1. ଅନ୍ୟାନ୍ୟ

ବାଲିଯାତ୍ରା ର ଆକର୍ଷଣ !କଣ ରହିଛି ଚଳିତ ବର୍ଷ ବାଲିଯାତ୍ରା ର ବିଶେଷତା..

ବାଲିଯାତ୍ରା ର ଆକର୍ଷଣ !କଣ ରହିଛି ଚଳିତ ବର୍ଷ ବାଲିଯାତ୍ରା ର ବିଶେଷତା..

KJ Staff
KJ Staff

ପ୍ରତି ବର୍ଷ ପରି ଚଳିତ ବର୍ଷ ମଧ୍ୟ ଓଡିଶା ର ପ୍ରସିଦ୍ଧ ବାଲିଯାତ୍ରା କାର୍ତିକ ପୁର୍ଣିମା ଦିନ ଠାରୁ ଆରମ୍ଭ ହୋଇଯାଇଛି |ଓଡିଶା ର ଅର୍ଥ ମନ୍ତ୍ରୀ ଶ୍ରୀଯୁକ୍ତ ଶଶି ଭୂଷଣ ବେହେରା ଏହି ଐତିହାସିକ ମେଳା କୁ ଉଦ୍ଘାଟନ କରିଥିଲେ |ଏହା କେବଳ ଓଡିଶା ପ୍ରସିଦ୍ଧ ନୁହେଁ ବରଂ ଏସିଆ ମହାଦେଶ ରେ ଏହା ସର୍ବବୃହତ ମେଳା ଯାହା ଦେଶ ବିଦେଶ ରୁ ବିଭିନ୍ନ ପର୍ଯ୍ୟଟକଙ୍କୁ ଆହ୍ୱାନ କରିଥାଏ |

ବାଲିଯାତ୍ରା ର ବେଶ ପ୍ରାଚୀନ କାଳ ରୁ ମାନ୍ୟତା ରହିଛି |ସାଧବ ମାନେ ବାଣିଜ୍ୟ କରିବା ଲାଗି ଦେଶ ବିଦେଶ ବୁଲୁଥିଲେ ,ଏପରିକି ଜାଭା ସୁମାତ୍ରା ପରି ଦ୍ବୀପ ମଧ୍ୟ ଭ୍ରମଣ କରି ବାଣିଜ୍ୟ କରୁଥିଲେ |ତେଣୁ କାର୍ତିକ ମାସର ପୁର୍ଣିମା ରେ ତାଙ୍କର ସଫଳ ବାଣିଜ୍ୟ କୁ ସ୍ୱାଗତ ଜଣାଇ ପ୍ରତି ବର୍ଷ ମହାନଦୀ ର ଗଡଗଡିଆ ଘାଟ ରେ ବାଲିଯାତ୍ରା ଅନୁଷ୍ଠିତ କରାଯାଇଥାଏ |

ଚଳିତ ବର୍ଷ ମଧ୍ୟ ସ୍ୱାଭାବିକ ଭାବେ ବିଭିନ୍ନ ଡୋଲୀ ,ଖେଳନା ଦୋକାନ ,ଆସବାପତ୍ର ସାମଗ୍ରୀ ରୁ ଆରମ୍ଭ କରି ଦେଶ ବିଦେଶ ର ନାନାଦି ପ୍ରସିଦ୍ଧ ଖାଦ୍ୟ କୁ ସ୍ୱଳ୍ପ ମୂଲ୍ୟ ରେ ଖାଇବାର ମଜା ନେଇ ପାରିବେ |
ଠୁମକ ପୁରୀ ,ମଥୁରା କେକ,କୁଲଫି ,ନାନାଦି ଆଇସ କ୍ରିମ ,ଫାଷ୍ଟ ଫୁଡ ,ବନାରସୀ ପାନ ,କଟକ ର ବିଶେଷ ଦହିବରା ପରି ବିଭିନ୍ନ ଖାଦ୍ୟ ଠାରୁ ଆରମ୍ଭ କରି ମେକପ ସାମଗ୍ରୀ,କଂସା ବାସନ , ଘରକରଣା ସାମଗ୍ରୀ ,ଇଲେକ୍ଟ୍ରୋନିକ୍ସ ଇତ୍ୟାଦି ମଧ୍ୟ ଗ୍ରାହକ ଙ୍କ ଲାଗି ଉପଲବ୍ଧ କରାଯାଇଛି |ସେହିପରି ବିଭିନ୍ନ ଡୋଲୀ ମଧ୍ୟ ଯୁବପିଢ଼ି ଙ୍କୁ ବେଶ ଆକର୍ଷିତ କରିଛି |ହାରାହାରି ସବୁ ବର୍ଷ ର ବ୍ୟକ୍ତି ଙ୍କ ପାଇଁ ବାଲିଯାତ୍ରା ରେ କିଛି ନ କିଛି ତ ନିଶ୍ଚିନ୍ତ ପାଇବେ |

ବର୍ତମାନ ବାଲିଯାତ୍ରା କୁ ରାଜ୍ୟସ୍ଥରୀୟ ମାନ୍ୟତା ପ୍ରାପ୍ତ ହୋଇସାରିବା ପରେ ଏବେ ଏହାକୁ ଖୁବ ଶୀଘ୍ର ଜାତୀୟ ମାନ୍ୟତା ଦେବାକୁ ଉଦ୍ୟମ ଜାରି ରହିଛି |


ତେବେ ବୁଲିବାକୁ ଚାହୁଁଥିଲେ ,ମନୋରଞ୍ଜନ ଲାଗି ,ଉତ୍ତମ ଖାଦ୍ୟ ର ସ୍ୱାଦ ଲାଗି ,ବା ବାସଭବନ ଲାଗି କିଛି କିଣିବାକୁ ଇଚ୍ଛୁକ ଥିଲେ ନିଶ୍ଚିନ୍ତ ଭାବେ ଓଡିଶା ର ପ୍ରାଚୀନ ପରମ୍ପରା ଓ ନୌବାଣିଜ୍ୟ ର ମହା ଆଡମ୍ବର ସ୍ୱାଗତ ଦେଖିବାକୁ ନିଶ୍ଚିନ୍ତ ଯାଆନ୍ତୁ |

Like this article?

Hey! I am KJ Staff. Did you liked this article and have suggestions to improve this article? Mail me your suggestions and feedback.

Share your comments