1. ଅନ୍ୟାନ୍ୟ

ଦୁବାଇ ର ସ୍ମାର୍ଟ୍ ଗଛ ...

ଦୁବାଇ ର ସ୍ମାର୍ଟ୍ ଗଛ ...

KJ Staff
KJ Staff

ଶୁଣିଲେ ଆଶ୍ଚର୍ଯ୍ୟ ହେବେ ନିଶ୍ଚିନ୍ତ କିନ୍ତୁ ଗଛ ମାନଙ୍କର ଆବଶ୍ୟକତା ଏବେ ଏତେ ବଢି ଯାଇଛି ଯେ ତାଙ୍କର ମଧ୍ୟ ନବନିକରଣ କରିବାରେ ପଛ ଘୁଞ୍ଚା ଦେଉ ନାହିଁ ମଣିଷ ।ଏବେ ସାରା ବିଶ୍ଵ ରେ ବେଶ୍ ସୁନାମ ଅର୍ଜନ କରିଛି ଦୁବାଇ ର ସ୍ମାର୍ଟ୍ ଗଛ ।ଦୁବାଇ କୁ ଏହି କାରଣରୁ ବିଶ୍ଵାବସୁ "ଜ୍ଞାନକୌଶଳ ର ରାଷ୍ଟ୍ର " ଭାବେ ମଧ୍ୟ ଜାଣନ୍ତି ।


ଦୁବାଇ ର ରାସ୍ତା ଘାଟ ରେ ଏବେ ଏହି ସ୍ମାର୍ଟ୍ ଟ୍ରି ର ଲୋଭନୀୟ ସୌନ୍ଦର୍ଯ୍ୟ ଶୋଭା ପାଉଛି ।ଏହି ସ୍ମାର୍ଟ୍ ପାମ୍ ବା ଟ୍ରୀ ପ୍ରକୃତରେ ଏକ ବୃକ୍ଷ ସଦୃଶ୍ୟ ସ୍ୱୟଂଚାଳିତ ଯନ୍ତ୍ର ଯାହା ନିଜ ପାରି ପାର୍ଶ୍ଵ ରେ ଥିବା ଲୋକଙ୍କୁ ଫ୍ରି ରେ ୱାଈ ଫାଇ ଯୋଗାଇଥାଏ।୨୦୧୮ ରେ ଆରମ୍ଭ ହୋଇଥିବା ଏହି ସୁବିଧା ପାଇ ପର୍ଯ୍ୟଟକ ମହଲ ବେଶ୍ ଖୁସି।ଏଥିରେ ୩୬୦ ଡିଗ୍ରୀ ବୁଲିପାରୁଥିବ ଏକ ସିସିଟିବି କ୍ୟାମେରା ଲାଗିଛି ଏବଂ ଏହାର ଶାଖା ରେ ସୋଲାର ପ୍ୟାନେଲ ଲାଗିଥିବାରୁ ଏହା ସ୍ୱୟଂଚାଳିତ ଏବଂ ପରିବେଶ କୁ କୌଣସି କ୍ଷେତି ପହଞ୍ଚାଇ ନାହିଁ।

କୂତ୍ରିମ ସ୍ମାର୍ଟ୍ ଗଛ ର ଲମ୍ବ ୨୦ ଫୁଟ ହୋଇଥିବାବେଳେ ଏହାର ପତ୍ରଗୁଡ଼ିକ ୧୮ ବର୍ଗଫୁଟ ପର୍ଯ୍ୟନ୍ତ ପରିବ୍ୟାପ୍ତ ।ଦିନ ବେଳା ଏହା ସୋଲାର ପ୍ୟାନେଲ ସାହାଯ୍ୟ ରେ ଚାର୍ଜ ହେବା ସାଙ୍ଗରେ ରାତିରେ କାର୍ଯ୍ୟ କରିବା ଲାଗି ଏହା ଶକ୍ତି ସଂରକ୍ଷଣ କରିବ।ଗଛରେ ଚାର୍ଜ କରିବାର ସୁବିଧା ଥିଲା ବେଳେ ମୋଟ ୧୨୧ ରି କୁତ୍ରିମ ଗଛ ଦୁବାଇ ରେ ଲଗାଯାଇଛି।


ଏହି ଗଛ ରେ ଆପଣ ଏକ ସ୍ମାର୍ଟ୍ ସ୍କ୍ରିନ୍ ମଧ୍ୟ ଦେଖିବାକୁ ପାଇବେ ଯାହା ସାହାଯ୍ୟ ରେ ଆପଣ ଦୁବାଇ ସହର ର ନକ୍ସା ଏବଂ ସୂଚନା ପାଇବା ସଙ୍ଗେ ସଙ୍ଗେ ଗଛ ତଳେ ଆରାମ କରି ନିଜ ମୋବାଇଲ ଚାର୍ଜ ମଧ୍ୟ କରିପାରିବେ ।

Like this article?

Hey! I am KJ Staff. Did you liked this article and have suggestions to improve this article? Mail me your suggestions and feedback.

Share your comments