1. ଅନ୍ୟାନ୍ୟ

ଫଣି ରେ ନଷ୍ଟ ହୋଇଥିବା ଗଛ ଯୋଗାଇବ କାଠ

ଫଣି ରେ ନଷ୍ଟ ହୋଇଥିବା ଗଛ ଯୋଗାଇବ କାଠ

KJ Staff
KJ Staff
ବାଲୁଖଣ୍ଡ ଅଭୟାରଣ୍ୟ ରେ ଫଣି ରେ କ୍ଷତିଗ୍ରସ୍ତ ହୋଇଥିବା ଲକ୍ଷାଧିକ ଗଛ ରୁ ମିଳିଥିବା କାଠ ଖୁବ ଶୀଘ୍ର କାର୍ଯ୍ୟକାରୀ ହେବାକୁ ଯାଉଛି |ନଷ୍ଟ ହୋଇଥିବା ସମସ୍ତ ଗଛ ର କାଠ ଶ୍ରୀଜୀୟୁଙ୍କ ରୋଷେଇଶାଳ ଏବଂ ସ୍ୱର୍ଗଦ୍ୱାର ରେ ଶବ ଦାହ କରିବା ଲାଗି ବ୍ୟବହାର କରାଯିବ ବୋଲି ଶୁକ୍ରବାର ଅରଣ୍ୟ ଓ ପରିବେଶ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି | ଏନେଇ ଗଠନ କରାଯାଇଥିବା ଏକ ବିଶେଷ କମିଟି ର ଅଧ୍ୟକ୍ଷ ଭାବେ ଯୋଗ ଦେଇଥିଲେ ଅରଣ୍ୟ ଓ ପରିବେଶ ମନ୍ତ୍ରୀ ଶ୍ରୀଯୁକ୍ତ ବିକ୍ରମ କେଶରୀ ଆଋଖା| ମେ ମାସ ର ଏହି ପ୍ରାକୃତିକ ବିପଦ ରେ ପ୍ରାଣ ହରାଇଥିବା ହାରାହାରି ୨୦ ଲକ୍ଷ ଗଛ ମଧ୍ୟମରୁ ମାତ୍ର ୨ ଲକ୍ଷ ଗଛ କୁ ସଫା କରାଯାଇଛି ବୋଲି ମତ ଦେଇଥିଲେ ଶ୍ରୀଯୁକ୍ତ ଆଋଖା |

ତେଣୁ ଏନେଇ ବାଲୁଖଣ୍ଡ ଅବୟାରଣ୍ୟ ରେ ପଡି ରହିଥିବା ଲକ୍ଷାଧିକ ବୃକ୍ଷମାଳା ଙ୍କୁ ସଫା ନ କରିବା ଦ୍ୱାରା ସେଠାକାର ବାସିନ୍ଦା ହରିଣ ମାନେ ବେଶ ପ୍ରଭାବିତ ହେଉଥିବେ ଏବଂ ଏହା ସହ ଗ୍ରୀଷ୍ମ ଋତୁ ରେ ଏଥି ଯୋଗୁ ଭୀଷଣ ଅଗ୍ନି କାଣ୍ଡ ର ଆଶଙ୍କା ମଧ୍ୟ ରହିଥିବାରୁ ,ଏହି ଗଛ ଗୁଡିକ କୁ ଯଥାସମ୍ଭବ କାଟି ସଫା କରାଯିବ |
ଶ୍ରୀଯୁକ୍ତ ଆଋଖା ମତ ଦେଇଛନ୍ତି ଯେ ଏହି କାଠ ଗଣ୍ଡି କୁ ୨୮ ଟି ପରିବେଶ ସୁରକ୍ଷା କମିଟି କୁ ଦିଆଯିବ ଯାହା ଫଳରେ ଗ୍ରାମାଞ୍ଚଳ ରେ ଏହାକୁ ଦୈନଦିନ କାର୍ଯ୍ୟ ରେ ବ୍ୟବହାର କରାଯାଇପାରିବ |

ଏହା ବ୍ୟତୀତ ବଳକା କାଠ କୁ ଶ୍ରୀଜୀୟୁଙ୍କ ରାନ୍ଧଶାଳା ରେ ନିଯୁକ୍ତ କରାଇବା ସହ ସ୍ୱର୍ଗଦ୍ୱାର ରେ ମଧ୍ୟ ଏହା ବେଶ କାର୍ଯ୍ୟକାରୀ ହେବ |ଏହା ସହ ଗଛ କାଟି ସଫା କରିବା ଲାଗି ଆବଶ୍ୟକ ଧାନ ରାଶି ଶ୍ରୀଜୀୟୁ ଙ୍କ ମନ୍ଦିର ପ୍ରସନ ଦ୍ୱାରା ବହନ କରାଯିବ ଏବଂ ହାରାହାରି ୧୫ ଲକ୍ଷ କୁଇଣ୍ଟାଲ ର କାଠ ମନ୍ଦିର ଏବଂ ସ୍ୱର୍ଗଦ୍ୱାର କୁ ଦିଆଯିବ ବୋଲି ସେ ଉଲ୍ଲେଖ କରିଥିଲେ |
ଏଥି ସହ ନନ୍ଦନକାନନ ରେ ମଧ୍ୟ ୬୨୪ ଲମ୍ବା ର ରୋପ-ୱେ ଲାଗି କେତୋଟି ଗଛ କାଟିବାର ଯୋଜନା କରାଯାଉଛି

Like this article?

Hey! I am KJ Staff. Did you liked this article and have suggestions to improve this article? Mail me your suggestions and feedback.

Share your comments