1. ଅନ୍ୟାନ୍ୟ

ସମ୍ବଲପୁରୀ ପୋଷାକକୁ ମିଳବ GI ଟ୍ୟାଗ୍

ଶାଢ଼ୀ କିମ୍ବା ସୁନ୍ଦର ପୋଷାକ କହିଲେ ସମସ୍ତଙ୍କ ଖୁବ ପସନ୍ଦ l ପୁରୁଷଙ୍କ ଅପେକ୍ଷା ମହିଳାଙ୍କୁ ଶାଢ଼ୀ ଅଧିକ ପସନ୍ଦ l ସେହିପରି ଆମେ ହସ୍ତଶିଳ୍ପ ଓ ହସ୍ତକଳା କଥା ଯଦି କହିବା ତେବେ ଓଡିଶାର କାରୀଗର ତଥା କଳାକାରମାନେ ନିଜର ଭଲ ଭାବରେ ପ୍ରଦର୍ଶନ କରି ପାରିଛନ୍ତି ଦେଶ ତଥା ଅନ୍ୟ ଦେଶରେ ।

Tanushree Mahapatra
Tanushree Mahapatra
Sambalpuri clothes will get the GI tag , image source - twitter

Sambalpuri clothes will get the GI tag , image source - twitter

ଶାଢ଼ୀ କିମ୍ବା ସୁନ୍ଦର ପୋଷାକ କହିଲେ ସମସ୍ତଙ୍କ ଖୁବ ପସନ୍ଦ l ପୁରୁଷଙ୍କ ଅପେକ୍ଷା ମହିଳାଙ୍କୁ ଶାଢ଼ୀ ଅଧିକ ପସନ୍ଦ l ସେହିପରି ଆମେ ହସ୍ତଶିଳ୍ପ ଓ ହସ୍ତକଳା କଥା ଯଦି କହିବା ତେବେ ଓଡିଶାର କାରୀଗର ତଥା କଳାକାରମାନେ ନିଜର  ଭଲ ଭାବରେ ପ୍ରଦର୍ଶନ କରି ପାରିଛନ୍ତି ଦେଶ ତଥା ଅନ୍ୟ ଦେଶରେ । ତେବେ ସମସ୍ତ ହସ୍ତକଳା ମଧ୍ୟରେ ସମ୍ବଲପୁରୀ ବୟନଶିଳ୍ପ କେବଳ ଓଡିଶାରେ ନୁହେଁ ବିଦେଶରେ ମଧ୍ୟ ନିଜର ପରିଚୟ ସୃଷ୍ଟି କରି ପାରିଛି ।

ବର୍ତମାନର ଆଧୁନିକତାକୁ ଦୃଷ୍ଟିରେ ରଖି ସମ୍ବଲପୁରୀର ନୂତନୀକରଣ ଚାହିଦାକୁ ବହୁଗୁଣିତ କରିପାରିଛି ଯୁବପିଢିଙ୍କ ମଧ୍ୟରେ । ଏବେ କେବଳ ମହିଳାଙ୍କ ପାଇଁ ନୁହେଁ ପୁରୁଷ ଓ ପିଲାମାନଙ୍କ ପାଇଁ ମଧ୍ୟ ଅନେକ ଡିଜାଇନର୍ ପୋଷକ ଉପଲବ୍ଧ ହେଉଛି ସମ୍ବଲପୁରୀ କଳାରେ । ବିଶେଷ କରି ମହିଳା ମାନେ ସବୁବେଳେ ନିଜର ପୋଷାକ ପରିଧାନ ଉପରେ ଗୁରୁତ୍ୱ ଦିଅନ୍ତି । ଭିନ୍ନ ଭିନ୍ନ ପ୍ରକାରର ପୋଷାକ ପିନ୍ଧିବାକୁ ପସନ୍ଦ କରନ୍ତି ଯାହାକି ସେମାନଙ୍କ ଆତ୍ମବିଶ୍ୱାସ ବୃଦ୍ଧି କରିଥାଏ । ତେବେ ଏବେ ସମ୍ବଲପୁରୀ ପୋଷାକକୁ ଅଧିକ ଗୁରୁତ୍ୱ ଦେଉଛନ୍ତି ମହିଳା l

ଏହି ସମ୍ବଲପୁରୀ କଳାକୁ ଏକ ବଡ ଖୁସି ଖବର ଦେଇଛନ୍ତି ସରକାର l କାରଣ ଓଡ଼ିଶାର ଲୋକପ୍ରିୟ ସମ୍ବଲପୁରୀ ଶାଢୀକୁ ମିଳିଛି ଏକ ବଡ଼ ଉପହାର । ସମ୍ବଲପୁରର ସୁନ୍ଦର ଶାଢୀ ସମେତ ଏଠାକାର ସମସ୍ତ ପୋଷାକକୁ ଜିଆଇ ଟ୍ୟାଗ୍ ପ୍ରଦାନ କରାଯିବା ନେଇ ଉଦ୍ୟମ ଆରମ୍ଭ କରିଛନ୍ତି କେନ୍ଦ୍ର ସରକାର । ବର୍ତ୍ତମାନ ଓଡ଼ିଶା ସମେତ ସାରା ବିଶ୍ୱରେ ସମ୍ବଲପୁରୀ ବସ୍ତ୍ରର ଲୋକପ୍ରିୟତା ବୃଦ୍ଧି ପାଇବାରେ ଲାଗିଛି । ଏହାର ଆକର୍ଷଣୀୟ ଡିଜାଇନ ଏବଂ ହାତବୁଣା କାରୁକାର୍ଯ୍ୟ ଲୋକଙ୍କୁ ଆକୃଷ୍ଟ କରୁଛି । ସାରା ବିଶ୍ୱରେ ଏହି ସମ୍ବଲପୁରୀ ବସ୍ତ୍ରର ବଢୁଥିବା ଲୋକପ୍ରିୟତାକୁ ନଜରରେ ରଖି ଏହାକୁ ଜିଆଇ ଟ୍ୟାଗ ଦେବା ପାଇଁ ଘୋଷଣା କରାଯାଇଛି କେନ୍ଦ୍ର ପକ୍ଷରୁ ।

ସମ୍ବଲପୁର IIM ପକ୍ଷରୁ ଅନୁଷ୍ଠିତ ହୋଇଥିବା କ୍ଷୁଦ୍ର ବ୍ୟବସାୟ ପରିଚାଳନା ତାଲିମ ଶିବିର ଆଜି ଉଦଯାପନ ହୋଇଯାଇଛି । ଏଠାରେ ସାମିଲ ଥିବା କେନ୍ଦ୍ର ବୟନଶିଳ୍ପ କମିଶନର ରୂପ୍ ରାଶି ସମ୍ବଲପୁରୀ ବସ୍ତ୍ର ଉପରେ ଏକ ବଡ଼ ଘୋଷଣା କରିଛନ୍ତି । ସେ ସମ୍ବଲପୁରୀ ବସ୍ତ୍ରକୁ ଜିଆଇ ଟ୍ୟାଗ୍ ଦେବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଉଦ୍ୟମ ଜାରି ରହିଛି ବୋଲି କହିଛନ୍ତି । ଏହାଦ୍ୱାରା ଓଡ଼ିଶାର ଆଉ ଏକ ସ୍ୱତନ୍ତ୍ରତାକୁ ଉଚ୍ଚ ସମ୍ମାନରେ ସମ୍ମାନିତ କରାଯାଇ ପାରିବ ବୋଲି କହିଛନ୍ତି ସେ ।

ଯାହାକୁ ନେଇ ଏବେ ରାଜ୍ୟବାସୀଙ୍କ ପାଇଁ ଏକ ଖୁସିର ମୁହୂର୍ତ୍ତ ଆସିଛି ବୋଲି କହିଲେ ଅତୟକ୍ତ ହେବ ନାହିଁ । ତେବେ ସମ୍ବଲପୁରୀ ବସ୍ତ୍ରକୁ ଜିଆଇ ଟ୍ୟାଗ୍ ମିଳିବା ଦ୍ୱାରା ଅନେକ ଲୋକ ଏଥିରେ ଲାଭବାନ୍ ହୋଇପାରିବେ ଏବଂ ରୋଜଗାର ମଧ୍ୟ ପାଇବେ । କେନ୍ଦ୍ର ସରକାରଙ୍କ ଏହି ନୂଆ ପଦକ୍ଷେପରେ ବୁଣାକାରଙ୍କ ଠାରୁ ଆରମ୍ଭ କରି ବ୍ୟବସାୟୀ ସମସ୍ତେ ନିଜ କ୍ଷେତ୍ରରେ ଳାଭ ହାସଲ କରିପାରିବେ । 

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments