓହ୍ଲାଇ ଆଣନ୍ତୁ । ଏବେ ସେଥିରେ କଟା ଧନିଆ ପତ୍ର ପକାଇ ଦିଅନ୍ତୁ । ପ୍ରସ୍ତୁତ ହୋଇଗଲା ମଟନ ବେସର । ଏବେ ଏହାର ମଜା ନେଇ ପାରିବେ ।

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments