1. ଅନ୍ୟାନ୍ୟ

ଏଥର ବିଦେଶୀ ଖାଇବେ ଓଡ଼ିଶା ଚାଉଳ

ଓଡ଼ିଶାରେ ନୂଆ ନୂଆ କିସମର ଚାଉଳ କିମ୍ବା ଧାନ ଦେଖିବାକୁ ମିଳେ l ଯେଉଁଥିରେ ଭରପୁର ରହିଛି ପ୍ରୋଟିନ l ତେବେ ଧୀରେ ଧୀରେ ଓଡ଼ିଶାର ଏହି ନୂଆ ନୂଆ କିସମର ଚାଉଳ ଲୋକଙ୍କୁ ଆକର୍ଷିତ କରୁଛି l କାରଣ ଏହି ଚାଉଳ ଦେଖିବାକୁ ସୁନ୍ଦର ଲାଗୁଥିବାବେଳେ ଖାଇବା ପାଇଁ ମଧ୍ୟ ଖୁବ ସ୍ୱାଦଯୁକ୍ତ l ଆଉ ଏବେ ଓଡ଼ିଶାରେ ପ୍ରସ୍ତୁତ ଏହି ନୂଆ ନୂଆ କିସମର ଚାଉଳର ଚାହିଦା ବିଶ୍ୱରେ ବଢ଼ିବାରେ ଲାଗିଛି ।

Tanushree Mahapatra
Tanushree Mahapatra
Odisha fortified rice acceptance growing in  globally , image source - pexels.com

Odisha fortified rice acceptance growing in globally , image source - pexels.com

ଓଡ଼ିଶାରେ ନୂଆ ନୂଆ କିସମର ଚାଉଳ କିମ୍ବା ଧାନ ଦେଖିବାକୁ ମିଳେ l ଯେଉଁଥିରେ ଭରପୁର ରହିଛି ପ୍ରୋଟିନ l  ତେବେ ଧୀରେ ଧୀରେ ଓଡ଼ିଶାର ଏହି ନୂଆ ନୂଆ କିସମର ଚାଉଳ ଲୋକଙ୍କୁ ଆକର୍ଷିତ କରୁଛି l କାରଣ ଏହି ଚାଉଳ ଦେଖିବାକୁ ସୁନ୍ଦର ଲାଗୁଥିବାବେଳେ ଖାଇବା ପାଇଁ ମଧ୍ୟ ଖୁବ ସ୍ୱାଦଯୁକ୍ତ l ଆଉ ଏବେ ଓଡ଼ିଶାରେ ପ୍ରସ୍ତୁତ ଏହି ନୂଆ ନୂଆ କିସମର ଚାଉଳର ଚାହିଦା ବିଶ୍ୱରେ ବଢ଼ିବାରେ ଲାଗିଛି । ସେଥିପାଇଁ ଏହି ସମସ୍ତ କିସମ ଚାଉଳ କିମ୍ବା ଧାନର  ମାନକ ଏବଂ ଗୁଣବତ୍ତା ପରୀକ୍ଷା କରିବା ସହିତ ଏହା ଉପରେ ଗବେଷଣା କରିବା ପାଇଁ ଏକ ବିଦେଶୀ ପ୍ରତିନିଧି ଟିମ ଓଡ଼ିଶାର  ଭୁବନେଶ୍ୱରରେ ପହଞ୍ଚିଥିବା ଦେଖିବାକୁ ମିଳିଥିଲା । 

ଏହି ବିଦେଶୀ ପ୍ରତିନିଧି ଦଳ ରାଜ୍ୟର ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କୁ ଭେଟିବା ସହିତ ଲୋକସଭା ଭବନରେ ଅନୁଷ୍ଠିତ ଏକ ବୈଠକରେ ସାମିଲ ମଧ୍ୟ ହୋଇଥିଲେ । 

ସୂଚନା ଅନୁଯାୟୀ, ରାଜ୍ୟରେ ପ୍ରସ୍ତୁତ ହେଉଥିବା ଭିଟାମିନଯୁକ୍ତ ଏବଂ ପୁଷ୍ଟିବର୍ଦ୍ଧକ ଚାଉଳର ଗ୍ରହଣୀୟତା ଏବେ ବିଦେଶରେ ବଢ଼ିବାରେ ଲାଗିଛି । ଏହି କାରଣ ଯୋଗୁଁ  ନାଇଜେରିଆର ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଟିମ୍ ଏହି ଚାଉଳର ପ୍ରସ୍ତୁତି, ସଂରକ୍ଷଣ ଏବଂ ବ୍ୟବହାର ବିଷୟରେ ଜାଣିବା ପାଇଁ ଓଡ଼ିଶା ଆସିଛନ୍ତି । ନାଇଜେରିଆ ସରକାରଙ୍କ ସ୍ୱାସ୍ଥ୍ୟ, ଖାଦ୍ୟ ନିରାପତ୍ତା ଓ ଖାଦ୍ୟ ନିୟାମକ ସଂସ୍ଥାର ଅଧିକାରୀଙ୍କ ସହ ଏକ ୧୩ ଜଣିଆ ଟିମ୍ ଓଡ଼ିଶା ଆସିଛନ୍ତି । ତେବେ ମିଳିତ ଜାତିସଂଘର ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମ ସହାୟତାରେ l ଏହି ଟିମ ଓଡ଼ିଶା ଆସିଥିବା ଜଣାପଡ଼ିଛି ।

ସେହିପରି ପ୍ରାଥମିକ ଅଭିଜ୍ଞତା ହାସଲ କରିବା ପାଇଁ ଓ ଜ୍ଞାନ ପ୍ରଦାନ କରିବା ଏହି ଗସ୍ତର ମୁଖ୍ୟ ଉଦ୍ଦେଶ୍ୟ ବୋଲି ପ୍ରତିନିଧି ଦଳର ନେତୃତ୍ୱ ନେଉଥିବା ନାଇଜେରିଆ ସରକାରଙ୍କ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ନିର୍ଦ୍ଦେଶକ ସୂଚନା ଦେଇଛନ୍ତି । ଅନ୍ୟପଟେ ଏହି ପ୍ରତିନିଧି ଟିମ ଚାଉଳ ଫର୍ଟିଫିକେସନ ସ୍ଥାନ ପରିଦର୍ଶନ କରିବା ସହିତ ଏହି ଚାଷରେ ବ୍ୟବହୃତ ହୋଇଥିବା ଯନ୍ତ୍ରପାତି, ଗୁଣବତ୍ତା ନିୟନ୍ତ୍ରଣ ବ୍ୟବସ୍ଥା ଏବଂ  ନିରାପତ୍ତା ମାନକ ପ୍ରକ୍ରିୟା ସମ୍ପର୍କରେ ଅବଗତ କରାଇବେ । ତେବେ ଆଗାମୀ ଭବିଷ୍ୟତରେ ଏହି ଚାଉଳର ଗ୍ରହଣୀୟତା ବିଶ୍ୱସ୍ତରରେ ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି ।

ତେବେ ଏହି ଟିମ୍ ରାଜ୍ୟର ଉନ୍ନୟନ କମିଶନର ଅନୁ ଗର୍ଗଙ୍କୁ ଭେଟିବା ସହିତ ଲୋକସଭା ଭବନରେ ଏନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା ଯେଉଁଥିରେ ଯୋଗଦାନ ଦେଇଥିଲେ । ଏହି ବୈଠକରେ ଖାଦ୍ୟ ଯୋଗାଣ ବିଭାଗର ପ୍ରମୁଖ ସଚିବ, ମହିଳା ଓ ଶିଶୁ ବିକାଶ ବିଭାଗର କମିଶନରଙ୍କ ସହିତ  ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଅଧିକାରୀମାନେ ମଧ୍ୟ ସାମିଲ ହୋଇଥିଲେ ।

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments