1. ଅନ୍ୟାନ୍ୟ

ବାଡ଼ିରେ ଲଗାନ୍ତୁ ତୁଳସୀ ଗଛ

ତୁଳସୀରେ ଧାର୍ମିକ ମହତ୍ତ୍ବ ରହିଛି। କିନ୍ତୁ ଏହାର ଅନେକ ଔଷଧୀୟ ଗୁଣ ରହିଛି ବୋଲି ବୈଜ୍ଞାନିକମାନେ ମତପୋଷଣ କରିଛନ୍ତି। ପୂର୍ବକାଳରୁ ତୁଳସୀକୁ ବହୁ ରୋଗରୁ ମୁକ୍ତି ପାଇବା ପାଇଁ ଲୋକମାନେ ବ୍ୟବହାର କରିଆସୁଛନ୍ତି। ତେବେ ଆୟୁର୍ବେଦରେ ତୁଳସୀକୁ ସଞ୍ଜୀବନୀ ବୁଟି ଭାବେ ମାନ୍ୟତା ମିଳିଛି।

KJ Staff
KJ Staff

ତୁଳସୀରେ ଧାର୍ମିକ ମହତ୍ତ୍ବ ରହିଛି। କିନ୍ତୁ ଏହାର ଅନେକ ଔଷଧୀୟ ଗୁଣ ରହିଛି ବୋଲି ବୈଜ୍ଞାନିକମାନେ ମତପୋଷଣ କରିଛନ୍ତି। ପୂର୍ବକାଳରୁ ତୁଳସୀକୁ ବହୁ ରୋଗରୁ ମୁକ୍ତି ପାଇବା ପାଇଁ ଲୋକମାନେ ବ୍ୟବହାର କରିଆସୁଛନ୍ତି। ତେବେ ଆୟୁର୍ବେଦରେ ତୁଳସୀକୁ ସଞ୍ଜୀବନୀ ବୁଟି ଭାବେ ମାନ୍ୟତା ମିଳିଛି। କଥାରେ ଅଛି, ‘ଯେଉଁଘରେ ତୁଳସୀର ବାସ, ସେହିଘରେ କୌଣସି ରୋଗର ନାହିଁ ପ୍ରବେଶ’। ତୁଳସୀ ଗଛ ଖାଲି ଯେ ଚଉଁରାରେ ପୂଜା ପାଏ, ଏକଥା ନୁହେଁ। ନିଜ ବାଡ଼ି କିମ୍ବା ଛାତ ଉପରେ ତୁଳସୀ ଗଛ ଲଗାଇ ଏହାର ଔଷଧୀୟ ଗୁଣକୁ କାମରେ ଲଗାଇ ପାରିବେ। ତୁଳସୀ ପତ୍ରକୁ ନ ଚୋବାଇ ସିଧାସଳଖ ସେବନ କରିବା ଦ୍ୱାରା ଶରୀରରେ କୌଣସି ରୋଗ ହେବାର ସମ୍ଭାବନା ନ ଥାଏ। ଛୋଟ ଛୋଟ ପିଲାମାନଙ୍କୁ ତୁଳସୀ ପତ୍ର ରସ ଏବଂ ମହୁ ପିଇବାକୁ ଦିଆଯାଇଥାଏ।

Like this article?

Hey! I am KJ Staff. Did you liked this article and have suggestions to improve this article? Mail me your suggestions and feedback.

Share your comments