1. ଅନ୍ୟାନ୍ୟ

ଓଡିଶାର ସଭିଙ୍କ ପ୍ରିୟ ଦହି ମାଛ

ଓଡ଼ିଆ ଘରେ ପ୍ରାୟତଃ ସମସ୍ତେ ମାଛ ଖାଇବା ପାଇଁ ପସନ୍ଦ କରିଥାନ୍ତି । ଘରେ ଘରେ ମାଛକୁ ନେଇ ବିଭିନ୍ନ ରେସିପି ତିଆରି କରାଯାଇଥାଏ । ମାଛକୁ ନେଇ ଅନେକ ରେସିପି ରହିଛି ,କିନ୍ତୁ ଏହି ବ୍ୟସ୍ତବହୁଳ ଜୀବନ ଭିତରେ ଆମେ ସୁଆଦିଆ ଖାଦ୍ୟରୁ ବଞ୍ଚିତ ରହିଯାଉ । ବିଭିନ୍ନ ଶୈଳୀରେ କେତେବେଳେ ମାଛ ଭଜା ତ କେତେବେଳେ ମାଛ ତରକାରୀ ତିଆରି କରିଥିବେ ।

Sudesna Nayak
Sudesna Nayak
know the relishes of dahi fish curry at odisha

know the relishes of dahi fish curry at odisha

ଓଡ଼ିଆ ଘରେ ପ୍ରାୟତଃ ସମସ୍ତେ ମାଛ ଖାଇବା ପାଇଁ ପସନ୍ଦ କରିଥାନ୍ତି । ଘରେ ଘରେ ମାଛକୁ ନେଇ ବିଭିନ୍ନ ରେସିପି ତିଆରି କରାଯାଇଥାଏ । ମାଛକୁ ନେଇ ଅନେକ ରେସିପି ରହିଛି ,କିନ୍ତୁ ଏହି ବ୍ୟସ୍ତବହୁଳ ଜୀବନ ଭିତରେ ଆମେ ସୁଆଦିଆ ଖାଦ୍ୟରୁ ବଞ୍ଚିତ ରହିଯାଉ ।  ବିଭିନ୍ନ ଶୈଳୀରେ କେତେବେଳେ ମାଛ ଭଜା ତ କେତେବେଳେ ମାଛ ତରକାରୀ ତିଆରି କରିଥିବେ ।

ବେସରର ସ୍ୱାଦ ,ତାର ବାସ୍ନା ଏବଂ ତାହା ମହକ ରେ ଓଡ଼ିଆ ଘରର ରୋଷେଇଶାଳ ପ୍ରାୟେ ମହକୁଥାଏ । ମାଛ ବେସର ରୁ ଆରମ୍ଭ କରି ମାଂସ ବେସର ,ବେସର ପୋଡା ଓ ବେସର ତରକାରୀ ଏହି ପ୍ରକର ସମସ୍ତ ଖାଦ୍ୟର ମଜା ନିଆରା ।

ତେବେ ଆମେ ଆପଣମାନଙ୍କୁ ମାଛର ଏକ ନୂଆ ଓ ସରଳ ରେସିପି ବିଷୟରେ କହିବାକୁ ଯାଉଛୁ । ଏହି ରେସିପିର ନା ହେଉଛି ‘ଦହି ମାଛ’ । ଏହି ରେସିପିଟି  ଅତ୍ୟନ୍ତ ସହଜ ଓ ସରଳ ଉପାୟରେ ଘରେ ବନେଇ ପାରିବେ ।

ଉପକରଣ – ବଡ଼ ମାଛ -୬ ପିସ୍, ଦହି-୬ଚାମୁଚ, ପିଆଜ-୨ଟା, ରସୁଣ- ୧୦ କୋଲା, ଜିରା-୨ ଚାମୁଚ, ଧନିଆ-୧ ଚାମୁଚ, ଲାଲ ଲଙ୍କା ଗୁଣ୍ଡ-୩ଚାମୁଚ, ହଳଦି-୩ଚାମୁଚ, ଧନିଆ ପତ୍ର-୨ବିଡ଼ା, ବିଲାତି ବାଇଗଣ-୧ଟା, କଞ୍ଚା ଲଙ୍କା-୬ଟି, ଲେମ୍ବୁରସ-୨ ଚାମୁଚ, ଆବଶ୍ୟକ ଅନୁସାରେ ଲୁଣ ଓ ତେଲ ନେବେ ।

ପ୍ରସ୍ତୁତି – ପ୍ରଥମେ ମାଛକୁ ଭଲ ଭାବରେ ଧୋଇ ସେଥିରୁ କାତି ସଫା କରି ଦିଅନ୍ତୁ । ଏଥିରେ ଲେମ୍ବୁରସ, ଲୁଣ ଓ ହଳଦୀ ପକାଇ ଏକ ଘଣ୍ଟା ରଖନ୍ତୁ । ଗରମ ତେଲରେ ମାଛକୁ ଲାଲ କରି ଭାଜି ଦିଅନ୍ତୁ । ରସୁଣ, ଜିରା, ସୋରିଷ ଓ ଧନିଆକୁ ଏକତ୍ର କରି ବାଟି ଦିଅନ୍ତୁ । ଗରମ ତେଲରେ ଫୁଟଣ ଫୁଟଗଲେ ବଟା ମସଲା କଷନ୍ତୁ । ଏଥିରେ ଲୁଣ ଓ ହଳଦୀ ପକେଇବାକୁ ଭୁଲିବେ ନାହିଁ । ଏହା ଟିକେ ଭାଜି ହୋଇଗଲେ । ଏଥିରେ ବିଲାତି ବାଇଗଣ ଓ ଲାଲ ଲଙ୍କା ପକେଇ କିଛି ସମୟ ପର୍ଯ୍ୟନ୍ତ ଭାଜନ୍ତୁ । ମସଲା ସଂପୂର୍ଣ୍ଣ ଭାଜି ହୋଇଗଲେ ସେଥିରେ ଦହି ଓ ଗୋଟା କଞ୍ଚାଲଙ୍କା (ଡ଼େମ୍ଫ ଛିଣ୍ଡେଇ) ପକେଇ ପାଞ୍ଚ ମିନିଟ ଭଲ କରି ଭାଜି ଦିଅନ୍ତୁ । ଶେଷରେ ମାଛ ପକେଇ ଭାଜି ତିନି କପ ପାଣି ଦେଇ ଦିଅନ୍ତୁ । ପାଣି ଫୁଟିଗଲେ ସେଥିରେ କଟା ଧନିଆ ପତ୍ର ପକେଇ ଓହ୍ଲେଇ ଦିଅନ୍ତୁ । ଏଥର ଦହି ମାଛ ପୁରା ପ୍ରସ୍ତୁତ ହୋଇଗଲା । ଏବେ ଏହାର ମଜା ନେଇ ପାରିବେ ।

 

ଏହି ସହଜ ଦହି ପୋଦିନା ମାଛ ରେସିପି ତିଆରି କରି ନିଜେ ଖାଆନ୍ତୁ ଓ ନିଜ ଘର ଲୋକଙ୍କୁ ପରଷନ୍ତୁ ।

 

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments