1. ଅନ୍ୟାନ୍ୟ

କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି; କମିଲା ଅଟା ଦର

ଦ୍ଵାରା ଆର୍ଥିକ ସ୍ଥିତି ପାଇଁ ବଜାରରେ ମୁଦ୍ରାସ୍ଫୀତି କ୍ରମାଗତ ଭାବେ ବୃଦ୍ଧି ପାଉଥିବାର ଦେଖିବାକୁ ମିଳୁଛି । ତେବେ ଏଭଳି ପରିସ୍ଥିତିରେ ସାଧାରଣ ଜନତାଙ୍କୁ ଆରାମ ପ୍ରଦାନ ପାଇଁ କେନ୍ଦ୍ର ସରକାର ଅର୍ଥାତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ବହୁ ଦ୍ରବ୍ୟ ଶସ୍ତା ମୂଲ୍ୟରେ ବିକ୍ରି କରାଯାଉଛି ।

Tanushree Mahapatra
Tanushree Mahapatra
Modi govt plan to slash subsidies atta rate , image source - pexels.com

Modi govt plan to slash subsidies atta rate , image source - pexels.com

ଦ୍ଵାରା ଆର୍ଥିକ ସ୍ଥିତି ପାଇଁ ବଜାରରେ ମୁଦ୍ରାସ୍ଫୀତି କ୍ରମାଗତ ଭାବେ ବୃଦ୍ଧି ପାଉଥିବାର ଦେଖିବାକୁ ମିଳୁଛି । ତେବେ ଏଭଳି ପରିସ୍ଥିତିରେ ସାଧାରଣ ଜନତାଙ୍କୁ ଆରାମ ପ୍ରଦାନ ପାଇଁ କେନ୍ଦ୍ର ସରକାର ଅର୍ଥାତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ବହୁ ଦ୍ରବ୍ୟ ଶସ୍ତା ମୂଲ୍ୟରେ ବିକ୍ରି କରାଯାଉଛି । ନିକଟରେ ଡାଲି ଦର ବଢିଥିବାବେଳେ କେନ୍ଦ୍ର ସରକାର ବଜାରରେ ସବସିଡିଯୁକ୍ତ ଭାରତ ଡାଲି ବିକ୍ରି କରିବା ଆରମ୍ଭ କରିଥିଲେ । 

ଯାହା ଖାଉଟିଙ୍କୁ ଡାଲି ଦରରେ ଆଶ୍ବସ୍ତି ଦେଇଥିଲା l ସେହିପରି ବର୍ତ୍ତମାନ ବୃଦ୍ଧି ପାଉଥିବା ଗହମ ମୂଲ୍ୟରୁ ଲୋକଙ୍କୁ ଆରାମ ଦେବା ପାଇଁ ସରକାର ବଜାରରେ ଶସ୍ତା ଭାରତ ଅଟା ମଧ୍ୟ ଲଞ୍ଚ କରିଥିବାର ଦେଖିବାକୁ ମିଳିଛି l ଯାହାର ମୂଲ୍ୟ ଅନ୍ୟ ଅଟାର ହାରାହାରି ମୂଲ୍ୟଠାରୁ କିଲୋଗ୍ରାମ ପିଛା ୮ ରୁ ୯ ଟଙ୍କା କମ୍ ରହିଛି ।

