1. ଅନ୍ୟାନ୍ୟ

ଟମାଟୋ ଅମଳ ବଢ଼ିଲା, ଦର ହ୍ରାସ ପାଇଲା !!

ବର୍ତ୍ତମାନ ଆନ୍ଧ୍ରପ୍ରଦେଶର ଟମାଟୋ ଚାଷୀମାନେ ବହୁ କ୍ଷତି ସହିବାକୁ ପଡୁଛି । ଏଠାରେ ଟମାଟୋର ହୋଲସେଲ ମୂଲ୍ୟ ହଠାତ୍ କମି ଯାଇଛି, ଯେଉଁ କାରଣରୁ ବଜାରର ସନ୍ତୁଳନ ବିଗିଡି ଯାଇଛି ।

Sugyan Kumar Nayak
Sugyan Kumar Nayak
Tomato

Tomato

ବର୍ତ୍ତମାନ ଆନ୍ଧ୍ରପ୍ରଦେଶର ଟମାଟୋ ଚାଷୀମାନେ ବହୁ କ୍ଷତି ସହିବାକୁ ପଡୁଛି । ଏଠାରେ ଟମାଟୋର ହୋଲସେଲ ମୂଲ୍ୟ ହଠାତ୍ କମି ଯାଇଛି, ଯେଉଁ କାରଣରୁ ବଜାରର ସନ୍ତୁଳନ ବିଗିଡି ଯାଇଛି ।  ସୂଚନା ଅନୁସାରେ, ରାୟଲସୀମା ଅଞ୍ଚଳରେ ଟମାଟୋର ହୋଲସେଲ ମୂଲ୍ୟ କିଲୋଗ୍ରାମ ପିଛା ୩୦ ରୁ ୭୦ ପଇସା ପର୍ଯ୍ୟନ୍ତ ହ୍ରାସ ଘଟିଛି l ଯାହା ଦ୍ୱାରା ଚାଷୀମାନେ ଟମାଟୋ ଗଦା କରି ବଜାରରେ ପହଞ୍ଚି ସ୍ଥାନୀୟ ବଜାର ଅଧିକାରୀଙ୍କ ବିରୋଧରେ ପ୍ରଦର୍ଶନ କରୁଛନ୍ତି ।

ଚାଷୀମାନଙ୍କୁ ସହିବାକୁ ପଡିଲା କ୍ଷତି

ସୂଚନାଯୋଗ୍ୟ ଯେ ରାଜ୍ୟରେ ଟମାଟୋ ମୂଲ୍ୟ ଏହି ରିତୁରେ ସର୍ବନିମ୍ନ ହୋଇଛି । ହୋଲସେଲ ବଜାରରେ ମୂଲ୍ୟ କମି ଥିବାରୁ ଚାଷୀ ଚାଷରେ ଲଗାଇଥିବା ପଇସା ମଧ୍ୟ ପାଇପାରୁ ନାହାଁନ୍ତି । ଏଠାରେ ଥିବା ଚାଷୀଙ୍କ ସହ କଥାବାର୍ତ୍ତା ହେବା ପରେ ଜାଣିବାକୁ ପାଇଲୁ ଯେ ଟମାଟୋରେ କୀଟନାଶକ, ସାର ଇତ୍ୟାଦି କିଣିବାରେ ସେମାନେ ଯେତେ ଖର୍ଚ୍ଚ କରିଛନ୍ତି, ସେତିକି ବଜାରରୁ ମଧ୍ୟ ପାଇପାରୁ ନାହାଁନ୍ତି । ଚାଷୀମାନେ କହିଲେ ଯେ ବଜାରରେ ମିଳୁଥିବା ମୂଲ୍ୟରେ  ସେ ତାଙ୍କର ଟମାଟୋର ପରିବହନ ଖର୍ଚ୍ଚ ମଧ୍ୟ ମିଳିବ ନାହିଁ l ଏପରିକି ଗାଡି ଭଡା ମଧ୍ୟ ବଜାର ମୂଲ୍ୟରୁ ବାହାରିବା କଷ୍ଟକର ଜଣାପଡୁଛି ।

ଚାହିଦା ଏବଂ ଯୋଗାଣ ମଧ୍ୟରେ ବିରାଟ ବ୍ୟବଧାନ

ବଜାର ଅଧିକାରୀମାନେ କହିଛନ୍ତି, ଯେ ଚଳିତ ବର୍ଷ ହଠାତ୍ ବଜାରକୁ ଆବଶ୍ୟକରୁ ଅଧିକ ଟମାଟୋ ଆସିଛି, ଯେଉଁ କାରଣରୁ ମୂଲ୍ୟ ହ୍ରାସ ପାଇଛି । ବଜାର ପରିଚାଳକଙ୍କ କହିଛନ୍ତି ଯେ ଡିସେମ୍ବର ଶେଷ ସପ୍ତାହରେ ଗୋଟିଏ ଗୋଟିଏ ଦିନରେ ୧୫୦ କୁଇଣ୍ଟାଲରୁ ଆଧିକ ଟମାଟୋ ବଜାରକୁ ଆସିବାକୁ ଲାଗିଲା, ଯେଉଁ କାରଣରୁ ମୂଲ୍ୟରେ ଗଡବଡ ହୋଇଗଲା । ବର୍ତ୍ତମାନ କୃଷକ ଏବଂ ବଜାର ଅଧିକାରୀମାନଙ୍କ ମଧ୍ୟରେ ବିବାଦ ତୀବ୍ର ରହିଛି ।

ବମ୍ପର ଅମଳ ତଥାପି କୃଷକମାନେ ଦୁଃଖୀ

ଆନ୍ଧ୍ରପ୍ରଦେଶରେ ଏଥର ଘୂର୍ଣ୍ଣିବଳୟ ସତ୍ତ୍ୱେ ଟମାଟୋ ଭଲ ଅମଳ ହୋଇଛି, କିନ୍ତୁ ସରକାର ତାଙ୍କ ପାଇଁ ସର୍ବନିମ୍ନ ସହାୟତା ମୂଲ୍ୟ ଉପଲବ୍ଧ ନ ଥିବାରୁ ବଜାରରେ ମନଇଛା ମୂଲଚାଲ ଚାଲିଛି । ଚାଷୀମାନେ କହିଛନ୍ତି ଯେ ଶସ୍ୟ ଫସଲରେ ସର୍ବନିମ୍ନ ସହାୟତା ମୂଲ୍ୟ ମିଳୁଛି, କିନ୍ତୁ ପନିପରିବା ଉପରେ ସର୍ବନିମ୍ନ ସହାୟତା ମୂଲ୍ୟର ବ୍ୟବସ୍ଥା ନାହିଁ । ତେବେ କେରଳରେ ବର୍ତ୍ତମାନ ସରକାର ଫଳ ଓ ପନିପରିବା ଉପରେ ସର୍ବନିମ୍ନ ସହାୟତା ମୂଲ୍ୟ ପ୍ରଦାନ କରୁଛନ୍ତି l

Like this article?

Hey! I am Sugyan Kumar Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments