1. ଅନ୍ୟାନ୍ୟ

ଆଳୁ ଦରକୁ ଛାଡ଼ି ବଢ଼ିଛି ଏହି ସମସ୍ତ ଖାଦ୍ୟ ସାମଗ୍ରୀର ମୂଲ୍ୟ..…

ଦେଶର ମୁଦ୍ରାସ୍ଫୀତି ତାତିରେ ଏବେ ଖାଉଟି ନୟାନ୍ତ । ମହଙ୍ଗା ମାଡ଼ରେ ଖାଉଟିମାନେ ଆଉ ଅଣ୍ଟାସଳଖି ପରୁୁନାହାନ୍ତି । ତେଜରାତି ସାମଗ୍ରୀଠାରୁ ଆରମ୍ଭ କରି ପନିପରିବା ଯାଏ ଦର ଢ଼େର ଉପରେ ବଢିଛି । ହେଲେ ଏସବୁ ମଧ୍ୟରେ ଟମାଟୋ ଦରକୁ ନେଇ ଚର୍ଚ୍ଚା ହୋଇଥିଲା । ବର୍ତ୍ତମାନ ବଜାରରେ ଆଳୁ ବ୍ୟତୀତ ଅନ୍ୟ ସମସ୍ତ ପନିପାରିବା ତଥା ଖାଦ୍ୟ ସାମଗ୍ରୀର ମୂଲ୍ୟ ବୃଦ୍ଧି ପାଇଛି ।

Tanushree Mahapatra
Tanushree Mahapatra
prices of all food items except potatoes, image source - pexels.com

prices of all food items except potatoes, image source - pexels.com

ଦେଶର ମୁଦ୍ରାସ୍ଫୀତି ତାତିରେ ଏବେ ଖାଉଟି ନୟାନ୍ତ । ମହଙ୍ଗା ମାଡ଼ରେ ଖାଉଟିମାନେ ଆଉ ଅଣ୍ଟାସଳଖି ପରୁୁନାହାନ୍ତି । ତେଜରାତି ସାମଗ୍ରୀଠାରୁ ଆରମ୍ଭ କରି ପନିପରିବା ଯାଏ ଦର ଢ଼େର ଉପରେ ବଢିଛି । ହେଲେ ଏସବୁ ମଧ୍ୟରେ ଟମାଟୋ ଦରକୁ ନେଇ ଚର୍ଚ୍ଚା ହୋଇଥିଲା । ବର୍ତ୍ତମାନ ବଜାରରେ ଆଳୁ ବ୍ୟତୀତ ଅନ୍ୟ ସମସ୍ତ ପନିପାରିବା ତଥା  ଖାଦ୍ୟ ସାମଗ୍ରୀର ମୂଲ୍ୟ ବୃଦ୍ଧି ପାଇଛି । ତେବେ ଏହି ପ୍ରକ୍ରିୟାରେ ଡାଲି ମୂଲ୍ୟରେ ସବୁଠାରୁ ଅଧିକ ବୃଦ୍ଧି ଘଟିଥିବା ସଂସଦରେ ଖୋଦ୍ କେନ୍ଦ୍ର ଖାଦ୍ୟ ଏବଂ ଉପଭୋକ୍ତା ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଏହାକୁ ସ୍ବୀକାର କରାଯାଇଛି l

କେନ୍ଦ୍ର ଖାଦ୍ୟ ଏବଂ ଉପଭୋକ୍ତା ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଚଳିତ ସପ୍ତାହରେ ଦିଆଯାଇଥିବା ସୂଚନାନୁଯାୟୀ, ବଜାରରେ  ଯୋଗାଣ ଅଭାବରୁ ଟମାଟୋ କିଲୋ ପିଛା ୨୦୦ ଟଙ୍କା ଟପିଛି ଏବଂ ଅନ୍ୟାନ୍ୟ ଖାଦ୍ୟ ସାମଗ୍ରୀ ଦ୍ୱାରା ମଧ୍ୟ ବଢିଛି । 

ଅନ୍ୟପକ୍ଷରେ, ଅନ୍ୟ ରୋଷେଇ ସାମଗ୍ରୀର ମୂଲ୍ୟରେ ମଧ୍ୟ ବୃଦ୍ଧି ଘଟିଛି । ତେବେ ବିଗତ ଏକ ବର୍ଷ ମଧ୍ୟରେ ହରଡ ଡାଲିର ମୂଲ୍ୟ ସର୍ବାଧିକ ୨୮ ପ୍ରତିଶତ ବୃଦ୍ଧି ପାଇଥିବାର ଦେଖିବାକୁ ମିଳିଛି । ଏଥିସହିତ ଚାଉଳର ମୂଲ୍ୟ ମଧ୍ୟ ୧୦ ପ୍ରତିଶତରୁ ଅଧିକ ବୃଦ୍ଧି ପାଇଛି । ସେହିପରି ବିରି ଡାଲି ଏବଂ ଅଟା ଦର ବର୍ଷକ ମଧ୍ୟରେ ୮ ପ୍ରତିଶତରୁ ଅଧିକ ବ୍ୟୟବହୁଳ ହୋଇଥିବାର ସୂଚନା ରହିଛି । ବର୍ତ୍ତମାନ ଚାଉଳର ଖୁଚୁରା ମୂଲ୍ୟ ୪୧ ଟଙ୍କା କିଲୋଗ୍ରାମ ପ୍ରତି ରହିଥିବାେବଳେ ପୂର୍ବ ବର୍ଷ ଏହା ପ୍ରାୟ ୩୭ ଟଙ୍କା ରହିଥିଲା । ତେବେ ଘରୋଇ ଉତ୍ପାଦନରେ ଅଧିକ ଅଭାବ ହେତୁ ହରଡ ଡାଲିର ମୂଲ୍ୟ ବଢ଼ିଥିବା ମନ୍ତ୍ରଣାଳୟ ଦର୍ଶାଇଛି ଗତକାଲି ସଂସଦରେ । 

ତେବେ ଆର୍ଥିକ ଵର୍ଷ ୨୦୨୨-୨୩ ଫସଲ ବର୍ଷ ପାଇଁ କୃଷି ମନ୍ତ୍ରଣାଳୟ ପକ୍ଷରୁ ତୃତୀୟ ଅଗ୍ରୀମ ଆକଳନ ଅନୁଯାୟୀ, ହରଡ ଡାଲିର ଉତ୍ପାଦନ ପୂର୍ବ ଫସଲ ବର୍ଷର ୪୨ ଲକ୍ଷ ଟନ୍ ତୁଳନାରେ ଚଳିତଥର ୩୪ ଲକ୍ଷ ଟନ୍ ରହିବ ବୋଲି ଆକଳନ ହୋଇଛି । କୃଷି ଉତ୍ପାଦନ ମାର୍କେଟିଂ କମିଟିର ସଦସ୍ୟ କୌଶିକ୍ କହିଛନ୍ତି ଯେ ଟମାଟୋ, କ୍ୟାପସିକମ୍ ଏବଂ ଅନ୍ୟାନ୍ୟ ପନିପରିବା ବିକ୍ରିରେ ବ୍ୟାପକ ହ୍ରାସ ଘଟିଥିବାରୁ ପନିପରିବା ବିକ୍ରେତାମାନେ କ୍ଷତିର ସମ୍ମୁଖୀନ ହେଉଛନ୍ତି । ବର୍ଷା ନ ହେବା ମଧ୍ୟ ଏକ ଅନ୍ୟ କାରଣ ରହିଛି l

ସେହିପରି ଉପଭୋକ୍ତା ବ୍ୟାପାର ମନ୍ତ୍ରଣାଳୟର ପ୍ରାଇସ୍ ମନିଟରିଂ ସେଲ୍ ତଥ୍ୟ ଅନୁଯାୟୀ ଗୁରୁବାର ଦିନ ହରଡ ଡାଲିର ଖୁଚୁରା ମୂଲ୍ୟ ପ୍ରାୟ ୧୩୬ ଟଙ୍କା ରହିଥିଲା l ଯାହାକି ଗତବର୍ଷ କିଲୋଗ୍ରାମ ପିଛା ୧୦୬ ଟଙ୍କା ରହିଥିଲା । ଅନ୍ୟପଟେ ବିରି ଡାଲି କିଲୋ ପିଛା ୧୦୬ ଟଙ୍କା ରୁ ୧୧୪ ଟଙ୍କାକୁ ବୃଦ୍ଧି ପାଇଛି । ତେବେ ଏ ନେଇ ମନ୍ତ୍ରଣାଳୟ କହିଛି ଯେ ଆଳୁର ସର୍ବଭାରତୀୟ ହାରାହାରି ଖୁଚୁରା ମୂଲ୍ୟ ଗତବର୍ଷ ତୁଳନାରେ ପ୍ରାୟ ୧୨ ପ୍ରତିଶତ କମ୍ ରହିଛି l ସେହିପରି ପିଆଜ ମୂଲ୍ୟ ପୂର୍ବ ବର୍ଷର  ତୁଳନାରେ ୫ ପ୍ରତିଶତ ଅଧିକ ରହିଛି । ତେବେ ଏହି ଦର ବଢିବା ଖାଉଟିଙ୍କ ଚିନ୍ତାର କାରଣ ହୋଇଛି l ଗରିବ ମୂଲିଆଙ୍କ ପାଇଁ ଏବେ ଖାଦ୍ୟ କିଣିବା କଷ୍ଟକର ହୋଇପଡିଛି l

ଏହି ଚଳିତ ଵର୍ଷଏ ଅନ୍ୟାନ୍ୟ କାରଣ ଯୋଗୁଁ ଅନେକ ପନିପରିବା ଦର ବଢିଛି l ଟମାଟୋ ମୂଲ୍ୟ ଉପରେ ମନ୍ତ୍ରଣାଳୟ କହିଛି ଯେ ଫସଲ ଋତୁ, ଉତ୍ପାଦନ ହ୍ରାସ, ଦେଶର ମୌସୁମୀ ବର୍ଷା ଶୀଘ୍ର ଆସିଯିବାରୁ ଏହି ଟମାଟୋ ମୂଲ୍ୟ ବୃଦ୍ଧି ପାଇଛି । ସରକାରୀ ତଥ୍ୟ ଅନୁଯାୟୀ , ଗୁରୁବାର ଟମାଟୋର ହାରାହାରି ମୂଲ୍ୟ କିଲୋ ପିଛା ୧୪୦ ଟଙ୍କା ରହିଥିଲା , କିନ୍ତୁ ଗତ ବର୍ଷ ଠିକ ଏହି ସମୟରେ ଟମାଟୋ ମୂଲ୍ୟ ମାତ୍ର ୩୪ ଟଙ୍କା ରହିଥିଲା । ତେବେ ଏହି ସମୟରେ ଉତ୍ତରପ୍ରଦେଶର ବୁଲନ୍ଦସରରେ ଏହା ସର୍ବାଧିକ ୨୫୭ ଟଙ୍କା ରହିଥିବାବେଳେ ଦିଲ୍ଲୀରେ ଏହା ୨୧୩ ଟଙ୍କା ଏବଂ ମୁମ୍ବାଇରେ ଏହା ୧୫୭ ଟଙ୍କାରେ ବିକ୍ରି ହେଉଛି l ଅନ୍ୟପଟେ ରାଜଧାନୀ ଭୁବନେଶ୍ବରରେ ଟମାଟୋ କିଲୋ ପିଛା ୨୦୦ ଟଙ୍କା ଉପରେ ରହିଛି ବୋଲି ଜଣା ପଡିଛି ।

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments