କିଛି ଦିନ ପୂର୍ବରୁ ବଢିଥିଲା ବିଭିନ ପନିପରିବା ଦର l ଯାହାକୁ ନେଇ ଦେଖିବାକୁ ମିଳିଥିଲା ଖାଉଟି ଅସନ୍ତୋଷ l ତେବେ ଏବେ ଆଉ ଠାରେ ବଢିଛି କିଛି କିଛି ପାରିବ ଦର l ଯାହାକୁ ନେଇ ଚିନ୍ତାରେ ପଡିଛନ୍ତି ଖାଉଟି ବା ଗ୍ରାହକ l ଅକାରଣ ନବରାତ୍ରୀ ପରେ ପରେ ବଢିବାରେ ଲାଗିଛି ପିଆଜ ଦର । ଯାହା ପ୍ରତିଦିନ ବ୍ୟବହାର ହୋଇଥାଏ l ଏବେ ବଜାରରେ ପିଆଜ ଦର ବଢିଥିବା ନଜିର ରହିଛି ।
ତେବେ ବଜାର ଦର ଅନୁଯାୟୀ ୧୪ ଟଙ୍କା ପ୍ରତି କିଲୋ ପିଆଜ ଦର ବଢିଥିବା ଦେଖିବାକୁ ମିଳିଛି । ତେବେ ଏହା ପରେ ବୁଧବାର ଦିନ ହଠାତ ଏହା ୫୫ ଟଙ୍କାରୁ ବଢି ୬୦ ଟଙ୍କା ପ୍ରତି କିଲୋ ବଢିଥିବା ଦେଖିବାକୁ ମିଳିଥିଲା । କିଛି କିଛି ସ୍ଥାନରେ ଏହି ଦରରେ ଫରକ ଥିବା ମଧ୍ୟ ଦେଖିବାକୁ ମିଳୁଛି l
ଅନ୍ୟପଟେ ମହାରାଷ୍ଟ୍ରରେ ଖରିଫ ଫସଲ ଭଲ ହୋଇ ନାହିଁ କାରଣ ଏଠାରେ ବର୍ଷା ପରିମାଣ କମ ହୋଇଛି ଚଳିତ ବର୍ଷ । ଆଉ ଏହା ପିଆଜ ଉତ୍ପାଦନରେ ମଧ୍ୟ ଅଗ୍ରଣୀ ସ୍ଥାନ ଅଧିକାର କରିଛି l ଅନ୍ୟ ପକ୍ଷରେ ଏରୋ ଏସିଆର ସବୁଠାରୁ ବଡ ପିଆଜ ଗୋଦାମ ମହାରାଷ୍ଟ୍ର ଲାସଲଗାଁରେ ମଧ୍ୟ ପିଆଜର ମୂଲ୍ୟ ବଢିଥିବା ଦେଖିବାକୁ ମିଳିଛି । ଏଠାରେ ୧୫ ଦିନ ପୂର୍ବରୁ ପିଆଜ ୨,୩୫୦ ଟଙ୍କା ପ୍ରତି କ୍ୱିଇଣ୍ଟାଲ ବଢିଥିଲା ।
ତେବେ ଗତକାଲି ତଥା ବୁଧବାର ଏହି ଦର ବଢି ୩,୮୦୦ ଟଙ୍କାରେ ପହଞ୍ଚଥିଲା । ସରକାର ପିଆଜ ଦର କମାଇବା ପାଇଁ ଅଗଷ୍ଟରେ କେନ୍ଦ୍ର ସରକାର ଏହାର ମୂଲ୍ୟରେ ୪୦ ପ୍ରତିଶତ ଶୁକ୍ଳ ଲଗାଇଥିଲେ । ମହାରାଷ୍ଟ୍ର ମଧ୍ୟପ୍ରଦୋ ପରି ବଡ ରାଷ୍ଟ୍ରରେ ମଧ୍ୟ ନବରାତ୍ର ପୂର୍ବରୁ ଯେଉଁ ପରିମାଣର ପିଆଜ ରହିଥାଏ ଏବେ ଏହାର ପରିମାଣ ମଧ୍ୟ କମିଯାଇଛି । ବ୍ୟବସାୟୀମାନଙ୍କ କହିବା ଅନୁଯାୟୀ ମୁମ୍ବାଇ, ଚେନାଇ ପରି ବଡ ବଡ ସହରରେ ପିଆଜ ଅଧିକ ଆବଶ୍ୟକ ପଡୁଥିବାରୁ ଏହାର ପ୍ରଭାବ ପିଆଜର ସିଧାସଳଖ ମୂଲ୍ୟ ଉପରେ ପଡୁଛି ।
ସେହିପରି ନବରାତ୍ରୀ ଶେଷ ହେବା ପରେ ପରେ ପିଆଜର ଆବଶ୍ୟକତା ଅଧିକ ପଡିଛି l ଆଉ ଏହି ସମୟରେ ହିଁ ଏହା ଦର ବୃଦ୍ଧିକୁ ନେଇ ଖାଉଟି ଅସନ୍ତୋଷ ହୋଇଛନ୍ତି l ତେବେ ସେହିପରି ଦିଲ୍ଲୀ ଏବଂ ଆଜାଦପୁର ଗୋଦାମରେ ୧୨୦୦ରୁ ୧୫୦୦ ଟନ ପିଆଜ ଆବଶ୍ୟକ ପଡିଥାଏ ପ୍ରତିଦିନ । ଯାହା ଏବେ ୧୧ ଶହ ଟନ ହୋଇଛି ବୋଲି ସୂଚନା ରହିଛି । ବଡ କଥା ହେଲା, ଆଜାଦପୁର ଦିଲ୍ଲୀର ଅଧିକାଂଶ ସ୍ଥାନରେ ପିଆଜ ଆପୁର୍ତ୍ତିକୁ ପୂରଣ କରିଥାଏ । ଯାହା ଦ୍ୱାରା ଏହାର ମୂଲ୍ୟ ଉପରେ ଏବେ ପ୍ରଭାବ ପଡୁଥିବା ଦେଖିବାକୁ ମିଳିଛି । କିଛିଦିନ ତଳେ ୨୨ ଅକ୍ଟୋବରରେ ବଜାରରେ ୨୮ରୁ ୩୨ ଟଙ୍କ ଥିଲା ପିଆଜ ଦର । ଏହା ପରେ ବୃଦ୍ଧି ପାଇ ଏହା ୩୫ରୁ ୪୦ ଟଙ୍କା ହୋଇଛି । କିଛି କିଛି ସ୍ଥାନରେ ଏହି ଦର ଆହୁରି ଅଧିକା ଥିବା ଦେଖିବାକୁ ମିଳିଛି l
Share your comments