1. ଅନ୍ୟାନ୍ୟ

ଉଷୁନା ଚାଉଳ ରପ୍ତାନୀ ଉପରେ ୨୦% TAX

ନିକଟରେ ଅନେକ ଖାଦ୍ୟ ଶସ୍ୟର ଦର ବଢିଥିଲା l ପନିପରିବା ଠାରୁ ଆରମ୍ଭ କରି ମସଲା ଜାତୀୟ ଖାଦ୍ୟ ଏବଂ ଡାଲି ଏବଂ ଚାଉଳ ଭଳି ଖାଦ୍ୟ ପଦାର୍ଥର ଦର ବଢିଥିବା ଦେଖିବାକୁ ମିଳିଥିଲା l ଏହି ଦର ବୃଦ୍ଧିକୁ ସରକାର ଆୟତ୍ତରେ ଆଣିବାକୁ ଅନେକ ଚେଷ୍ଟା କରି ସଫଳ ମଧ୍ୟ ହୋଇଛନ୍ତି l ତେବେ ଆଗକୁ ଦେଶରେ ଚାଉଳ ଉପଲବ୍ଧତାକୁ ଦୃଷ୍ଟିରେ ରଖି ରପ୍ତାନି ସହିତ ଟାକ୍ସ ମଧ୍ୟ ଲଗାଇଛନ୍ତି l

Tanushree Mahapatra
Tanushree Mahapatra
Rice exports with 20 duty on parboiled variety , image source - pexels.com

Rice exports with 20 duty on parboiled variety , image source - pexels.com

ନିକଟରେ ଅନେକ ଖାଦ୍ୟ ଶସ୍ୟର ଦର ବଢିଥିଲା l ପନିପରିବା ଠାରୁ ଆରମ୍ଭ କରି ମସଲା ଜାତୀୟ ଖାଦ୍ୟ ଏବଂ ଡାଲି ଏବଂ ଚାଉଳ ଭଳି ଖାଦ୍ୟ ପଦାର୍ଥର ଦର ବଢିଥିବା ଦେଖିବାକୁ ମିଳିଥିଲା l ଏହି ଦର ବୃଦ୍ଧିକୁ ସରକାର ଆୟତ୍ତରେ ଆଣିବାକୁ ଅନେକ ଚେଷ୍ଟା କରି ସଫଳ ମଧ୍ୟ ହୋଇଛନ୍ତି l ତେବେ ଆଗକୁ ଦେଶରେ ଚାଉଳ ଉପଲବ୍ଧତାକୁ ଦୃଷ୍ଟିରେ ରଖି ରପ୍ତାନି ସହିତ ଟାକ୍ସ ମଧ୍ୟ ଲଗାଇଛନ୍ତି l  

ଯାହାଦ୍ୱାରା ଏହା ଉପରେ ଆୟତ୍ତ ରଖିପାରିବ ଦେଶ କାରଣ, ସରକାରୀ ଆକଳନ ଅନୁଯାୟୀ ଆଗକୁ ଦେଶରେ ଚାଉଳ ଅଭାବ ଦେଖିବାକୁ ମିଳିଛି  l ଦେଶରେ ବିଭିନ୍ନ ଖାଦ୍ୟ ପଦାର୍ଥର ଦରଦାମ୍ ଏହି ସମୟରେ ବଢୁଥିବା ବେଳେ ଏହାକୁ ଦୃଷ୍ଟିରେ ରଖି ଏବେ କେନ୍ଦ୍ର ସରକାର କିଛି ଦିନ ତଳେ ଅଣ-ବାସୁମତି ଚାଉଳ ରପ୍ତାନୀ ଉପରେ ପ୍ରତିବନ୍ଧକ ଲଗାଇଥିଲେ । 

ତେବେ ପୁଣି ଥରେ ଶୁକ୍ରବାର ସରକାର ଏକ ବିଜ୍ଞପ୍ତି ଜାରି କରିବା ଦ୍ୱାରା ସୂଚନା ଦେଇଛନ୍ତି ଯେ, ଉଷୁନା ଚାଉଳ ରପ୍ତାନୀ ଉପରେ ମଧ୍ୟ ସରକାର ଏବେ ୨୦% ଶୁଳ୍କ ଲଗାଇଛନ୍ତି । ସରକାରଙ୍କ କହିବା ଅନୁଯାୟୀ  ଏହି ନୂଆ ଶୁଳ୍କ ତତ୍କାଳ ଲାଗୁ ହେବ ଯାହା ଅର୍ଥ ମନ୍ତ୍ରଳାୟ ପକ୍ଷରୁ କୁହାଯାଇଛି l ତେବେ ଦେଶରେ ଯେଉଁ ବ୍ୟବସାୟୀମାନେ ଏହି ବିଜ୍ଞପ୍ତି ପ୍ରକାଶ ପାଇବା ପୁର୍ବରୁ ରପ୍ତାନୀ ପାଇଁ ଚୁକ୍ତି କରିଛନ୍ତି ସେମାନେ ଆଗାମୀ ୧୫ ଅକ୍ଟୋବର ପର୍ଯ୍ୟନ୍ତ ପୁରୁଣା ଶୁନ୍ୟ କରରେ ସେମାନଙ୍କର ଦ୍ରବ୍ୟ ନେଇପାରିବେ ।

ଅର୍ଥ ମନ୍ତ୍ରଳାୟର ସୂଚନା ଅନୁଯାୟୀ ଏହି କେନ୍ଦ୍ର ସରକାରଙ୍କ ଏହି ନିଷ୍ପତି ଅକ୍ଟୋବର ୧୬ ତାରିଖରୁ ଲାଗୁ କରାଯିବ । ତେବେ ଏହି ନିଷ୍ପତ୍ତି ଅନୁଯାୟୀ, ଅଗଷ୍ଟ ତାରିଖ ୨୫ ସୁଦ୍ଧା କଷ୍ଟମ ଷ୍ଟେସନ୍ ଆସିଥିବା ସମସ୍ତ ଦ୍ରବ୍ୟକୁ ମଧ୍ୟ ପୁରୁଣା ଶୁଳ୍କରେ ରପ୍ତାନୀ ପାଇଁ ଅନୁମତି ମିଳିବ । ତେବେ ଏଥିପାଇଁ ଦାୟିତ୍ୱରେ ଥିବା ଅଧିକାରୀଙ୍କଠାରୁ ଆବଶ୍ୟକ ଅନୁମତି ମିଳିବା ନିହାତି ଦରକାର ।

ଏହାପୁର୍ବରୁ କେନ୍ଦ୍ର ସରକାର ଜୁଲାଇ ୨୦ ତାରିଖରେ ମଧ୍ୟ ଅନ୍ୟ ଦେଶକୁ ଅଣବାସୁମତି ଚାଉଳ ରପ୍ତାନୀ ଉପରେ ପ୍ରତିବନ୍ଧକ ଲଗାଇଥିଲେ । ସୂଚନା ଅନୁଯାୟୀ, କୃଷ୍ଣ ସାଗର ଶସ୍ୟ ଚୁକ୍ତିରୁ ଋଷ ଓହରି ଯିବାର ୩ ଦିନ ପରେ କେନ୍ଦ୍ର ସରକାର ଏହି ନିଷ୍ପତି ନେଇଥିଲେ । ତେବେ ଗତ ଏପ୍ରିଲ ମାସଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ଦେଶରେ ଉଷୁନା ଚାଉଳର ଦାମ୍ ପ୍ରାୟ ୧୯% ବୃଦ୍ଧି ପାଇଥିବା ବେଳେ ଆନ୍ତର୍ଜାତୀୟ ବଜାର ସ୍ତରରେ ଏହା ୨୬% ବୃଦ୍ଧି ପାଇଛି ବୋଲି ଜଣାପଡିଛି  । ସମାନ ସମୟରେ ଚାଉଳ ରପ୍ତାନୀ ଉପରେ ୨୧% କୁ ହ୍ରାସ ପାଇଛି ଯାହା ପୁର୍ବ ବର୍ଷ ସମୟରେ ୩୫% ରହିଥିବା ଜଣାପଡିଛି ।

ତେବେ ନିକଟରେ ଆଉ ଏକ ଖବର ସାମ୍ମନାକୁ ଆସିଛି ଯାହାକି ଉଷୁନା ଚାଉଳ ଉପରେ ୨୦% ଶୁଳ୍କ ଲଗାଇବାର ଗୋଟିଏ ଦିନ ପରେ କେନ୍ଦ୍ର ସରକାର ପୁଣି ଥରେ ବାସୁମତି ଚାଉଳ ରପ୍ତାନି ଉପରେ ପ୍ରତିବନ୍ଧକ ଲଗାଇଛନ୍ତି । ସରକାରଙ୍କ ଏହି ନିଷ୍ପତି ଅନୁଯାୟୀ ଟନ୍ ପିଛା ୧୨୦୦ ଡଲାରରୁ କମ୍ ମୂଲ୍ୟରେ ହେଉଥିବା ରପ୍ତାନୀ ପ୍ରଭାବିତ ହେବ ବୋଲି କୁହାଯାଉଛି । ଅର୍ଥାତ୍ କିଛି ସମୟ ପାଇଁ ଦେଶରେ କେବଳ ୧୨୦୦ ଡଲାରରୁ ଅଧିକ ମୂଲ୍ୟରେ ବାସୁମତି ଚାଉଳ ରପ୍ତାନୀ କରାଯାଇ ପାରିବ । ଆର୍ଥିକ ବର୍ଷ ୨୦୨୨ ଏବଂ ୨୩ ରେ ଭାରତ ଆମେରିକା ଏବଂ ମଧ୍ୟପ୍ରାଚ୍ୟ ଦେଶ ଗୁୁଡ଼ିକୁ ପ୍ରାୟ ୪.୭୯ ବିଲିୟନ ଡଲାର ମୂଲ୍ୟର ବାସୁମତି ଚାଉଳ ରପ୍ତାନୀ କରାଯାଇଛି l କିନ୍ତୁ ବର୍ତ୍ତମାନ ସରକାରଙ୍କ ଏହି ପ୍ରତିବନ୍ଧ କାରଣରୁ ଏଥିରେ ହ୍ରାସ ପାଇପାରେ । 

ତେବେ ଅଗଷ୍ଟ ୮ ତାରିଖରେ କେନ୍ଦ୍ର ସରକାର ଘୋଷଣା କରିଥିଲେ କି ନୀଲାମ ମାଧ୍ୟମରେ କେନ୍ଦ୍ରରେ ପ୍ରାୟ ୫ ମିଲିୟନ ଟନ୍ ଅତିରିକ୍ତ ଗହମ ଏବଂ ପ୍ରାୟ ୨.୫ ମିଲିୟନ ଟନ୍ ଚାଉଳ ବଜାରକୁ ଛାଡ଼ିବେ ସରକାର । ଏହା ସହିତ କେନ୍ଦ୍ର ସରକାର ଚାଉଳର ଦାମ୍ କିଲୋପ୍ରତି ୩୧୨ ଟଙ୍କାରୁ ହ୍ରାସ କରି ୨୯ ଟଙ୍କା କରି କରିଦେଇଥିଲେ ।

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments