1. ଅନ୍ୟାନ୍ୟ

କୃଷିଭିତ୍ତିକ ପର୍ବ ନୂଆଁଖାଇ: ଚଳଚଞ୍ଚଳ ପଶ୍ଚିମ ଓଡ଼ିଶା

ଆଜି ହେଉଛି ପଶ୍ଚିମ ଓଡ଼ିଶାର ଅନନ୍ୟ ପର୍ବ ନୂଆଁଖାଇ l ପଶ୍ଚିମ ଓଡ଼ିଶା ହୋଇଛି ଚଳଚଞ୍ଚଳ l ସବୁଠି ଖୁସିର ଲହରୀ l ଘରେ ଘରେ ପିଠାପଣାର ଆସର l ଓଡିଶାର ଅବିଭକ୍ତ ଜିଲ୍ଲା କଳାହାଣ୍ଡି, ବଳାଙ୍ଗୀର, ସମ୍ବଲପୁର, ସୁନ୍ଦରଗଡ ଓ ବଉଦ ଜିଲ୍ଲା ସମେତ କୋରାପୁଟର କେତେକ ଅଞ୍ଚଳ ଏବଂ ଛତିଶଗଡ ରାଜ୍ୟର ଦେଓଭୋଗ ସମେତ ଅନେକ ଅଞ୍ଚଳରେ ନୂଆଖାଇ ପର୍ବ ଧୂମଧାମରେ ପାଳିତ ହୋଇଥାଏ ପ୍ରତିବର୍ଷ ।

Tanushree Mahapatra
Tanushree Mahapatra
Nuakhai is the bustling western odisha , image source - @odisha_tourism

Nuakhai is the bustling western odisha , image source - @odisha_tourism

ଆଜି ହେଉଛି ପଶ୍ଚିମ ଓଡ଼ିଶାର ଅନନ୍ୟ ପର୍ବ ନୂଆଁଖାଇ l ପଶ୍ଚିମ ଓଡ଼ିଶା ହୋଇଛି ଚଳଚଞ୍ଚଳ l ସବୁଠି ଖୁସିର ଲହରୀ l ଘରେ ଘରେ ପିଠାପଣାର ଆସର l ଓଡିଶାର ଅବିଭକ୍ତ ଜିଲ୍ଲା କଳାହାଣ୍ଡି, ବଳାଙ୍ଗୀର, ସମ୍ବଲପୁର, ସୁନ୍ଦରଗଡ ଓ ବଉଦ ଜିଲ୍ଲା ସମେତ କୋରାପୁଟର କେତେକ ଅଞ୍ଚଳ ଏବଂ ଛତିଶଗଡ ରାଜ୍ୟର ଦେଓଭୋଗ ସମେତ ଅନେକ ଅଞ୍ଚଳରେ ନୂଆଖାଇ ପର୍ବ ଧୂମଧାମରେ ପାଳିତ ହୋଇଥାଏ ପ୍ରତିବର୍ଷ । ପ୍ରତିବର୍ଷ ଭାଦ୍ରବ ମାସ ଶୁକ୍ଳପକ୍ଷ ପଞ୍ଚମୀ ତିଥିରେ ଏହି ନୂଆଖାଇ ପର୍ବ ପାଳନ କରାଯାଇଥାଏ ରାଜ୍ୟରେ । 

ଏହା ହେଉଛି ଏକ କୃଷିଭିତ୍ତିକ ପର୍ବ l  ଏହି ପର୍ବ ପାଇଁ ମଧ୍ୟ ତିଥି, ବାର ନକ୍ଷତ୍ର ଦେଖାଯାଇଥାଏ ପାଳନ ପୂର୍ବରୁ । ବିଶେଷ କରି ପଶ୍ଚିମ ଓଡିଶାର ଏହା ହେଉଛି ଏକ ଗଣ ପର୍ବ । ପ୍ରତିବର୍ଷ ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ନୂଆଖାଇ ପର୍ବ ଆନନ୍ଦ ଉଲ୍ଲାସରେ ପାଳନ କରିଥାନ୍ତି । ନୂଆଖାଇ ପର୍ବର ଠିକ ପୂର୍ବ ଓ ପର ଦିନ ପାଇଁ ଯେଉଁ ଲୋକ ବିଶ୍ୱାସ ରହିଛି ତାହା ହିଁ ଅତ୍ୟନ୍ତ ତାତ୍ପର୍ଯ୍ୟପୂର୍ଣ୍ଣ । ତେବେ ଯେପରି ଓଡ଼ିଶାର ପଶ୍ଚିମ ଓଡିଶା ବାସୀଙ୍କର ମୁଖ୍ୟ ଜୀବିକା ହେଉଛି କୃଷିକାର୍ଯ୍ୟ । ସେହି କୃଷିଜାତ ଅନ୍ନର ମହତ୍ୱକୁ ନେଇ କେଉଁ ଆବହମାନ କାଳରୁ ଏହି ନୂଆଖାଇ ପର୍ବ ପାଳନ ହୋଇ ଆସୁଛି ।

ଏହି ଅଞ୍ଚଳ ବାସୀ ମୁଖ୍ୟତଃ କୃଷିଜୀବି ଉପରେ ସମ୍ପୂର୍ଣ୍ଣ ନିର୍ଭରଶୀଳ । ଅଧିକ ଫସଲ ଉତ୍ପାଦନ କରିବା ପାଇଁ ଚାଷୀ ମାଟି ମାଆଁକୁ ପୂଜା କରି ବିଭିନ୍ନ କୃଷି ଭିତ୍ତିକ ପର୍ବ ପାଳନ କରି ଆସୁଛନ୍ତି l ଯାହାକି ଆଜି ପ୍ରତ୍ୟେକ ଓଡିଆ ଜନମାନସରେ ସ୍ଥାନ ପାଇ ସାରିଛି  ଏବଂ ପ୍ରଚଳିତ ମଧ୍ୟ ହୋଇ ଆସୁଛି । କୃଷିକୁ ମୁଖ୍ୟ ଜୀବିକା ଭାବେ ଗଣନା କରାଯାଉଛି । କିନ୍ତୁ ମୁଖ୍ୟତଃ ଧାନ ଚାଷ ପ୍ରାୟତଃ ପରିବେଶ ଗତ ଅସନ୍ତୁଳିତ ଜନିତ ଚାଷ କରିବାର ସମୟ ସାଙ୍ଗକୁ ଅମଳ କରିବାର ସମୟ ବଳୁଥିଲେ ମଧ୍ୟ  ଆଜି ସେହି ପ୍ରାଚୀନ ପରମ୍ପରା ଅନୁଯାୟୀ ଏହି ଗଣ ପର୍ବ ନୂଆଖାଇ  ପାଳିତ ହେଉଛି ।

ପଶ୍ଚିମ ଓଡିଶାର ଶକ୍ତିପୀଠ ଭାବେ ପରିଚିତ କଳାହାଣ୍ଡିର ମାଣିକେଶ୍ୱରୀ, ଜୁନାଗଡର ଲଙ୍କେଶ୍ୱରୀ, ସମ୍ବଲପୁରର ସମଲେଶ୍ୱରୀ, ବଲାଙ୍ଗୀର ଓ ପାଟଣାଗଡର ପାଟଣେଶ୍ୱରୀ, ସୋନପୁରର ସୁରେଶ୍ୱରୀ ଆଦି ଦେବାଦେବୀଙ୍କ ପୀଠରେ ଆଜି ପ୍ରଥମେ ନବାନ୍ନ ଭୋଗ ଲାଗି ହେବା ପରେ ସେହି ପ୍ରସାଦକୁ ନୂଆ ଅନ୍ନ ଭାବେ ସମସ୍ତେ ଗ୍ରହଣ କରି ସେହି ଦିନଠାରୁ ନୂତନ ଫସଲର ଅନ୍ନ ଖାଇବା ବିଶ୍ୱାସ ତଥା ପରମ୍ପରା ରହିଛି ।

ତେବେ ଏହି କୃଷିଭିତ୍ତିକ ପର୍ବ ନୂଆଖାଇର ପ୍ରାକ ପ୍ରସ୍ତୃତି ଆରମ୍ଭ ହୋଇଥାଏ ନିର୍ଦ୍ଦିଷ୍ଟ କିଛି ଦିନ ପୂର୍ବରୁ । ନୂଆଖାଇ ଦିନ ପ୍ରାୟତଃ ସମସ୍ତଙ୍କ ଘରେ ସମସ୍ତେ ନୂଆ ବସ୍ତ୍ରର ପରିଧାନ କରିବାର ବ୍ୟବସ୍ଥା ରହିଛି । ଯେତେ ଦୂରରେ ଥିଲେ ମଧ୍ୟ ନିଜର ଜନ୍ମ ମାଟିକୁ ଫେରି ସମସ୍ତେ  ନୂଆ ଖାଇବାର ଯୋଜନା ହୋଇଥାଏ । ଘରର ଶୁଦ୍ଧତା ପାଇଁ ସମସ୍ତେ ସଫାସୁତୁରା, ଲିପା ପୋଛା କରି ପୁରୁଣା ବ୍ୟଥା, ବେଦନା, ଦୁଃଖ, ରୋଗବ୍ୟାଧି ସବୁ ଭଲି ଏକ ନୂତନ ଚିନ୍ତା ଚେତନାରେ ନୂଆ ଜୀବନ ପାଇଁ ପ୍ରୟାସ କରିଥାନ୍ତି । ନୂଆଖାଇ ବେଳକୁ ପ୍ରାୟତଃ ଆଁଟ ଜମି କିମ୍ବା ଢିପ ଜମିରେ ଧାନ ଫସଲ ଚାଷ ହୋଇଥାଏ । ତେଣୁ ଗ୍ରାମର ପୂଜକ ଜମିରୁ ଧାନ ଛିଣ୍ଡାଇ ଆଣି ଗ୍ରାମର ଦେବାଦେବୀଙ୍କ ପାଖରେ ଅର୍ପଣ କରିଥାଏ । ଧାନ ମଞ୍ଜି ମିଳି ନ ପାରିଲେ ଧାନ ଫୁଲକୁ ମଧ୍ୟ ପୂଜାକରି ନୂଆଖାଇ ପର୍ବ ପାଳନ କରିବାର ବିଶ୍ୱାସ ରହିଛି ପଶ୍ଚିମ ଓଡ଼ିଶାରେ । 

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments