1. ଅନ୍ୟାନ୍ୟ

କରୋନା ମହାମାରୀର ଫଳ ଏବଂ ପନିପରିବାର ମୂଲ୍ୟ ଉପରେ ପ୍ରଭାବ, ଆସନ୍ତୁ ଜାଣିବା !!

କରୋନା ଭାଇରସର ସଂକ୍ରମଣ ଅତି ଦ୍ରୁତ ଗତିରେ ବଢିଛି । ଏଥିରୁ ବଞ୍ଚିବା ପାଇଁ ସମସ୍ତ ଲୋକ ସେମାନଙ୍କର ରୋଗ ପ୍ରତିରୋଧକ ପ୍ରତି ବିଶେଷ ଧ୍ୟାନ ଦେଉଛନ୍ତି ।

Sugyan Kumar Nayak
Sugyan Kumar Nayak
Fruit and vegetables

Fruit and vegetables

କରୋନା ଭାଇରସର ସଂକ୍ରମଣ ଅତି ଦ୍ରୁତ ଗତିରେ ବଢିଛି । ଏଥିରୁ ବଞ୍ଚିବା ପାଇଁ ସମସ୍ତ ଲୋକ ସେମାନଙ୍କର ରୋଗ ପ୍ରତିରୋଧକ ପ୍ରତି ବିଶେଷ ଧ୍ୟାନ ଦେଉଛନ୍ତି । ଡାକ୍ତରଙ୍କ ଅନୁସାରେ, କରୋନା ଭାଇରସକୁ ଏଡାଇବା ପାଇଁ ଭିଟାମିନ୍ - ସି ଥିବା ଫଳ ଏବଂ ପନିପରିବା ଉପରେ ବିଶେଷ ଧ୍ୟାନ ଦେବା ଉଚିତ । କିନ୍ତୁ ଏବେ ସମସ୍ୟାର କଥା ହେଲା ବଜାରରେ ଭିଟାମିନ – ସି ର ଫଳ ଏବଂ ପନିପରିବାର ଦରଦାମ ବହୁତ ଉଚ୍ଚରେ ଅଛି ।

ଅଧିକ ଦରଦାମ ଥିବା ଦ୍ରବ୍ୟ

ଯଦି ଆମେ ବଜାରର ପରିବା ହାଟ ଆଉ ଅନ୍ୟ ସ୍ଥାନର ପରିବା ହାଟ କଥା କହିବା, ତେବେ ଏଠାରେ ଲେମ୍ବୁ ୧୪୦ ରୁ ୧୬୦ ଟଙ୍କା ପ୍ରତି କିଲୋଗ୍ରାମ ଦରରେ ବିକ୍ରି ହେଉଛି । ଏହା ପରେ କମଳା ଲେମ୍ବୁର ଅଧିକ ଚାହିଦା ଅଛି, ଯାହା କି ଗୋଦାମରେ ୧୦୦ ଟଙ୍କା ପ୍ରତି କିଲୋ ଥିଲା ବେଳେ ସେଠାରେ ବଜାରରେ ୧୨୦ ଟଙ୍କା ପ୍ରତି କିଲୋରେ ବିକ୍ରି କରାଯାଉଛି ।

ମୌସମ୍ବି ଆଉ ଅଙ୍ଗୁରର ଅଧିକ ଚାହିଦା

ଏହି ସମୟରେ ମୌସମ୍ବିର ଚାହିଦା ବହୁତ ବଢି ଯାଇଛି, ତେଣୁ ଅଧିକାଂଶ ମାଲ ଗୋଦାମରେ ମୌସମ୍ବିର ଦାମ ୧୦୦ ଟଙ୍କା ପ୍ରତି କିଲୋରେ ମିଳୁଛି, ତ ସେଠାରେ ଅଙ୍ଗୁର ୧୦୦ ଟଙ୍କା କିଲୋରେ ବିକ୍ରି କରାଯାଉଛି । ଯଦି ଅନଲାଇନ ଡେଲିଭରିର କଥା ଉଠାଯାଏ, ତେବେ ଲେମ୍ବୁର ଦାମ ୨୫୦ ଟଙ୍କା ପାର କରିସାରିଛି । ଅନ୍ୟ ଫଳର କଥା କୁହାଯାଏ ତ ସେଓର ଦାମ ୧୬୦ ରୁ ୧୮୦ ଟଙ୍କାରେ ବିକ୍ରି ହେଉଛି ।

ଆହୁରି ବଢିବ ଦରଦାମ

କରୋନା ମହାମାରୀରେ ଲେମ୍ବୁର ଅଧିକ ଚାହିଦା ରହିଛି, ତେଣୁ ଅଧିକାଂଶ ପରିବା ଗୋଦାମରେ ଲେମ୍ବୁ ୧୪୦ ରୁ ୧୬୦ ଟଙ୍କା ପ୍ରତି କିଲୋରେ ବିକ୍ରି କରାଯାଉଛି । କେତେକ ସ୍ଥାନରେ ଏହାର ଦାମ ୨୦୦ ଟଙ୍କାରୁ ଅଧିକ ଅଟେ । ଏହା କୁହାଯାଉଛି ଯେ ବଜାରରେ କିନୁ ଫଳ ଆସିବା ବନ୍ଦ ହେଇଯାଇଛି, ଏଥି ପାଇଁ କମଳା ଲେମ୍ବୁର ଚାହିଦା ବଢି ବଢି ଚାଲିଛି । ଏହି କାରଣ ପାଇଁ ଏହାର ଦାମ ୧୨୦ ଟଙ୍କା ପ୍ରତି କିଲୋ ପର୍ଯ୍ୟନ୍ତ ପହଞ୍ଚି ପାରିଛି। କରୋନା ମହାମାରୀ ରହିବା ଦ୍ଵାରା ପ୍ରତ୍ୟେକ ଲୋକ ଆଉ ରୋଗୀମାନଙ୍କୁ ଭିଟାମିନ – ସି ଆଉ ଜିଙ୍କ ଟାବଲେଟ ନେବା କଥା କୁହାଯାଉଛି । କାରଣ ଏହାର ମୁଖ୍ୟ ଉତ୍ସ ହେଉଛି ଲେମ୍ବୁ, ମୌସମ୍ବି ଆଉ ଅଁଳା ଅଟେ l ଲେମ୍ବୁକୁ ଭିଟାମିନ – ସିର ଏକ ଭଲ ଉତ୍ସ ଭାବରେ ଗ୍ରହଣ କରାଯାଏ l ଆପଣମାନେ ଏହାକୁ ପରିବା ତରକାରୀ ସହ କିମ୍ବା ପାଣି କରି ମଧ୍ୟ ପିଇ ପାରିବେ l ଏହା ଅପେକ୍ଷା ଫାଇବରର ବି ସମ୍ପୂର୍ଣ୍ଣ ମାତ୍ରା ବି ମିଳିଥାଏ । ତେଣୁ ସବୁ ଲୋକ ନିଜର ରୋଗ ପ୍ରତିରୋଧକ ଶକ୍ତି ବଢାଇବା ପାଇଁ ଭିଟାମିନ – ସିକୁ ପ୍ରାକୃତିକ ଉତ୍ସ ବୋଲି ବ୍ୟବହାର କରି ଥାଆନ୍ତି l

Like this article?

Hey! I am Sugyan Kumar Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments