1. ଅନ୍ୟାନ୍ୟ

କ୍ଷୀର ମୂଲ୍ୟ ବୃଦ୍ଧି କଲା ସୁଧା ଡାଇରୀ !!

କେନ୍ଦ୍ର ବଜେଟ୍ ୨୦୨୧-୨୨ର ଉପସ୍ଥାପନା ପର ଠାରୁ ସାଧାରଣ ଜନତାଙ୍କୁ ଦରଦାମ ବୃଦ୍ଧିର ସମସ୍ୟା ଭୋଗୀବାକୁ ପଡୁଛି ।

Sugyan Kumar Nayak
Sugyan Kumar Nayak
Sudha Dairy

Sudha Dairy

କେନ୍ଦ୍ର ବଜେଟ୍ ୨୦୨୧-୨୨ର ଉପସ୍ଥାପନା ପର ଠାରୁ ସାଧାରଣ ଜନତାଙ୍କୁ ଦରଦାମ ବୃଦ୍ଧିର ସମସ୍ୟା ଭୋଗୀବାକୁ ପଡୁଛି । ଏହା ପୂର୍ବରୁ ପେଟ୍ରୋଲ, ଡିଜେଲ ଏବଂ ଏଲପିଜି ମୂଲ୍ୟ ବୃଦ୍ଧି ସାଧାରଣ ଜନତାକୁ ବହୁତ ବଡ ଧକ୍କା ଲାଗି ଥିଲା । ଏହା ପରେ ଏବେ ଆଉ ଏକ ଧକ୍କା ଲାଗିଲା । ବାସ୍ତବରେ, ବିହାରର ସୁଧା ଡାଇରୀ ଦୁଗ୍ଧ ଏବଂ ଦୁଗ୍ଧଜାତ ଦ୍ରବ୍ୟର ମୂଲ୍ୟ ବୃଦ୍ଧି କରିଛି ।

ସୁଧା ଡାଇରୀ କ’ଣ

ବିହାରର ସୁଧା ଡାଇରୀ ଏକ ବଡ ବ୍ରାଣ୍ଡ ଅଟେ, ଯାହା ରାଜଧାନୀ ପାଟନା ସହିତ ଆଖ ପାଖ ଜିଲ୍ଲାମାନଙ୍କରେ ଅବସ୍ଥିତ । ସୁଧା ଡାଇରୀ କ୍ଷୀରର ଚାହିଦା ପ୍ରାୟ ୩ ଲକ୍ଷ ଲିଟର ରହିଥାଏ । ମିଡିଆ ରିପୋର୍ଟ ଅନୁଯାୟୀ, ବିହାରର କ୍ଷୀର ବଜାରରେ ସୁଧା ଡାଇରୀର ଅଧିକାର ପ୍ରାୟ ୬୦ ପ୍ରତିଶତ ରହିଛି ।

ସୁଧା ଡାଇରୀର ଏକ ବଡ ନିଷ୍ପତ୍ତି

ଆପଣଙ୍କୁ ଜଣେଇ ଦେଉଛୁ ଯେ ସୁଧା ଡାଇରୀ କ୍ଷୀରର ମୂଲ୍ୟ ୨ ଟଙ୍କା ପ୍ରତି ଲିଟର ବୃଦ୍ଧି କରିଛନ୍ତି । ଏହି ନୂତନ ମୂଲ୍ୟ ୭ ଫେବୃଆରୀରୁ କାର୍ଯ୍ୟକାରୀ ହେଉଛି । ଶେଷ ଥର ପାଇଁ ନଭେମ୍ବର ୨୦୧୯ ରେ ସୁଧା ଡାଇରୀ ତାହାର ଉତ୍ପାଦନର ମୂଲ୍ୟ ବୃଦ୍ଧି କରିଥିଲା । ସୁଧା ଡାଇରୀ କହିବା ଅନୁସାରେ, ଗୋପାଳକମାନେ ବାରମ୍ବାର ମୂଲ୍ୟ ବୃଦ୍ଧି ପାଇଁ ଦାବି  କରିବାରୁ ସୁଧା ଡାଇରୀ କ୍ଷୀରର ମୂଲ୍ୟ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଥିଲେ । ଏହି ପ୍ରକାରରେ ଗୋପାଳକମାନଙ୍କୁ ଦିଆ  ଯାଉଥିବା ମୂଲ୍ୟ ୧.୩୬ ଟଙ୍କାରୁ  ୨.୪୩ ଟଙ୍କା ପ୍ରତି ଲିଟର ବୃଦ୍ଧି କରାଯାଇଛି ।

କମ୍ପାନୀ ପକ୍ଷରୁ କୁହାଯାଇଛି ଯେ ବିଭିନ୍ନ ଫ୍ୟାଟ କ୍ଷୀରର ନୂଆ ମୂଲ୍ୟ ସ୍ଥିର କରାଯାଇଛି, ଏ ସବୁର ଦେୟ ଏବେ ଗୋପାଳକମାନଙ୍କୁ ଦିଆଯିବ । ନୂତନ ମୂଲ୍ୟ ଫେବୃଆରୀ ୧୧ରୁ ଗୋରୁ ମାଲିକମାନଙ୍କୁ ମିଳିବା ଆରମ୍ଭ ହେଇଯିବ । ବର୍ତ୍ତମାନ ଗୋପାଳକମାନଙ୍କୁ ୩୦.୭୪ ଟଙ୍କା ପ୍ରତି କିଲୋରୁ ୩୯.୭୫ ଟଙ୍କା ମୂଲ୍ୟ ନିର୍ଧାରଣ ଅନୁଯାଇ ଦିଆଯିବ । ଏହା ସହିତ କ୍ଷୀରର ମୂଲ୍ୟ ୦.୫ ପ୍ରତିଶତ କମିଟି ସଚିବଙ୍କ ସର୍ତ୍ତମୂଳକ ବୃଦ୍ଧି ହୋଇଛି।

Like this article?

Hey! I am Sugyan Kumar Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments