1. ଅନ୍ୟାନ୍ୟ

ପତଞ୍ଜଳୀ ଭାରତରେ ପାମ୍ ଅଏଲ୍ ଉତ୍ପାଦନ କରିବ !!

୨୦୨୧ କେନ୍ଦ୍ର ବଜେଟକୁ ଯୋଗ ଗୁରୁ ବାବା ରାମଦେବ ଏହାକୁ ଦେଶ ପାଇଁ ଲାଭଦାୟକ ବୋଲି କହିଛନ୍ତି । ଏହା ସହିତ ସେ ଘୋଷଣା କରିଛନ୍ତି ଯେ, ସାଧାରଣ ଜନତାଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଆଣିବା ପାଇଁ ତାଙ୍କ କମ୍ପାନି ପତଞ୍ଜଳୀ ପାମ୍ ଅଏଲ୍ ଉତ୍ପାଦନ କରିବ, ଏବଂ ଏହି ଉତ୍ପାଦନ ପ୍ରକ୍ରିୟାରେ ପ୍ରାୟ ପାଞ୍ଚ ଲକ୍ଷ ଲୋକ ରୋଜଗାର ପାଇ ପାରିବେ ।

Sugyan Kumar Nayak
Sugyan Kumar Nayak
Palm Oil

Palm Oil

୨୦୨୧ କେନ୍ଦ୍ର ବଜେଟକୁ ଯୋଗ ଗୁରୁ ବାବା ରାମଦେବ ଏହାକୁ ଦେଶ ପାଇଁ ଲାଭଦାୟକ ବୋଲି କହିଛନ୍ତି । ଏହା ସହିତ ସେ ଘୋଷଣା କରିଛନ୍ତି ଯେ, ସାଧାରଣ ଜନତାଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଆଣିବା ପାଇଁ  ତାଙ୍କ କମ୍ପାନି ପତଞ୍ଜଳୀ ପାମ୍ ଅଏଲ୍ ଉତ୍ପାଦନ କରିବ, ଏବଂ ଏହି ଉତ୍ପାଦନ ପ୍ରକ୍ରିୟାରେ ପ୍ରାୟ ପାଞ୍ଚ ଲକ୍ଷ ଲୋକ ରୋଜଗାର ପାଇ ପାରିବେ ।

ଭାରତରେ ହେବ ତେଲ ଉତ୍ପାଦନ

ପାମ୍ ଅଏଲ୍ ଉତ୍ପାଦନ ଉପରେ ଗୁରୁତ୍ଵ ଦେଇ ବାବା ରାମଦେବ ଗଣମାଧ୍ୟମକୁ କହିଛନ୍ତି ଯେ ତାଙ୍କ କମ୍ପାନୀ କୃଷି ଏବଂ ଖାଦ୍ୟ ଉତ୍ପାଦନ କ୍ଷେତ୍ରରେ ଏ ପର୍ଯ୍ୟନ୍ତ ଲକ୍ଷ ଲକ୍ଷ ଲୋକଙ୍କୁ ନିଯୁକ୍ତି ଦେଇଛି ଏବଂ ଆଗାମୀ ଦିନରେ ଇଣ୍ଡୋନେସିଆ ଏବଂ ମାଲେସିଆ ପରି ନିଜ ଦେଶରେ ତେଲ ଉତ୍ପାଦନ କରିବାକୁ ଲକ୍ଷ୍ୟ ରଖିଛନ୍ତି ।

କୋଟି କୋଟି ଟଙ୍କା ସଞ୍ଚୟ ହବ

ରାମଦେବ ବାବା କହିଛନ୍ତି ଯେ, ବର୍ତ୍ତମାନ ଭରତ ପାମ୍ ଅଏଲ୍ ପାଇଁ ପ୍ରାୟ ୨ ଲକ୍ଷ କୋଟି ଟଙ୍କା ବିଦେଶରେ ଖର୍ଚ୍ଚ କରୁଛି, ତେଣୁ ଯଦି ନିଜ ଦେଶରେ ଏହି ଉତ୍ପାଦନ ଆରମ୍ଭ ହୁଏ, ତେବେ ଲୋକଙ୍କ ସାମାଜିକ ତଥା ଆର୍ଥିକ ବିକାଶ ହେବା ସହ ବିଦେଶକୁ ଯାଉଥିବା ଟଙ୍କା ମଧ୍ୟ ସଞ୍ଚୟ ହେବ ।

ଇଣ୍ଡୋନେସିଆ ଏବଂ ମାଲେସିଆରୁ ପାମ୍ ଅଏଲ୍ ଆସିଥାଏ l ଖାଇବା ତେଲର ଉପଯୋଗିତା ବିଷୟରେ ରାମଦେବ କହିଛନ୍ତି ଯେ, ପତଞ୍ଜଳୀ ଦେଶରେ ନାଁ ହିଁ କେବଳ ଉତ୍ପାଦନ କରିବ ବରଂ ଉତ୍ପାଦନ, ମାର୍କେଟିଂ, ବ୍ରାଣ୍ଡିଂ ଏବଂ ଅନ୍ୟ ଦେଶକୁ ରପ୍ତାନି ମଧ୍ୟ କରିବ । ସେମିତିରେ କହିବାକୁ ଗଲେ ଭାରତ ଇଣ୍ଡୋନେସିଆରୁ ୭୦ ପ୍ରତିଶତ ଏବଂ ମାଲେସିଆରୁ ୩୦ ପ୍ରତିଶତ ପାମ୍ ଅଏଲ୍ ଆମଦାନି କରୁଛି । କିଛି ବର୍ଷ ଧରି ଭାରତ ରାଜନୀତି କାରଣରୁ ମାଲେସିଆରୁ ପାମ୍ ଅଏଲ୍ ଆମଦାନି ବହୁତ କମ୍ କରିଛି, ତେଣୁ ଏହି ସ୍ଥିତିରେ ଯଦି ପତଞ୍ଜଳୀ ଦ୍ଵାରା ତେଲ ଉତ୍ପାଦନ କରାଯାଏ, ତେବେ ଏହା ଦ୍ଵାରା ଦେଶକୁ ବହୁତ ଲାଭ ହୋଇପାରିବ।

ଭାରତରେ ଚାହିଦା

ଭାରତରେ ପାମ୍ ଅଏଲ୍ ବ୍ୟବସାୟର ଭଲ ସମ୍ଭାବନା ଅଛି l Economic Timesର ଏକ ରିପୋର୍ଟ ଅନୁସାରେ  ଭାରତରେ ଖାଇବା ତେଲ ମଧ୍ୟରେ ତିନିଭାଗରୁ ଦୁଇଭାଗ କେବଳ ପାମ୍ ଅଏଲ୍ ହିଁ ହେଇଥାଏ । ଏହି ବନସ୍ପତି ତେଲର ଉପଯୋଗ ହୋଟେଲ, ଢାବା ସହିତ ଅନେକ କାର୍ଯ୍ୟ ପାଇଁ ବ୍ୟବହାର ହେଇଥାଏ: ଯେମିତି କି ସାବୁନ ନିର୍ମାଣ, ଫେସୱାସ ଆଦି ସାମଗ୍ରୀ ତିଆରିରେ ପାମ୍ ଅଏଲ୍ ବ୍ୟବହାର କରାଯାଇଥାଏ ।

Like this article?

Hey! I am Sugyan Kumar Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments