1. ଅନ୍ୟାନ୍ୟ

ଆଳୁ ଧରିବ ୱାଇଫାଇ ସିଗ୍ନାଲ !!

ଆଳୁ ଧରିବ ୱାଇଫାଇ ସିଗ୍ନାଲ !!

KJ Staff
KJ Staff

ଶୁଣିଲେ ଆଶ୍ଚର୍ଯ୍ୟ ହେବେ ନିଶ୍ଚିନ୍ତ କିନ୍ତୁ ଏହା ସତ୍ୟ ଯେ ଆପଣ ଖାଉଥିବା ଆଳୁ ୱାଇଫାଇ ସିଗ୍ନାଲ ଧରିବା ରେ ସକ୍ଷମ ବୋଲି ଏକ ପ୍ରଶିକ୍ଷଣ ରୁ ଜଣାଯାଇଛି |ଏହି ଆଳୁ ର ପ୍ରକୃଷ୍ଟ ବ୍ୟବହାର କରୁଛନ୍ତି ଏୟାରଲାଇନ କମ୍ପାନୀ ମନେ |
ଉଡ଼ାଜାହାଜ ବା ଏରୋପ୍ଲେନ ରେ ଯାତ୍ରା କରିଲା ସମୟରେ ଆୟାରଲାଇନ କମ୍ପାନୀ ବହୁ ବାର ୱାଇଫାଇ ୱିଜିନାଲ ଯାତ୍ରୀ ମାନଙ୍କୁ ଉପଲବ୍ଧ କରିଥାନ୍ତି ହେଲେ ବିଭିନ୍ନ କାରଣରୁ ଏହା ଅଧିକ ସଶକ୍ତ ବା ସ୍ଟ୍ରେଣ୍ଥ ର ହୋଇପାରେ ନାହିଁ |ଦିନକୁ ଦିନୱାଇଫାଇ ର ଚାହିଦା ବଢିବା ସାଙ୍ଗରେ ବିମାନ ଯାତ୍ରା ମଧ୍ୟରେ ୱାଇଫାଇ ସିଗ୍ନାଲ କାଟି ଯିବାରୁ ଯାତ୍ରୀ ମାନେ ବେଶ ବିରକ୍ତ ହେଉଛନ୍ତି |ଏନେଇ ସିକାଗୋ ସ୍ଥିତ ବୋଇଙ୍ଗ ରଇଞ୍ଜିନିଅର ମାନେଏହି ସମସ୍ୟା ର ଏକସହଜ ଉପାୟ ନିର୍ଧାରଣ କରିଛନ୍ତି ଏବଂ ତାହା ହେଉଛି ଆଳୁ ର ବ୍ୟବହାର |

ସିଗ୍ନାଲ ର ସ୍ଟ୍ରେଣ୍ଥ ଯାଞ୍ଚ କରିବା ଲାଗି ଆମକୁ ଦିନ ଭାରି ବିମାନ ମଧ୍ୟରେ ପରୀକ୍ଷା କରିବା ଲାଗି ଯାତ୍ରୀ ଆବଶ୍ୟକ ଯାହା ସମ୍ଭବ ନୁହେଁ ,ତେଣୁ ଏହି ସମସ୍ୟା ରଏକ ସହଜ ସମାଧାନ ହେଉଛି ଆଳୁ ବସ୍ତା ;ବୋଲି କହିଛନ୍ତି ବୋଇଙ୍ଗ ର କର୍ମଚାରୀ ଆଡ଼ମ ତିଶ୍ଚଳର | ପରୀକ୍ଷଣ ରୁ ଦେଖାଯାଇଛି ଯେ ଆଳୁ ନିଜର ଜୈବିକ ତତ୍ୱ ଏବଂ ଜଳୀୟ ଅଂଶ କୁ ଆଧାର କରି ,ୱାଇଫାଇ ସିଗ୍ନାଲ କୁ ନିଜ ଭିତରକୁ ନେଇଥାନ୍ତି ଏବଂ ପରିବେଶ କୁ ଚଡି ଥାନ୍ତି ମଧ୍ୟ |ଏହି ପ୍ରକ୍ରିୟା ଟି ମଣିଷ ଶରୀରରେ ମଧ୍ୟ ଦେଖିବାକୁ ମିଳେ |ଏହି ପରୀକ୍ଷଣ ର ବିସ୍ଲେସଣ ଟିମ ରେ ଥିବାଜଣେ ସଦସ୍ୟ ଜର୍ଣ୍ଣାଲ ଅଫ ଫୁଡ ସାଇନ୍ସ ରେ ବିଭିନ୍ନ ପନିପରିବା ଓ ଫଳ ର ବିଦ୍ୟୁତ ପ୍ରବାହ କ୍ଷମତା ଉପରେ ଏକ ବିଶେଷ ସୂଚନା ଦେଖିବାକୁ ପାଇଥିଲେ ଏବଂ ଏନେଇ ବୈଜ୍ଞାନିକ ମାନେ ;ଆଳୁ ମଧ୍ୟ ମଣିଷ ପରି ବିଦ୍ୟୁତ ପ୍ରବାହ ରେ ସାହାଯ୍ୟ କରୁଥିବା ବୋଲି ଭାବି ,ପ୍ରକାରନ୍ତ ରେ ୯୦୦୦ କି.ଗ୍ରା ଆଳୁ ଆଣି ନିଜ ବିସ୍ଲେସଣ ରେ ଲଗାଇଥିଲେ |
ଏହି ପ୍ରଶିକ୍ଷଣ ପରେ ବୋଇଙ୍ଗ ବିମାନ ରେ ୱାଇଫାଇ ସୁବିଧା ଅଧିକ ସଶକ୍ତ ହୋଇଥିଲା |ଏହା ବେଶ ହାସ୍ୟାସ୍ପଦ ଯେ ସାମାନ୍ୟ ଏକ ପରିବା ଆଳୁ ,ଏକ ବୃହଦ ସମୀକ୍ଷା ରେ ଅଂଶ ଗ୍ରହଣ କରିଥିଲା |

Like this article?

Hey! I am KJ Staff. Did you liked this article and have suggestions to improve this article? Mail me your suggestions and feedback.

Share your comments

ଆମ ନ୍ୟୁଜଲେଟରକୁ ସବସ୍କ୍ରାଇବ୍ କରନ୍ତୁ । ଆପଣ ଆପଣଙ୍କ ଆଗ୍ରହ ଥିବା ଟପିକ୍‌ ବାଛିବେ ଏବଂ ଆମେ ଆପଣଙ୍କୁ ବଛା ବଛା ନ୍ୟୁଜ ଓ ଆପଣଙ୍କ ପସନ୍ଦ ଅନୁଯାୟୀ ଲାଟେଷ୍ଟ ଅପଡେଟ୍‌ ପଠାଇଦେବୁ ।

ନ୍ୟୁଜଲେଟର ସବସ୍କ୍ରାଇବ୍‌ କରନ୍ତୁ