1. ଅନ୍ୟାନ୍ୟ

ମିଲେନିୟର ଫାର୍ମର ଅଫ ଇଣ୍ଡିଆ ୨୦୨୩: ଯାହାର ବ୍ୟାଙ୍କିଙ୍ଗ ପାର୍ଟନର SBI

କୃଷି ହେଉଛି ଦେଶର ମେରୁଦଣ୍ଡ l ଆର୍ଥିକ ସ୍ଥିତି ମଜବୁତ କରିବାରେ ଏକ ବଡ଼ ସହଯୋଗ ରହିଛି ଚାଷୀ ଓ କୃଷିର l ଆଜି ଦେଶର ଚାଷ ପଦ୍ଧତି ଖାଲି ଦେଶ ଭିତରେ ସୀମିତ ହୋଇ ନାହିଁ l ବିଦେଶରେ ମଧ୍ୟ ଦେଶର ନୂତନ ଚାଷ ପ୍ରଣାଳୀକୁ ଆପଣାଉଛନ୍ତି ବିଦେଶୀ l

Tanushree Mahapatra
Tanushree Mahapatra
SBI Banking partner of MFOI 2023 Evnt

SBI Banking partner of MFOI 2023 Evnt

କୃଷି ହେଉଛି ଦେଶର ମେରୁଦଣ୍ଡ l ଆର୍ଥିକ ସ୍ଥିତି ମଜବୁତ କରିବାରେ ଏକ ବଡ଼ ସହଯୋଗ ରହିଛି ଚାଷୀ ଓ କୃଷିର l ଆଜି ଦେଶର ଚାଷ ପଦ୍ଧତି ଖାଲି ଦେଶ ଭିତରେ ସୀମିତ ହୋଇ ନାହିଁ l ବିଦେଶରେ ମଧ୍ୟ ଦେଶର ନୂତନ ଚାଷ ପ୍ରଣାଳୀକୁ ଆପଣାଉଛନ୍ତି ବିଦେଶୀ l ଆଉ ଏହି ଚାଷ ଓ ଚାଷୀଙ୍କୁ ଆଖିରେ ରଖି କୃଷି ଜାଗରଣ ସଂସ୍ଥା ଆଜିକୁ ୨୭ ବର୍ଷ ହେବ ନିରନ୍ତର ସେବା ଯୋଗାଇ ଆସୁଛି ଏହି କ୍ଷେତ୍ରକୁ l

ବିଭିନ୍ନ ସମୟରେ ଅନେକ ରାଜ୍ୟରେ ଏହି ସଂସ୍ଥା କୃଷି କାର୍ଯ୍ୟକ୍ରମ ଆୟୋଜିତ କରି ଆସିଛି l ଯାହା ସଫଳ ମଧ୍ୟ ହୋଇଛି l ତେବେ ଏବେ ଏକ ନୂଆ ଚିନ୍ତାଧାରା ସହିତ କୃଷି ଜାଗରଣ ସଂସ୍ଥା MFOI 2023 ନାମକ କାର୍ଯ୍ୟକ୍ରମ ଆୟୋଜିତ କରିବାକୁ ଯାଉଛି ଆସନ୍ତା ଡିସେମ୍ବର ମାସରେ l ଯାହା ଡିସେମ୍ବର ୬ ରୁ ୮ ତାରିଖ ପର୍ଯ୍ୟନ୍ତ ଆଇ.ଏ.ଆର.ଏ ପୁସା ଗ୍ରାଉଣ୍ଡରେ ୩ ଦିନ ଧରି ଆୟୋଜିତ ହେବାକୁ ଯାଉଛି l ଏହି କାର୍ଯ୍ୟକ୍ରମର ମୁଖ୍ୟ ପ୍ରାୟୋଜକ ହେଉଛି ମହିନ୍ଦ୍ରା ଟ୍ରାକ୍ଟରସ l ଯାହାକି କୃଷି ଠାରୁ ଆରମ୍ଭ କରି ଅନ୍ୟାନ୍ୟ ସମସ୍ତ କ୍ଷେତ୍ରରେ ନିଜର ପରିଚୟ ସୃଷ୍ଟି କରିପାରିଛି l ଏହା ଏକ ସାଧାରଣ ନାଁ ନୁହେଁ ବରଂ ଏହା ଏକ ସର୍ବଶ୍ରେଷ୍ଠ ବ୍ରାଣ୍ଡ l ଅନେକ ବର୍ଷ ଧରି ଏହି ବ୍ରାଣ୍ଡ ମଧ୍ୟ ନିରନ୍ତର ଭାବେ ନିଜ ସହଯୋଗ ଦେଇ ଆସିଛି ଦେଶବାସୀଙ୍କୁ l

ତେବେ ନିକଟରେ ଧାନୁକା ଏବଂ ଏଫଏମ୍ସି ନାମକ ଦୁଇଟି ବଡ଼ ବଡ଼ କମ୍ପାନୀ ଏହି କାର୍ଯ୍ୟକ୍ରମ ସହିତ ସହ ପ୍ରାୟୋଜକ ଭାବେ ନିଜକୁ ସାମିଲ କରିଛନ୍ତି l ଖାଲି ଏତିକି ନୁହେଁ ଏହି କାର୍ଯ୍ୟକ୍ରମକୁ କେନ୍ଦ୍ର ପରିବହନ ମନ୍ତ୍ରୀ ନିତିନ ଗଡକାରୀ ଉତଘାଟନ କରିବେ ଏବଂ ପରବର୍ତ୍ତୀ ପର୍ଯ୍ୟାୟରେ ହେବାକୁ ଥିବା  'MFOI KISAN BHARAT YATRA' ନାମକ ରୋଡ଼-ସୋ ର ମଧ୍ୟ ପତାକା ଉତ୍ତଳୋନ କରିବେ l ଆଉ ଏବେ ବ୍ୟାଙ୍କିଙ୍ଗ ପାର୍ଟନର ଭାବେ ଯୋଡି ହୋଇଛି ଏସ.ବି.ଆଇ l ଆଜିକୁ ପ୍ରାୟତଃ ୨୧୭ ବର୍ଷ ହେବ ନିଜର ବ୍ୟାଙ୍କିଙ୍ଗ ସେବା ଜାରି ରଖିଛି l ବିଭିନ୍ନ ସେବା ମାଧ୍ୟମରେ ନିଜର ଗ୍ରାହକଙ୍କୁ ସହଯୋଗ କରି ଆସିଛି l ତେବେ ଏଭଳି ସଂସ୍ଥାର ସହଯୋଗ ପାଇ କୃଷି ଜାଗରଣ ସଂସ୍ଥା ଖୁବ ଗର୍ବିତ ହୋଇଛି ବୋଲି ସଂସ୍ଥାର ମୁଖ୍ୟ ସମ୍ପାଦକ କହିଛନ୍ତି l

ଏହି ଭାରତୀୟ କୃଷି ସମାରୋହରେ ଖାଲି ଚାଷୀ ନୁହନ୍ତି ବରଂ ବଡ଼ ବଡ଼ ଶିଳ୍ପପତି , ବ୍ୟବସାୟୀ , କୃଷି ପ୍ରତିଷ୍ଠାନ , କୃଷି ବୈଜ୍ଞାନିକ , କୃଷି ବିଶ୍ୱବିଦ୍ୟାଳୟର କୁଳପତି ଏବଂ ଅନ୍ୟାନ୍ୟ ରାସାୟନିକ ଶିଳ୍ପ ଭଳି ଅନେକ ବିଶିଷ୍ଟ ବ୍ୟକ୍ତି ନିଜର ଯୋଗଦାନଦେବେ l ଆଶା କରୁଛୁ ଆପଣମାନଙ୍କ ସହଯୋଗ ମଧ୍ୟ ମିଳିବ ଯାହା ଏହି କାର୍ଯ୍ୟକ୍ରମକୁ ସଫଳ କରିବାରେ ସହାୟକ ହୋଇପାରିବ l ତେବେ ଆଉ ଡେରି ନ କରି ଆମ ସହିତ ସହଯୋଗ କରନ୍ତୁ ଏହି କୃଷି ମହାକୁମ୍ଭରେ l ତଳେ ଦିଆଯାଇଥିବା ଲିଙ୍କକୁ ଯାଇ ପଞ୍ଜିକୃତ କରନ୍ତୁ ନିଜକୁ l 

 

MFOI REGISTRATION  AND VISITOR PASS LINK - https://millionairefarmer.in

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments