1. ଅନ୍ୟାନ୍ୟ

ଘୁଷୁରୀ ବୃକ୍କ ଏବେ ମଣିଷ ଶରୀର ରେ

ଘୁଷୁରୀ ବୃକ୍କ ଏବେ ମଣିଷ ଶରୀର ରେ

KJ Staff
KJ Staff

ଟ୍ରାନ୍ସପ୍ଲାଣ୍ଟ ସଫଳ ହେଲେ ଅନ୍ୟାନ୍ୟ ଅଙ୍ଗ ର ହୋଇପାରିବ ଉପଚାର

ଲଣ୍ଡନ ର ଜଣେ ଅସ୍ତ୍ରପ୍ରଚାର ଚିକିତ୍ସକ ଙ୍କ ମତରେ ପାଳିତ ଘୁଷୁରୀ ମାନଙ୍କର ହୃଦ ପିଣ୍ଡ ମଣିଷ ଶରୀର ମଧ୍ୟରେ ଟ୍ରାନ୍ସପ୍ଲାଣ୍ଟ କରାଯାଇପାରୁଛି |୪୦ ବର୍ଷ ପୂର୍ବରୁ ସଫଳତା ର ସହିତ ପ୍ରଥମ ହୃଦ ପିଣ୍ଡ ଟ୍ରାନ୍ସପ୍ଲାଣ୍ଟ କରିଥିବା ଡଃ ଟେରେନ୍ସ ଇଂଲିଶ ଙ୍କ ମତରେ ଯେନୋଟ୍ରାନ୍ସପ୍ଲାଣ୍ଟସନ ଦ୍ୱାରା ଆମେ ଡୋନର ଙ୍କ ଲାଗି ଅପେକ୍ଷା କରୁଥିବା ରୋଗୀ ଙ୍କ ସଂଖ୍ୟା ବେଶ ହ୍ରାସ ପାଇବ|

ଅନ୍ୟ ପଶୁ ମାନଙ୍କ ଠାରୁ ଅଙ୍ଗ ଟ୍ରାନ୍ସପ୍ଲାଣ୍ଟ କରିବା ପ୍ରକ୍ରିୟା କୁ ଯେନୋଟ୍ରାନ୍ସପ୍ଲାଣ୍ଟସନ ବୋଲି କୁହାଯାଏ |ସେ କହିଛନ୍ତି ଚଳିତ ବର୍ଷ ଡ଼ିସେମ୍ବର ମାସ ସୁଦ୍ଧା ଘୁଷୁରୀ ର ବୃକ୍କ ଟ୍ରାନ୍ସପ୍ଲାଣ୍ଟ କରିବାର ଯୋଜନା ରହିଛି ଯାହା ସଫଳ ହେଲେ ଅନ୍ୟାନ୍ୟ ଅଙ୍ଗ ମଧ୍ୟ ଟ୍ରାନ୍ସପ୍ଲାଣ୍ଟ ଦ୍ୱାରା ମଣିଷ ଉପକୃତ ହୋଇପାରିବ |ଟେରେନ୍ସ ଙ୍କର ସେନିଆର ରେଜିଷ୍ଟାର ,ପ୍ରଫେସର କ୍ରିଷ୍ଟଫର ଏପରି ଏକ ଜିନ ର ଉଦ୍ଭାବନ କରିଛନ୍ତି ଯାହା ଘୁଷୁରୀ ର ଅଙ୍ଗ କୁ ମଣିଷ ଶରୀର ରେ କାର୍ଯ୍ୟକାରୀ ହେବାକୁ ସାହାଯ୍ୟ କରିବା |
ବୃକ୍କ ଟ୍ରାନ୍ସପ୍ଲାଣ୍ଟ ଦ୍ୱାରା ଯେଉଁ ରୋଗୀ ଙ୍କର ବୃକ୍କ ସମ୍ପୂର୍ଣ ନଷ୍ଟ ହେଇଯାଉଛି ସେମାନେ ସମ୍ଭବତଃ ଡାଏଲିସିସ ପାଇଁ ଆସିପାରିବେ ବୋଲି ବିଶ୍ୱାସ କରନ୍ତି ଆଲବାମା ବିଶ୍ୱବିଦ୍ୟାଳୟ ରେ ଡଃ ତେରେନ୍ସ ଓ ତାଙ୍କ ଟିମ|
ଘୁଷୁରୀ ର ହୃଦପିଣ୍ଡ ର ଗଠନ ଏବଂ କାର୍ଯ୍ୟକ୍ଷମତା ମଣିଷ ପରି ହୋଇଥିବାରୁ ଏହାକୁ ନୂତନ ଟ୍ରାନ୍ସପ୍ଲାଣ୍ଟ ମଡେଲ ଏବଂ ଉପଚାର ଲାଗି ବ୍ୟବହାର କରାଯାଉଛି |

Like this article?

Hey! I am KJ Staff. Did you liked this article and have suggestions to improve this article? Mail me your suggestions and feedback.

Share your comments