1. ଅନ୍ୟାନ୍ୟ

୬୦ ଟଙ୍କାରେ କିଣନ୍ତୁ ୧ କିଲୋ ‘ଭାରତ ଡାଲି’

ଲଗାତାର ଦେଶର ଅନେକ ଖାଦ୍ୟ ଦ୍ରବ୍ୟ ଦର ବଢ଼ିବାରେ ଲାଗିଛି l ତାହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି l ଗତ କିଛି ମାସ ଧରି ମହଙ୍ଗା ମାଡ ଯୋଗୁଁ ସାଧାରଣ ଜନତା ମଧ୍ୟ ଅନେକ ଅସୁବିଧାରେ ପଡ଼ିଥିଲେ l

Tanushree Mahapatra
Tanushree Mahapatra
Modi government is selling chana dal at 60 rupees per kg , image source - pexels.com

Modi government is selling chana dal at 60 rupees per kg , image source - pexels.com

ଲଗାତାର ଦେଶର ଅନେକ ଖାଦ୍ୟ ଦ୍ରବ୍ୟ ଦର ବଢ଼ିବାରେ ଲାଗିଛି l ତାହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି l ଗତ କିଛି ମାସ ଧରି ମହଙ୍ଗା ମାଡ ଯୋଗୁଁ ସାଧାରଣ ଜନତା ମଧ୍ୟ ଅନେକ ଅସୁବିଧାରେ ପଡ଼ିଥିଲେ l

ଯେଉଁଥିପାଇଁ ଖାଦ୍ୟ ଦ୍ରବ୍ୟ କିଣିବା ସାହସ ମଧ୍ୟ କରିପାରୁନଥିଲେ l କିନ୍ତୁ ଚଳିତ ବର୍ଷ ଅକ୍ଟୋବରର ମୁଦ୍ରାସ୍ଫୀତି କିଛି ମାତ୍ରାରେ ଖାଉଟିଙ୍କୁ ଆରାମ ଦେଇଛି । ଜୁଲାଇ ମାସରୁ ଲଗାତାର ତୃତୀୟ ମାସ ପାଇଁ ଖୁଚୁରା ମୁଦ୍ରାସ୍ଫୀତି ହ୍ରାସ ପାଉଥିବାର ଦେଖିବାକୁ ମିଳିଛି ।

ତେବେ ଗ୍ରାହକ ମୂଲ୍ୟ ସୂଚକାଙ୍କ ଅନୁଯାୟୀ ୪.୮୭ ପ୍ରତିଶତକୁ ଖସି ଆସିଛି । ଏହାପୂର୍ବରୁ ସେପ୍ଟେମ୍ବର ମାସରେ ଏହା ୫.୦୨ ପ୍ରତିଶତ ରହିଥିଲା । ତେଣୁ କିଛି ମାସ ହେବ ମୁଦ୍ରାସ୍ଫୀତି ନିୟନ୍ତ୍ରଣ ପାଇଁ କେନ୍ଦ୍ର ସରକାର ଲଗାତାର ଅନେକ ପଦକ୍ଷେପ ନେଉଛନ୍ତି । ଏହି ପଦକ୍ଷେପଗୁଡ଼ିକ ମଧ୍ୟରୁ ଗୋଟିଏ ହେଉଛି କମ ଦରରେ ଭାରତ ଡାଲିର ବିକ୍ରୟ କରିବା । ମହଙ୍ଗା ମାଡ଼ ଯୋଗୁଁ ଅସୁବିଧା ଭୋଗୁଥିବା ସାଧାରଣ କହୁଟିଙ୍କୁ ଆରାମ ପ୍ରଦାନ କରିବାକୁ କେନ୍ଦ୍ର ସରକାର ଜୁଲାଇ ମାସ ରୁ ଚଣା ଡାଲି ବିକ୍ରି ଆରମ୍ଭ କରିଥିଲେ । ତେବେ ଏହି ଡାଲିକୁ ‘ଭାରତ ଡାଲି’ ନାମରେ ବିକ୍ରି କରାଯାଉଛି । ଏହି ଡାଲିକୁ ଏନଏଏଫଇଡି, ଏନସିସିଏଫ, କେନ୍ଦ୍ରୀୟ ଭଣ୍ଡାର ଏବଂ ସଫଲ କେନ୍ଦ୍ର ମାଧ୍ୟମରେ ବିକ୍ରି କରାଯାଉଛି ।

ସେହିପରି ଏହା ପୂର୍ବରୁ ଅଟାର ମୂଲ୍ୟ ବୃଦ୍ଧିକୁ ମଧ୍ୟ ଦୃଷ୍ଟିରେ ରଖି ମୋଦୀ ସରକାର ଶସ୍ତାରେ ଅଟା ବିକ୍ରି କରିବାକୁ ନିଷ୍ପତ୍ତି ନେଇଥିଲେ । ଏହି ଅଟାକୁ ମଧ୍ୟ ଭାରତ ବ୍ରାଣ୍ଡ ନାମରେ ବିକ୍ରି କରାଯିବ ଏବଂ ଏହାର ନାମ ‘ଭାରତ ଅଟା’ ରଖାଯାଇଛି । ଏହି ମାଧ୍ୟମରେ କେନ୍ଦ୍ର ସରକାର କିଲୋଗ୍ରାମ ପିଛା ୨୭.୫୦ ଟଙ୍କା ମୂଲ୍ୟରେ ‘ଭାରତ ଅଟା’ ବିକ୍ରି କରୁଛନ୍ତି । ଯାହା ଖାଉଟିଙ୍କୁ ଅଶ୍ଵସ୍ତି ଦେଇଛି l ତେବେ ଇକୋନୋମିକ୍ ଟାଇମ୍ସରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଏହି ଅଟା ଏନଏଏଫଇଡି, ଏନସିସିଏଫ, କେନ୍ଦ୍ରୀୟ ଭଣ୍ଡାରର ୨,୦୦୦ ରୁ ଅଧିକ କେନ୍ଦ୍ର ମାଧ୍ୟମରେ ବିକ୍ରି କରାଯାଉଛି । 

ତେଣୁ ସୂଚନାଯୋଗ୍ୟ ଯେ, ଦେଶରେ ଡାଲିର ମୂଲ୍ୟକୁ ନିୟନ୍ତ୍ରଣରେ ରଖିବା ପାଇଁ ମଧ୍ୟ କେନ୍ଦ୍ର ସରକାର ଚଣା ଡାଲି, ମୁଗ ଡାଲି, ମସୁର ଡାଲି ଆଦିର ଷ୍ଟକକୁ ନିଜ ପାଖରେ ରଖିଛନ୍ତି । ଆଗକୁ ଭବିଷ୍ୟତରେ ଯେତେବେଳେ ବଜାରରେ ଡାଲିର ମୂଲ୍ୟ ବୃଦ୍ଧି ହେବ, ତେବେ ସରକାର ଏହି ଷ୍ଟକ୍ ରିଲିଜ୍ କରିବେ । ଯାହାକୁ ଖାଉଟି କମ ଦରରେ କିଣି ପାରିବେ l

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments