1. ଅନ୍ୟାନ୍ୟ

Rules Change From April: ପକେଟ୍‌ରେ ପଡ଼ିବ ପ୍ରଭାବ

ବର୍ଷ ଆରମ୍ଭ ହେବା ସହିତ ଅନେକ କିଛି ନିୟମରେ ପରିବର୍ତ୍ତନ .....

Tanushree Mahapatra
Tanushree Mahapatra
Rules Change From April 1st week, image source - pixeles

Rules Change From April 1st week, image source - pixeles

ଆର୍ଥିକ ବର୍ଷ ୧ ଏପ୍ରିଲ ତାରିଖରୁ ଆରମ୍ଭ ହେବ। ପ୍ରତିବର୍ଷ ଭଳି ବଦଳିବ ଅନେକ ନିୟମ l ଏହି ନିୟମ ବଦଳିବା ପରେ ସିଧା ସଳଖ ପ୍ରଭାବ ପାକେଟ ଉପରେ ପଡ଼ିବ l ନୂଆ ଆର୍ଥିକ ବର୍ଷ ଆରମ୍ଭ ହେବା ସହିତ ଅନେକ କିଛି ନିୟମରେ ପରିବର୍ତ୍ତନ ଘଟିବ ।

ଆର୍ଥିକ ବର୍ଷ ୨୦୨୪-୨୫ର ଆରମ୍ଭ ସହିତ ବଦଳିବ ଏହି ୭ଟି ନିୟମ l ବ୍ୟକ୍ତିଗତ ଅର୍ଥ, ଅର୍ଥ ବିନିଯୋଗ ଯୋଜନା, ଫାଷ୍ଟ ଟାଗ୍, ପିଏଫ୍ ଏବଂ ଅନ୍ୟାନ୍ୟ ଟଙ୍କା ସହିତ ଜଡିତ ଅନେକ ଥିବା ବିଭିନ୍ନ ନିୟମରେ ପରିବର୍ତ୍ତନ ଏପ୍ରିଲ୍ ୧ ତାରିଖରୁ ହେବ । ତେବେ କେଉଁ କେଉଁ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ହେବାକୁ ଯାଉଛି ଜାଣନ୍ତୁ ଏହି ଆର୍ଟିକଲ ମାଧ୍ୟମରେ  l

LPG ଗ୍ୟାସ୍ ସିଲିଣ୍ଡର ନୂଆ ନିୟମ :

ତୈଳ ଓ ଗ୍ୟାସ କମ୍ପାନୀ ତରଫରୁ ପ୍ରତିମାସ ପ୍ରଥମ ସପ୍ତାହରେ ଗ୍ୟାସ ଦର ପରିବର୍ତ୍ତନ ହୋଇଥାଏ l ପ୍ରତ୍ୟେକ ମାସ ପରି, ଆସନ୍ତା ମାସ ମଧ୍ୟ ଏଲପିଜି ସିଲିଣ୍ଡରର ମୂଲ୍ୟ ଏପ୍ରିଲ ୧ରେ ସ୍ଥିର ହେବ । ନୂଆ ଦର ଲାଗୁ ହେବ l ତେବେ ଲୋକସଭା ନିର୍ବାଚନ ପାଇଁ ଆଚରଣ ବିଧି ବଳବତ୍ତର କରାଯାଇଛି l ତେଣୁ ମୂଲ୍ୟରେ ପରିବର୍ତ୍ତନ ହେବାର କୌଣସି ସୁବିଧା ନାହିଁ ବୋଲି କୁହାଯାଉଛି ।

NPS ସିଷ୍ଟମରେ ପରିବର୍ତ୍ତନ ଘଟିବ :

ଆସନ୍ତା ମାସ ଲାଗୁ ହେବାକୁ ଥିବା ନୂଆ ଆର୍ଥିକ ବର୍ଷରେ NPS ତଥା ଜାତୀୟ ପେନସନ୍ ସିଷ୍ଟମରେ ମଧ୍ୟ ପରିବର୍ତ୍ତନ ହେବାକୁ ଯାଉଛି । ଏହି ନୂଆ ନିୟମ ଅନୁଯାୟୀ ୨୦୨୪ ଏପ୍ରିଲ ୧ରୁ କାର୍ଯ୍ୟକାରୀ ହେବା ନେଇ ସୂଚନା ରହିଛି । ନୂଆ ନିୟମ ଅନୁସାରେ, NPS ଆକାଉଣ୍ଟକୁ ଲଗଇନ୍ କରିବାକୁ ଦୁଇ-ଫ୍ୟାକ୍ଟର୍ ପ୍ରାମାଣିକିକରଣ ଆବଶ୍ୟକ । ଆଧାର ଯାଞ୍ଚ ଏବଂ OTP ମାଧ୍ୟମରେ NPS ଗ୍ରାହକଙ୍କୁ ନିଜ ଆକାଉଣ୍ଟ ଲଗଇନ୍ କରିବାକୁ ପଡିବ।

SBI କ୍ରେଡିଟ୍ କାର୍ଡରେ ପରିବର୍ତ୍ତନ :

ଆପଣଙ୍କ ପାଖରେ SBI କ୍ରେଡିଟ୍ କାର୍ଡ ଅଛି ଏବଂ ଆପଣ ବ୍ୟବହାର କରନ୍ତି ତେବେ ନିଶ୍ଚିତ ଭାବରେ ଏହି ଖବର ଆବଶ୍ୟକ ଜାଣିବା । ଏହି ବ୍ୟାଙ୍କ ୨୦୨୪ ଏପ୍ରିଲ ୧ ରୁ କ୍ରେଡିଟ କାର୍ଡରେ ବଡ଼ ପରିବର୍ତ୍ତନ କରିବାକୁ ଯାଉଛି । ଯଦି ଗ୍ରାହକ ଏପ୍ରିଲ ୧ ପରେ ଭଡା ପ୍ରଦାନ କରନ୍ତି, ତେବେ ରିଆୱାର୍ଡ ପଏଣ୍ଟ ପ୍ରଦାନ କରାଯିବ ନାହିଁ ।

ନୂଆ ଟ୍ୟାକ୍ସ ବ୍ୟବସ୍ଥା :

୨୦୨୪ ଏପ୍ରିଲ୍ ୧ ତାରିଖରୁ ଡିଫଲ୍ଟ ଟ୍ୟାକ୍ସ ସିଷ୍ଟମରେ ପରିଣତ କରାଯିବ । ଏହାର ଅର୍ଥ ଯଦି ଆପଣ ଏ ପର୍ଯ୍ୟନ୍ତ ଟିକସ ଦାଖଲ ପଦ୍ଧତି ବାଛି ନାହାଁନ୍ତି, ତେବେ ଆପଣଙ୍କୁ ସ୍ୱୟଂଚାଳିତ ଭାବରେ ନୂଆ ଟିକସ ବ୍ୟବସ୍ଥାରେ ଟିକସ ଦେବାକୁ ପଡିବ । ତେବେ ୨୦୨୩ ଏପ୍ରିଲ ୧ରୁ ଆୟକର ନିୟମରେ ପରିବର୍ତ୍ତନ ହୋଇଥିଲା। ନୂଆ ଟିକସ ବ୍ୟବସ୍ଥା ଅନୁଯାୟୀ ୭ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଟିକସ ଯୋଗ୍ୟ ବେତନ ଥିବା ଲୋକଙ୍କୁ କୌଣସି ଆୟକର ଟିକସ ଦେବାକୁ ପଡିବ ନାହିଁ ।

EPFO  ନୂଆ ନିୟମ :

ନୂଆ ଆର୍ଥିକ ବର୍ଷରେ ହେବ EPFOରେ ଏକ ବଡ଼ ପରିବର୍ତ୍ତନ । ଏହି ନୂଆ ନିୟମ ଅନୁଯାୟୀ, ଯଦିଓ ଆପଣ ନିଜ ଚାକିରି ସ୍ଥାନ ବଦଳାଇବେ, ତେବେ ଆପଣଙ୍କ ପୁରୁଣା PF ଅଟୋ ମୋଡରେ ସ୍ଥାନାନ୍ତରିତ ହୋଇଯିବ । ଏହାର ଅର୍ଥ ଚାକିରି ପରିବର୍ତ୍ତନ ଉପରେ ଆପଣଙ୍କୁ PF ରାଶି ସ୍ଥାନାନ୍ତର ପାଇଁ ଅନୁରୋଧ କରିବାକୁ ପଡିବ ନାହିଁ କମ୍ପାନୀ ନିକଟରେ ।

FASTag ନୂଆ ନିୟମ

କାର ଫାଷ୍ଟ ଟାଗର KYCକୁ ବ୍ୟାଙ୍କରୁ ଯଦି ଆପଣ ଅପଡେଟ୍ କରିନାହାଁନ୍ତି , ତେବେ ଆପଣ ଏପ୍ରିଲ୍ ୧ରୁ ସମସ୍ୟାର ସମ୍ମୁଖୀନ ହେବେ । ଯଥାଶୀଘ୍ର ଏହି କାର୍ଯ୍ୟ କରନ୍ତୁ କାରଣ ଆଉ କିଛି ଦିନ ଅର୍ଥାତ ମାର୍ଚ୍ଚ ୩୧ ତାରିଖ ପରେ, KYC ବିନା ଫାଷ୍ଟ ଟାଗ୍ ବ୍ୟାଙ୍କ ଦ୍ୱାରା ନିଷ୍କ୍ରିୟ ହେବ।

ପାନ୍-ଆଧାର ଲିଙ୍କ୍ :

ପାନକୁ ଆଧାର କାର୍ଡ ସହିତ ଲିଙ୍କ୍ କରିବାର ସମୟସୀମା ଅନେକ ଥର ବୃଦ୍ଧି ହୋଇଛି । ଶେଷ ଅପଡେଟ୍ ଅନୁଯାୟୀ, ପାନ୍ କାର୍ଡକୁ ଆଧାର ସହିତ ସଂଯୋଗ କରିବାର ଶେଷ ତାରିଖ ୨୦୨୪ ମାର୍ଚ୍ଚ , ୩୧। ଯଦି କୌଣସି ବ୍ୟକ୍ତି ପାନ୍ ଆଧାର ସହିତ ଲିଙ୍କ୍ ନକରନ୍ତି, ତେବେ ତାଙ୍କର ପାନ୍ ନମ୍ବର ବାତିଲ୍ ହୋଇଯିବ ।

Goat Farming: ଏହି ଉପାୟରେ କରନ୍ତୁ ଛେଳି ଚାଷ, ହେଉଛି ପ୍ରବଳ ଲାଭ

Lubricant: କିଣନ୍ତୁ ଏହି ଲୁବ୍ରିକେଣ୍ଟ ତେଲ, ବଢ଼ିବ ଯନ୍ତ୍ରପାତିର କାର୍ଯ୍ୟଦକ୍ଷତା

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments