1. ଅନ୍ୟାନ୍ୟ

କମ୍ ନିବେଶରେ ଆରମ୍ଭ କରନ୍ତୁ ଏହି ସମସ୍ତ ବ୍ୟବସାୟ !!

କୌଣସି ବ୍ୟବସାୟ ଆରମ୍ଭ କରିବା ପାଇଁ ଯେ କେବଳ ଅଧିକ ଅର୍ଥ ଦରକାର ତାହା ନୁହେଁ l ଏମିତି କିଛି ବ୍ୟବସାୟ ରହିଛି ଯାହାକୁ ଅଳ୍ପ ପଇସାରେ ମଧ୍ୟ ଆରମ୍ଭ କରାଯାଇ ପାରିବ l ବର୍ତ୍ତମାନ ସମୟରେ କମ୍ ଖର୍ଚ୍ଚରେ କିଭଳି ଅଧିକ ଲାଭ ମିଳିବ ସେଥିପାଇଁ ସେହି ଭଳି ପନ୍ଥା ସବୁକୁ ଆପଣାଇଲେଣି ବ୍ୟବସାୟୀମାନେ l

Sugyan Kumar Nayak
Sugyan Kumar Nayak

କୌଣସି ବ୍ୟବସାୟ ଆରମ୍ଭ କରିବା ପାଇଁ ଯେ କେବଳ ଅଧିକ ଅର୍ଥ ଦରକାର ତାହା ନୁହେଁ l ଏମିତି କିଛି ବ୍ୟବସାୟ ରହିଛି ଯାହାକୁ ଅଳ୍ପ ପଇସାରେ ମଧ୍ୟ ଆରମ୍ଭ କରାଯାଇ ପାରିବ l ବର୍ତ୍ତମାନ ସମୟରେ କମ୍ ଖର୍ଚ୍ଚରେ କିଭଳି ଅଧିକ ଲାଭ ମିଳିବ ସେଥିପାଇଁ ସେହି ଭଳି ପନ୍ଥା ସବୁକୁ ଆପଣାଇଲେଣି ବ୍ୟବସାୟୀମାନେ l  ଆସନ୍ତୁ ଆଜି କେତେଗୋଟି ଛୋଟ ବ୍ୟବସାୟ ବିଷୟରେ ଏଠାରେ ଆଲୋଚନା କରିବା, ଯେଉଁଗୁଡିକୁ ଅଳ୍ପ ଟଙ୍କାରେ ଆରମ୍ଭ କରାଯାଇପାରିବ l

କେବଳ ୧୦୦ ଟଙ୍କା ଖର୍ଚ୍ଚ କରି ଘରେ ଏକ ଘରୋଇ ଏନଭଲପ୍ ତିଆରି ଶିଳ୍ପ ଖୋଲିପାରିବ l ଗ୍ରୋସରୀ ଷ୍ଟୋର୍, ମେଡିକାଲ୍ ଷ୍ଟୋର୍, ହ୍ୟାଣ୍ଡକାର୍ଟ ଇତ୍ୟାଦି ସ୍ଥାନରେ ପେପର ଏନଭଲପ ବହୁଳ ଭାବରେ ବ୍ୟବହୃତ ହୁଏ l ଏହା ଆର୍ଥିକ ସ୍ଥିତିକୁ କିଛି ପରିମାଣରେ ଉନ୍ନତ କରିବାରେ ସାହାଯ୍ୟ କରିବ l 

ବିୟୁଟି ପାର୍ଲର /ସାଲୁନ-ଆଜିର ସମୟରେ ଲୋକମାନେ ନିଜକୁ ସୁନ୍ଦର ଦେଖାଯିବା ପାଇଁ ହଜାର ହଜାର ଟଙ୍କା ଖର୍ଚ୍ଚ କରନ୍ତି l ମହିଳାମାନେ ସୁନ୍ଦର ଦେଖାଯିବାକୁ ଭଲ ପାଆନ୍ତି, ସେଥିପାଇଁ ବିୟୁଟି ପାର୍ଲର ହେଉଛି ସବୁଠାରୁ ବଡ ଚାଲୁଥିବା ବ୍ୟବସାୟ l ସୌନ୍ଦର୍ଯ୍ୟ ପାର୍ଲରଗୁଡିକର ଚାହିଦା ସବୁବେଳେ ରହିଥାଏ, ବିବାହ ପାଇଁ ବରକୁ ପ୍ରସ୍ତୁତ କରିବା କିମ୍ବା ସାଧାରଣତ ମେକଅପ୍ କରିବା କଥା l  ଏହି ସମସ୍ତ କାର୍ଯ୍ୟରେ ବହୁତ ରୋଜଗାର ହୋଇପାରିବ l ନିଜ ଘରେ ଏକ ବିୟୁଟି ପାର୍ଲର ଖୋଲିପାରିବେ, ଏଥିରେ ମଧ୍ୟ ଭଲ ଟଙ୍କା ଅଛି l

ସିଲେଇ ଏମ୍ବ୍ରୋଡୋରୀ କେନ୍ଦ୍ର - ଛୋଟ ଝିଅମାନଙ୍କୁ ସିଲେଇ-ଏମ୍ବ୍ରୋଡେରୀ ଶିକ୍ଷା ଦେବା ମଧ୍ୟ ଏକ ଭଲ କାର୍ଯ୍ୟ l ଏଥିରେ ଭଲ ଟଙ୍କା ରୋଜଗାର କରିବା ସହିତ ମହିଳାମାନଙ୍କ ମଧ୍ୟରେ ଆତ୍ମନିର୍ଭରଶୀଳତା ବୃଦ୍ଧି କରିବ l

ଟିଫିନ୍ କେନ୍ଦ୍ର-ଯଦି ରୋଷେଇ ପାଇଁ ଆଗ୍ରହ ଥାଏ, ତେବେ ଘରେ ବସି ବିଭିନ୍ନ ପ୍ରକାରର ଟିଫିନ୍ ତିଆରି ମଧ୍ୟ ଆରମ୍ଭ କରିପାରିବେ l ଏହାର ମୂଲ୍ୟ କମ୍ ଏବଂ ଆପଣ ଏଥିରୁ ଭଲ ଟଙ୍କା ରୋଜଗାର କରିପାରିବେ l

Like this article?

Hey! I am Sugyan Kumar Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments