1. ଅନ୍ୟାନ୍ୟ

ଚିଙ୍ଗୁଡ଼ି ଆଚାର ପ୍ରସ୍ତୁତି:

ଚିଙ୍ଗୁଡ଼ି ଘରେ ଘରେ ପରିଚିତ ଏକ ସୁସ୍ୱାଦୁ ଖାଦ୍ୟ।ଏହାକୁ ଦୀର୍ଘ ଦିନ ଯାଏ ବ୍ୟବହାର କରିବା ଲାଗି ଏଥିରେ ଆଚାର ପ୍ରସ୍ତୁତ କରାଯାଏ।ଏହାର ବଜାରରେ ଚାହିଦା ମଧ୍ୟ ବେଶ୍ ଅଧିକ ଏବଂ ଏହା ଦ୍ୱାରା ବିଶେଷ କରି ମହିଳା ଚାଷୀ ମାନେ ସ୍ବାବଲମ୍ବୀ ହୋଇପାରିବେ ।

KJ Staff
KJ Staff

ଚିଙ୍ଗୁଡ଼ି ଘରେ ଘରେ ପରିଚିତ ଏକ ସୁସ୍ୱାଦୁ ଖାଦ୍ୟ।ଏହାକୁ ଦୀର୍ଘ ଦିନ ଯାଏ ବ୍ୟବହାର କରିବା ଲାଗି ଏଥିରେ ଆଚାର ପ୍ରସ୍ତୁତ କରାଯାଏ।ଏହାର ବଜାରରେ ଚାହିଦା ମଧ୍ୟ ବେଶ୍ ଅଧିକ ଏବଂ ଏହା ଦ୍ୱାରା ବିଶେଷ କରି ମହିଳା ଚାଷୀ ମାନେ ସ୍ବାବଲମ୍ବୀ ହୋଇପାରିବେ ।

ତେବେ ଏହା ଲାଗି ଆବଶ୍ୟକୀୟ ଉପକରଣ:
ଖୋଳପା ଚଦ ଚିଙ୍ଗୁଡି- ୧ କି ଗ୍ରା
କଞ୍ଚାଲଙ୍କା ଖଣ୍ଡ - ୫୦ଗ୍ରାମ
ଅଦା -୧୦୦ଗ୍ରାମ
ରସୁଣ -୧୦୦ଗ୍ରାମ
ପିଆଜ -୧୫୦ଗ୍ରାମ
ଲଙ୍କା ଗୁଣ୍ଡ -୪୦ଗ୍ରାମ
ଭିନେଗାର - ୬୦୦ ମି.ଲି
ହଳଦୀ ଗୁଣ୍ଡ - ୨୦ଗ୍ରାମ
ଗରମ୍ ମସଲା -୧.୫ଗ୍ରାମ
ଫିସ୍ ମସଲା -୧.୫ଗ୍ରାମ
ଟମାଟୋ ପ୍ୟୁରୀ -୨୦୦ ଗ୍ରାମ
ଚିନି -୫ଗ୍ରାମ
ସୋରିଷ ତେଲ: -୨୦୦ ମି.ଲି
ଲୁଣ - ସ୍ଵାଦ ଅନୁସାରେ

ପ୍ରସ୍ତୁତି ପ୍ରଣାଳୀ:
ଚିଙ୍ଗୁଡ଼ି କୁ ପରିଷ୍କାର ପାଣିରେ ଭଲ ଭାବରେ ଧୋଇ ସେଥିରେ ଲୁଣ ଓ ହଳଦୀ ଗୋଳାଇ ୧ ରୁ ୨ ଘଣ୍ଟା ଯାଏ ଖରାରେ ସୁଖାନ୍ତୁ।କଢ଼େଇ ରେ ତେଲ ଗରମ୍ କରି ଚିଙ୍ଗୁଡ଼ି କୁ ଲାଲ ହେବା ଯାଏ ଭାଜନ୍ତୁ ।ପରେ ହକୁ କହେଇ ଅନ୍ୟ ଏକ ପାତ୍ର ରେ ରଖନ୍ତୁ ଓ ଗରମ୍ ତେଲ ରେ ଚିନି,ଅଦା,ରସୁଣ,ପିଆଜ ସହ କଞ୍ଚାଲଙ୍କା ଦେଇ କସନ୍ତୁ। ମସଲା ବାଦାମୀ ରଙ୍ଗ ହୋଇ ଆସିଲେ,ଚିଙ୍ଗୁଡ଼ି ଲଙ୍କ ଗୁଣ୍ଡ, ଟମାଟୋ ପ୍ୟୁରି,ହଳଦୀ ଓ ଲୁଣ ସ୍ଵାଦ ଅନୁସାରେ ଦେଇ ଧିମା ଆଞ୍ଚରେ କଷନ୍ତୁ।କଲି ରୁ ଉଳହି ଗରମ୍ ମାସ ଦେଇ ଏହାକୁ ଥଣ୍ଡା କରନ୍ତୁ ।ପରେ ଏଥିରେ ଭିନେଗର୍ ମିଶାଇ ସଫା ବୋତଲରେ ଭର୍ତି କରି ମୁହଁକୁ ମହମ୍ ର ପ୍ରଲେପ ଦେଇ ସାଇତି ରଖନ୍ତି।ପ୍ରସ୍ତୁତ ହୋଇଗଲା ଚିଙ୍ଗୁଡ଼ି ଆଚାର।

Like this article?

Hey! I am KJ Staff. Did you liked this article and have suggestions to improve this article? Mail me your suggestions and feedback.

Share your comments