1. ଅନ୍ୟାନ୍ୟ

ଧାନ ଓ ଚାଉଳ ବ୍ୟବସାୟୀଙ୍କୁ କେନ୍ଦ୍ର ସରକାରଙ୍କ କଡ଼ା ଚେତାବନୀ

ଧାନ ଓ ଚାଉଳ ବ୍ୟବସାୟୀଙ୍କୁ କଡ଼ା ଚେତାବନୀ l କ'ଣ କହିଲେ ପିୟୁଷ ଗୋୟଲ ?

Tanushree Mahapatra
Tanushree Mahapatra
No proposal to revisit export regulations on essential commodities, image source - pexels.com

No proposal to revisit export regulations on essential commodities, image source - pexels.com

ଦେଶରେ ଦେଖାଦେଇଥିବା ଖାଦ୍ୟ ମହଙ୍ଗାକୁ ନିୟନ୍ତ୍ରଣ କରିବାକୁ କେନ୍ଦ୍ର ସରକାର କେତେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛନ୍ତି । ଚାଉଳ ଓ ଅଟା ଭଳି ଅତ୍ୟାବଶ୍ୟକ ସାମଗ୍ରୀର ମୂଲ୍ୟକୁ ନିୟନ୍ତ୍ରଣରେ ରଖିବା ଏବଂ କଳାବଜାରୀ ଆଦିକୁ ରୋକିବାକୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି ।

କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ଅନୁସାରେ ଧାନ ଓ ଚାଉଳ ବ୍ୟବସାୟୀ ଏହାର ପାଇକାରୀ ଓ ଖୁଚୁରା ବିକ୍ରେତା, ବିଗ୍‌ଚେନ ରିଟେଲର, ମିଲର୍ସ ଓ ପ୍ରସେସରମାନଙ୍କୁ ସେମାନଙ୍କ ପାଖରେ ଥିବା ସାମଗ୍ରୀର ଷ୍ଟକ ପରିମାଣ ବାଧ୍ୟତାମୂଳକ ଭାବେ ପ୍ରଦର୍ଶନ କରିବାକୁ ପଡିବ । ଏହାର ଅର୍ଥ ସେମାନଙ୍କ ପାଖରେ ଯେତେ ଚାଉଳ ଓ ଧାନ ଥିବ ତାହା ସେମାନେ ଦର୍ଶାଇବେ ଏବଂ ତା’ଠାରୁ ଅଧିକ ରଖିଲେ ତାହା ଦଣ୍ଡନୀୟ ଅପରାଧ ଭାବେ ଗଣ୍ୟ ହେବ ।

ଦେଶର ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ଏହି ନିୟମ ଅନ୍ୟାଦେଶ ପର୍ଯ୍ୟନ୍ତ ବଳବତ୍ତର ରହିବ । ସମ୍ପୃକ୍ତ ବିକ୍ରେତା, ମିଲର୍ସ ଓ ପ୍ରୋସେସରମାନଙ୍କୁ ମଧ୍ୟ ନିଜର ଷ୍ଟକକୁ ବିଭିନ୍ନ ବର୍ଗରେ ଦର୍ଶାଇବାକୁ ପଡିବ । ଯଥା ଭଙ୍ଗା, ଅଭଙ୍ଗା ଚାଉଳ, ଅଣବାସମତି ଧଳା ଚାଉଳ, ଉଷୁନା ଚାଉଳ, ବାସମତି ଚାଉଳ ଓ ଧାନ ବିଭିନ୍ନ ବର୍ଗରେ ଷ୍ଟକ ପରିମାଣ ଦର୍ଶାଇବାକୁ ପଡିବ । ନିର୍ଦ୍ଦେଶ ଅନୁସାରେ ଏହି ବ୍ୟବସାୟୀମାନେ ପ୍ରତି ସପ୍ତାହର ଶୁକ୍ରବାର ନିଜ ନିଜର ଧାନ ଚାଉଳ ଷ୍ଟକ ପରିମାଣ ଏକ ସରକାରୀ ପୋର୍ଟାଲରେ ଦର୍ଶାଇବେ । ସେହି ପୋର୍ଟାଲ ହେଲା (https://evegoils.nic.in/rice/login.html) । ଏହି ପୋର୍ଟାଲ କେନ୍ଦ୍ର ସରକାରଙ୍କ ଖାଦ୍ୟ ଓ ସାଧାରଣ ବଣ୍ଟନ ବିଭାଗ ଦ୍ୱାରା ପରିଚାଳିତ । ଏହି ସରକାରୀ ନିର୍ଦ୍ଦେଶ ଜାରି ହେବାର ସାତଦିନ ମଧ୍ୟରେ ସମ୍ପୃକ୍ତ ବ୍ୟବସାୟୀ, ମିଲର୍ସ ଓ ପ୍ରୋସେସରଙ୍କୁ ଧାନ ଚାଉଳର ଷ୍ଟକ ପୋର୍ଟାଲରେ ପ୍ରଦର୍ଶନ କରିବାକୁ ପଡିବ ।

କେନ୍ଦ୍ର ଯୋଗାଣ ସଚିବଙ୍କ ସୂତ ଅନୁସାରେ ଦେଶର ଖାଦ୍ୟ ଅର୍ଥନୀତିରେ ଏବେ ଯେଉଁ ସ୍ଫୀତି ଆସିଛି ଓ ଖାଦ୍ୟଶସ୍ୟର ମୂଲ୍ୟ ବୃଦ୍ଧି ଘଟିଛି ତାହାକୁ ନିୟନ୍ତ୍ରଣ କରିବାକୁ କେନ୍ଦ୍ର ସରକାର ଲୋକଙ୍କୁ ସିଧାସଳଖ ଚାଉଳ ବିକ୍ରି କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏହି ଚାଉଳ ‘ଭାରତ ରାଇସ’ବ୍ରାଣ୍ଡରେ ସାଧାରଣ ଖାଉଟିକୁ ଖୁଚୁରା ବଜାରରେ ବିକ୍ରି କରାଯିବ । ପ୍ରଥମ ପର୍ଯ୍ୟାୟରେ ‘ଭାରତ ରାଇସ’ ବ୍ରାଣ୍ଡରେ ବିକ୍ରି ପାଇଁ ୫ଲକ୍ଷ ମେଟ୍ରିକ ଟନ୍ ଚାଉଳ ବରାଦ କରାଯାଇଛି । ଏସବୁ ଚାଉଳ ନାଫେଡ, ଏନ୍‌ସିସିଏଫ ଓ କେନ୍ଦ୍ରୀୟ ଭଣ୍ଡାର ମାଧ୍ୟମରେ ସିଧାସଳଖ ବିକ୍ରି କରାଯିବ । ଏହି ‘ଭାରତ ରାଇସ’ର ମୂଲ୍ୟ କେଜି ପିଛା ୨୯ଟଙ୍କା ରଖାଯାଇଛି । ଏହା ପାଞ୍ଚ ଓ ୧୦ କିଲୋଗ୍ରାମ ବିଶିଷ୍ଟ ପ୍ୟାକେଟରେ ମିଳିବ ।

ଏହାଛଡା ଚାଉଳର କୃତ୍ରିମ ଅଭାବ, ମହଜୁଦୀ, କଳାବଜାରୀ ଓ ଅନୈତିକ ବ୍ୟବସାୟକୁ ରୋକିବାକୁ କେନ୍ଦ୍ର ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ବିଭିନ୍ନ ପଦକ୍ଷେପ ଗ୍ରହଣ କରି ତାହାକୁ ବିଭିନ୍ନ ରାଜ୍ୟ ସରକାରଙ୍କ ଜରିଆରେ କାର୍ଯ୍ୟକାରୀ କରାଉଛନ୍ତି । ବଜାରରେ ଚାଉଳର ଅଭାବ ଯେପରି ନ ରହେ ସରକାର ତାହାକୁ ସୁନିଶ୍ଚିତ କରିଛନ୍ତି । ସେ କହିଛନ୍ତି ଯେ ଭାରତ ସରକାର ଖାଇବା ତେଲର ମୂଲ୍ୟକୁ ନିୟନ୍ତ୍ରଣରେ ରଖିବାକୁ ବିଭିନ୍ନ ପଦକ୍ଷେପ ନେଇଛନ୍ତି । ଅଶୋଧିତ ପାମ୍‌, ସୋୟାବିନ୍ ଓ ସୂର୍ଯ୍ୟମୁଖୀ ତେଲର ଆମଦାନୀ ଶୁଳ୍କକୁ୨.୫%ରୁ କମାଇା ଶୂନ୍ୟ କରାଯାଇଛି ।ଏସବୁ ରିଫାଇନ ତେଲର ମୌଳିକ ଶୁଳ୍କକୁ ୧୨.୫ ଶତାଂଶଙ୍କୁ ହ୍ରାସ କରାଯାଇଛି ଓ ଏହା ୨୦୨୫ ମାର୍ଚ୍ଚ ୩୧ଯାଏ ବଳବତ୍ତର ରହିବ ।

Budget 2024: ଖୋଲିବ ନିର୍ମଳା ପେଡ଼ି, ମିଳିବ ଉପହାର!

GOOD NEWS: ଓଡ଼ିଶାରୁ ଚାଉଳ କିଣିବେ କେନ୍ଦ୍ର ସରକାର

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments