1. ଅନ୍ୟାନ୍ୟ

ଘରେ ପ୍ରସ୍ତୁତ କରନ୍ତୁ ସ୍ୱାଦିଷ୍ଟ କଙ୍କଡା କସା

ତେଲ ଗରମ ହୋଇଗଲେ ସେଥିରେ ପ୍ରଥମେ ତେଜପତ୍ର, ଫୁଟଣ ଓ କଟା ପିଆଜ ପକାନ୍ତୁ। ପିଆଜ ଭାଜି ହୋଇଗଲେ ସେଥିରେ ପର୍ଯ୍ୟାୟକ୍ରମେ ଅଦା ରସୁଣ ବଟା, ପିଆଜ ବଟା, ଲଙ୍କାଗୁଣ୍ଡ, ହଳଦୀ ଗୁଣ୍ଡ, ଜିରାଗୁଣ୍ଡ, ଧଣିଆଗୁଣ୍ଡ ପକାଇ ମସଲା କଷନ୍ତୁ।

KJ Staff
KJ Staff

ଆବଶ୍ୟକ ସାମଗ୍ରୀ

  • କଙ୍କଡ଼ା,
  • ତେଲ,
  • ଧଣିଆ ଗୁଣ୍ଡ,
  • କଟା ପିଆଜ,
  • ପିଆଜ ବଟା,
  • ଅଦା ରସୁଣ ବଟା,
  • ହଳଦୀ ଗୁଣ୍ଡ,
  • ଲଙ୍କା ଗୁଣ୍ଡ,
  • ଜିରା ଗୁଣ୍ଡ, 
  • ଟମାଟୋ ବଟା ବା ପେଷ୍ଟ୍,
  • ଗରମ ମସଲା,
  • ତେଜପତ୍ର,
  • ପଞ୍ଚଫୁଟଣ
  • ଲୁଣ।

ପ୍ରସ୍ତୁତି ପ୍ରଣାଳୀ

  • ପ୍ରଥମେ କଙ୍କଡ଼ାକୁ ଭଲ କରି ଧୋଇ ଦିଅନ୍ତୁ।
  • ଯଦି ଜୀଅନ୍ତା କଙ୍କଡ଼ା ଥିବେ ତେବେ ପ୍ରଥମେ ଗୋଡ଼ ଭାଙ୍ଗି ଦିଅନ୍ତୁ।
  • କଙ୍କଡ଼ାକୁ ଭଲ ଭାବେ ଧୋଇସାରିବା ପରେ ଏହାପରେ ସେଥିରେ ଅଳ୍ପ ଲୁଣ, ହଳଦୀ ଗୁଣ୍ଡ, ଅଦା ରସୁଣ ବଟା ଓ ପିଆଜ ବଟା ପକାଇ ୧୦ ରୁ୧୫ ମିନିଟ୍‌ ଗୋଳେଇ ରଖନ୍ତୁ।
  • ତା’ ପରେ ଆରମ୍ଭ କରନ୍ତୁ ରୋଷେଇ।
  • ପ୍ରଥମେ ମାଟି ହାଣ୍ଡିରେ ତେଲ ପକାନ୍ତୁ।
  • ତେଲ ଗରମ ହୋଇଗଲେ ସେଥିରେ ପ୍ରଥମେ ତେଜପତ୍ର, ଫୁଟଣ ଓ କଟା ପିଆଜ ପକାନ୍ତୁ। ପିଆଜ ଭାଜି ହୋଇଗଲେ ସେଥିରେ ପର୍ଯ୍ୟାୟକ୍ରମେ ଅଦା ରସୁଣ ବଟା, ପିଆଜ ବଟା, ଲଙ୍କାଗୁଣ୍ଡ, ହଳଦୀ ଗୁଣ୍ଡ, ଜିରାଗୁଣ୍ଡ, ଧଣିଆଗୁଣ୍ଡ ପକାଇ ମସଲା କଷନ୍ତୁ।
  • ମସଲା କଷା ହୋଇଗଲା ପରେ ପୂର୍ବରୁ ରଖିଥିବା କଙ୍କଡ଼ାକୁ ସେଥିରେ ପକାଇ ଭଲଭାବେ କଶନ୍ତୁ।
  • କଙ୍କଡ଼ା ସିଝିଗଲା ପରେ ଟମାଟୋ ବଟା ସାମାନ୍ୟ ପାଣି ଦେଇ ମିନିଟ୍ଛାଡ଼ି ଦିଅନ୍ତୁ।
  • ଏହା ପରେ ସେଥିରେ ଗରମ ମସଲା ପକାଇ କିଛି ସମୟ ପରେ ନିଆଁରୁ ହାଣ୍ଡିକୁ ଓହ୍ଲାଇଦିଅନ୍ତୁ। 
  • ବାସ୍‌, ରୋଷେଇ ଶେଷ। ମାଟି ହାଣ୍ଡି ରୋଷେଇର ବାସ୍ନା ଏତେ ସୁନ୍ଦର ହୋଇଥିବ ଯେ ଘରେ ଥିବା ଲୋକେ ଆଘ୍ରାଣରେ ହିଁ ଅର୍ଦ୍ଧଭୋଜନ କରିସାରିଥିବେ। ଏବେ ଗରମ ଗରମ ପରଷନ୍ତୁ। ସ୍ୱାଦ ଏମିତି ଯେ ଖାଇଥିବା ଲୋକ ଭୂଲିପାରିବେ ନାହିଁ।

Like this article?

Hey! I am KJ Staff. Did you liked this article and have suggestions to improve this article? Mail me your suggestions and feedback.

Share your comments

ଆମ ନ୍ୟୁଜଲେଟରକୁ ସବସ୍କ୍ରାଇବ୍ କରନ୍ତୁ । ଆପଣ ଆପଣଙ୍କ ଆଗ୍ରହ ଥିବା ଟପିକ୍‌ ବାଛିବେ ଏବଂ ଆମେ ଆପଣଙ୍କୁ ବଛା ବଛା ନ୍ୟୁଜ ଓ ଆପଣଙ୍କ ପସନ୍ଦ ଅନୁଯାୟୀ ଲାଟେଷ୍ଟ ଅପଡେଟ୍‌ ପଠାଇଦେବୁ ।

ନ୍ୟୁଜଲେଟର ସବସ୍କ୍ରାଇବ୍‌ କରନ୍ତୁ