1. ଅନ୍ୟାନ୍ୟ

ଚାଷୀଙ୍କ ଆକାଉଣ୍ଟକୁ ଆସିବ ଟଙ୍କା, ଜାଣନ୍ତୁ କେବେ ?

କୃଷକ ମାନଙ୍କ ପାଇଁ ଏକ ବଡ଼ ଖବର ଅଛି । ପିଏମ କିସାନ ସମ୍ମାନ ନିଧି ଯୋଜନା ଅଧୀନରେ ଯେଉଁ କୃଷକମାନେ ଲାଭ ପାଉଛନ୍ତି, ସେମାନେ ବର୍ତ୍ତମାନ ୪୦୦୦ ଟଙ୍କା କିସ୍ତି ପାଇପାରିବେ । ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି ଯୋଜନା ଅଧୀନରେ ଲାଭ ପାଉଥିବା ଚାଷୀଙ୍କ ପାଇଁ ଏକ ଖୁସି ଖବର ଅଛି । ଖୁବ୍ ଶୀଘ୍ର, ସେହି କୃଷକଙ୍କ ଆକାଉଣ୍ଟକୁ ୨୦୦୦ ଟଙ୍କା ବଦଳରେ ୪୦୦୦ ଟଙ୍କା କିସ୍ତି ଆସିପାରେ ।

Sugyan Kumar Nayak
Sugyan Kumar Nayak
PM Kisan

PM Kisan

କୃଷକ ମାନଙ୍କ ପାଇଁ ଏକ ବଡ଼ ଖବର ଅଛି । ପିଏମ କିସାନ ସମ୍ମାନ ନିଧି ଯୋଜନା ଅଧୀନରେ ଯେଉଁ କୃଷକମାନେ ଲାଭ ପାଉଛନ୍ତି, ସେମାନେ ବର୍ତ୍ତମାନ ୪୦୦୦ ଟଙ୍କା କିସ୍ତି ପାଇପାରିବେ । ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି ଯୋଜନା  ଅଧୀନରେ ଲାଭ ପାଉଥିବା ଚାଷୀଙ୍କ ପାଇଁ ଏକ ଖୁସି ଖବର ଅଛି । ଖୁବ୍ ଶୀଘ୍ର, ସେହି କୃଷକଙ୍କ ଆକାଉଣ୍ଟକୁ ୨୦୦୦ ଟଙ୍କା ବଦଳରେ ୪୦୦୦ ଟଙ୍କା କିସ୍ତି ଆସିପାରେ । ଯଦି ଗଣମାଧ୍ୟମର ରିପୋର୍ଟକୁ ବିଶ୍ୱାସ କରାଯାଏ, ତେବେ ଶୀଘ୍ର ମୋଦି ସରକାର ହିତାଧିକାରୀ ଚାଷୀଙ୍କୁ ଏକ ଉପହାର ଦେଇପାରନ୍ତି । ଖବର ଅନୁଯାୟୀ, କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି ଯୋଜନାର ପରିମାଣକୁ ଦ୍ୱିଗୁଣିତ କରିବାକୁ ଚିନ୍ତା କରୁଛନ୍ତି । ଯଦି ଏହା ଘଟେ, କୃଷକମାନେ ପ୍ରତିବର୍ଷ ୬୦୦୦ ଟଙ୍କା ବଦଳରେ ତିନୋଟି କିସ୍ତିରେ ୧୨୦୦୦ ଟଙ୍କା ପାଇପାରିବେ । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ବିହାର କୃଷି ମନ୍ତ୍ରୀ ଅମରନ୍ଦ୍ର ପ୍ରତାପ ସିଂ ନିକଟରେ କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ଏବଂ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ସହ ଦିଲ୍ଲୀରେ ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି ଯୋଜନା ଅଧୀନରେ ପ୍ରାପ୍ତ ପରିମାଣକୁ ଦୁଇଗୁଣ କରିବା ପାଇଁ ଆଲୋଚନା କରିଛନ୍ତି । ତେବେ ଏପର୍ଯ୍ୟନ୍ତ ଏ ସମ୍ପର୍କରେ କୌଣସି ନିଷ୍ପତ୍ତି ନିଆଯାଇ ନାହିଁ ।

ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି ଯୋଜନା ଅଧୀନରେ ବାର୍ଷିକ ୬,୦୦୦ ଟଙ୍କା କୃଷକଙ୍କ ଆକାଉଣ୍ଟକୁ ପଠାଯାଏ । ଏହି ଟଙ୍କା ୩ଟି କିସ୍ତିରେ ପଠାଯାଏ । ପ୍ରତ୍ୟେକ କିସ୍ତିରେ ୨,୦୦୦ ଟଙ୍କା ପଠାଯାଏ । ପ୍ରତି ୪ ମାସରେ ଗୋଟିଏ କିସ୍ତି ଆସିଥାଏ । ପିଏମ କିସାନ ପୋର୍ଟାଲ ଅନୁଯାୟୀ ଏହି ଯୋଜନାର ପ୍ରଥମ କିସ୍ତି ୧ ଡିସେମ୍ବରରୁ ୩୧ ମାର୍ଚ୍ଚ ମଧ୍ୟରେ ଆସିଥାଏ । ଦ୍ୱିତୀୟ କିସ୍ତି ୧ ଏପ୍ରିଲରୁ ୩୧ ଜୁଲାଇ ମଧ୍ୟରେ କୃଷକଙ୍କ ଆକାଉଣ୍ଟରେ ଦିଆଯାଏ । ତୃତୀୟ କିସ୍ତି ୧ ଅଗଷ୍ଟରୁ ୩୦ ନଭେମ୍ବର ମଧ୍ୟରେ କୃଷକଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର ହୋଇଥାଏ ।

୨୦୧୯ ରେ ଏହି ଯୋଜନା ଆରମ୍ଭ ହୋଇଥିଲା l ମୋଦି ସରକାର ୨୪ ଫେବୃଆରୀ ୨୦୧୯ ରେ ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି ଯୋଜନା ଆରମ୍ଭ କରିଥିଲେ । ଏହି ଯୋଜନା ଅଧୀନରେ ସରକାର କ୍ଷୁଦ୍ର ଚାଷୀଙ୍କୁ ତିନୋଟି କିସ୍ତିରେ ପ୍ରତିବର୍ଷ ୬୦୦୦ ଟଙ୍କା ଦିଅନ୍ତି । ପ୍ରଥମ କିସ୍ତି ୧ ଡିସେମ୍ବରରୁ ୩୧ ମାର୍ଚ୍ଚ ମଧ୍ୟରେ ଆସେ । ଦ୍ୱିତୀୟ କିସ୍ତି ସିଧାସଳଖ କୃଷକଙ୍କ ଆକାଉଣ୍ଟକୁ ୧ ଏପ୍ରିଲରୁ ୩୧ ଜୁଲାଇ ଓ ତୃତୀୟ କିସ୍ତି ୧ ଅଗଷ୍ଟରୁ ୩୦ ନଭେମ୍ବର ମଧ୍ୟରେ କୃଷକଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର ହୋଇଥାଏ ।

Like this article?

Hey! I am Sugyan Kumar Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments

ଆମ ନ୍ୟୁଜଲେଟରକୁ ସବସ୍କ୍ରାଇବ୍ କରନ୍ତୁ । ଆପଣ ଆପଣଙ୍କ ଆଗ୍ରହ ଥିବା ଟପିକ୍‌ ବାଛିବେ ଏବଂ ଆମେ ଆପଣଙ୍କୁ ବଛା ବଛା ନ୍ୟୁଜ ଓ ଆପଣଙ୍କ ପସନ୍ଦ ଅନୁଯାୟୀ ଲାଟେଷ୍ଟ ଅପଡେଟ୍‌ ପଠାଇଦେବୁ ।

ନ୍ୟୁଜଲେଟର ସବସ୍କ୍ରାଇବ୍‌ କରନ୍ତୁ