ଗଣମାଧ୍ୟମ ରିପୋର୍ଟ ଆଧାରରେ, ବର୍ତ୍ତମାନ ପର୍ଯ୍ୟନ୍ତ କେଜି ପିଛା ୨୯.୫୦ ଟଙ୍କାରେ ବିକ୍ରି ହେଉଥିବା ଏହି ଅଟାର ମୂଲ୍ୟକୁ ନିକଟରେ କେନ୍ଦ୍ର ସରକାର ଆହୁରି ହ୍ରାସ କରିଥିବା ଦେଖିବାକୁ ମିଳିଥିଲା । ଏହି କାରଣ ଯୋଗୁଁ ଏଫସିଆଇ ସେଣ୍ଟ୍ରାଲ ପୁଲରୁ ୨.୫ ଲକ୍ଷ ଟନ୍ ଗହମ ଆବଣ୍ଟନ କରାଯାଇଥିବା ସୂଚନା ରହିଛି । କମ ଦରରେ ଅଟା ବିକ୍ରୟ କରିବା ପାଇଁ ଏହି ଯୋଜନା ଫେବୃଆରୀ ମାସରୁ ଆରମ୍ଭ କରାଯାଇଥିଲା । ଏଥିପାଇଁ କେନ୍ଦ୍ର ସରକାର କେନ୍ଦ୍ରିୟ ଭଣ୍ଡାର, ନ୍ୟାସନାଲ କଞ୍ଜ୍ୟୁମର କୋଅପରେଟିଭ ଫେଡେରେଶନ ସହିତ ଏନସିସିଏଫକୁ FCI ତୁଳନାରେ ୩ ଲକ୍ଷ ଟନ୍ ଗହମ ଶସ୍ତାରେ ପ୍ରଦାନ କରିଛନ୍ତି l  ଯେଉଁଥିରୁ ଅଟା ପ୍ରସ୍ତୁତ କରାଯାଇ କିଲୋଗ୍ରାମ ପିଛା ୨୯.୫ ଟଙ୍କା ମୂଲ୍ୟରେ ବିକ୍ରି କରାଯାଉଛି । 

ବର୍ତ୍ତମାନ ସରକାରଙ୍କ ଏହି ନିଷ୍ପତ୍ତି ଅନୁଯାୟୀ ଭାରତ ଅଟାର ମୂଲ୍ୟ କିଲୋଗ୍ରାମ ପିଛା ୨ ରୁ ୨୭.୫ ଟଙ୍କାକୁ ହ୍ରାସ କରାଯାଇଛି । ସେହିପରି ଭଲ ବ୍ରାଣ୍ଡେଡ୍ ଅଟା କିଲୋଗ୍ରାମ ପିଛା ୩୫ ରୁ ୪୦ ଟଙ୍କା ମୂଲ୍ୟରେ ବିକ୍ରି କରାଯାଉଛି ବଜାରରେ । ଏଭଳି ପରିସ୍ଥିତିରେ ଦେଶରେ ସରକାରୀ ଭାରତ ଅଟାର ମୂଲ୍ୟ ଅନ୍ୟାନ୍ୟ ବ୍ରାଣ୍ଡେଡ୍ ଅଟା ଠାରୁ ୮ ରୁ ୯ ଟଙ୍କା କମ୍ ହେବ ବୋଲି କୁହାଯାଉଛି । ଯଦି ଅନ୍ୟ ବ୍ରାଣ୍ଡେଡ୍ ଅଟାର ମୂଲ୍ୟ  10 କିଲୋଗ୍ରାମ ପ୍ୟାକେଟ୍ ହାରାହାରି ୩୭୦ ଟଙ୍କା ଖର୍ଚ୍ଚ ହୁଏ, ତେବେ ଭାରତ ବ୍ରାଣ୍ଡର ଅଟା ମାତ୍ର ୨୭୦ ରୁ ୨୮୦ ଟଙ୍କା ମଧ୍ୟରେ ହେବ ବୋଲି ଆକଳନ କରାଯାଇଛି ।

ସେହିପରି ଭାରତ ବ୍ରାଣ୍ଡ ଅଟାର ନୂତନ ମୂଲ୍ୟ ନଭେମ୍ବର ପ୍ରଥମ ସପ୍ତାହରୁ କାର୍ଯ୍ୟକାରୀ ହେବ ବୋଲି କୁହାଯାଇଛି  । ଉଚ୍ଚ ସ୍ତରରେ ମଧ୍ୟ ଏ ସମ୍ପର୍କରେ ନିଷ୍ପତ୍ତି ନିଆଯାଇଛି । ଏହା ୧୦ କିଲୋଗ୍ରାମ ଏବଂ ୩୦ କିଲୋଗ୍ରାମ ପ୍ୟାକରେ ଉପଲବ୍ଧ କରାଯିବ । 

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments