1. ଅନ୍ୟାନ୍ୟ

Tribal Fair 2024; ରାଜଧାନୀରେ ଝଲସିବ ଜନଜାତିଙ୍କ ଜୀବନଶୈଳୀ

ଅନୁଷ୍ଠିତ ହେବ ଆଦିବାସୀ ମେଳା ୨୦୨୪ l ୧୧ ଦିନ ଧରି ଚାଲିବାକୁ ଥିବା ଏହି ମେଳାରେ ପ୍ରଦର୍ଶିତ ହେବ ଆଦିବାସୀ ଜନଜାତିଙ୍କ ଜୀବନଶୈଳୀ l

Tanushree Mahapatra
Tanushree Mahapatra
tribal fair to be held from 26th january in Bhubaneswar

tribal fair to be held from 26th january in Bhubaneswar

ଚଳିତ ମାସ ରାଜଧାନୀରେ ଝଲସିବ ଆଦିବାସୀଙ୍କ ଜୀବନଶୈଳୀ l ଆଦିବାସୀ ମେଳା ନାମରେ ଅନୁଷ୍ଠିତ ହେବାକୁ ଯାଉଛି ଏକ ମେଳା ଯାହା ସରକାରଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ହେବ l ପ୍ରତିଥର ସରକାର ଏହି ଆଦବାସୀ ଜନତାଙ୍କୁ ଏକ ମଉକା ପ୍ରଦାନ କରିଥାନ୍ତି ତାଙ୍କ ଜୀବନଶୈଳୀ ପ୍ରଦର୍ଶନ କରିବାକୁ l ଏହି ମେଳା ଦେଖିବାକୁ ଆସିଥାନ୍ତି ହଜାର ହଜାର ଲୋକ l କେବଳ ଜୀବନଶୈଳୀ ନୁହେଁ ତାଙ୍କ ଦ୍ୱାରା ବ୍ୟବହାର ହେଉଥିବା ଖାଦ୍ୟ ଏବଂ ଘର ବ୍ୟବହାର ଜିନିଷ ମଧ୍ୟ ପ୍ରଦର୍ଶିତ ହୋଇଥାଏ l ତେବେ ପୁଣିଥରେ ଏହା ଆୟୋଜିତ ହେବାକୁ ଯାଉଛି l

ଚଳିତ ମାସ ୨୬ ତାରିଖରୁ ଅନୁଷ୍ଠିତ ହେବ ‘ରାଜ୍ୟସ୍ତରୀୟ ଆଦିବାସୀ ମେଳା-୨୦୨୪’ । ଏହା ୟୁନିଟ୍‌‌-୧ ଆଦିବାସୀ ପଡ଼ିଆରେ ଅନୁଷ୍ଠିତ ହେବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ମେଳାକୁ ଉଦ୍‌‌ଘାଟନ କରିବା ନେଇ ରହିଛି କାର୍ଯ୍ୟକ୍ରମ । ଏଥିସହ ତାଙ୍କ ସହିତ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ରହିବେ । ଆଦିବାସୀ ମେଳା ପ୍ରସ୍ତୁତି କାର୍ଯ୍ୟ ଶେଷପର୍ଯ୍ୟାୟରେ ପହଞ୍ଚିଛି । ଚଳିତବର୍ଷ ମେଳା ପରିସରରେ ସର୍ବମୋଟ ୧୦୭ ଟି ଷ୍ଟଲ୍‌‌ରେ ଜନଜାତିଙ୍କ ବିଭିନ୍ନ କାରିଗରୀ ଓ ହସ୍ତଶିଳ୍ପ ସାମଗ୍ରୀ ପ୍ରଦର୍ଶିତ ହେବାର କାର୍ଯ୍ୟକ୍ରମ ରହିଛି l କେବଳ ଏତିକି ନୁହେଁ ସେ ସାମଗ୍ରୀ ବିକ୍ରିବଟା ପାଇଁ ମଧ୍ୟ ବ୍ୟବସ୍ଥା ହୋଇଛି । ଏହା ସହ ୧୦ଟି ଆଦିବାସୀ ଗ୍ରାମରେ ଝଲସିବ ଜନଜାତିଙ୍କ ଜୀବନଶୈଳୀ ଯାହା ଦେଖିବାକୁ ଖୁବ ଆକର୍ଷଣୀୟ । ଏଥିରେ ଜନଜାତି ସ୍ୱୟଂ ସହାୟକ ଗୋଷ୍ଠୀ ପ୍ରକୋଷ୍ଠ, ଆଦିବାସୀ ହାଟ, ଆଦିବାସୀ କଳା ସାମଗ୍ରୀ, ଖାଦ୍ୟ ବଜାର ମେଳାର ମୁଖ୍ୟ ଆକର୍ଷଣ ପାଲଟିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି ।

ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ବସବାସ କରୁଥିବା ପାଖାପାଖି ୬୨ ଶ୍ରେଣୀର ଆଦିବାସୀବର୍ଗଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବା ହେଉଛି ଏହି ମେଳାର ଲକ୍ଷ୍ୟ l ତେଣୁ ଏଥିପାଇଁ ପ୍ରତିବର୍ଷ ରାଜଧାନୀ ଭୁବନେଶ୍ୱରରେ ‘ଆଦିବାସୀ ମେଳା’ ଆୟୋଜନ କରାଯାଇଥାଏ ରାଜ୍ୟ ସରକାରଙ୍କ ଦ୍ୱାରା । ଆଦିବାସୀମାନଙ୍କର ହସ୍ତଶିଳ୍ପ, କଳାକୃତି, କୃଷିଜାତ ସାମଗ୍ରୀ ଏବଂ ସେମାନଙ୍କ ଦ୍ୱାରା ଜଙ୍ଗଲରୁ ସଂଗୃହୀତ ଦ୍ରବ୍ୟ ଗୁଡ଼ିକ ପ୍ରଦର୍ଶିତ କରାଇବା ଏବଂ ସେସବୁ ସାମଗ୍ରୀ ବିକ୍ରି କରାଯିବା ନିମନ୍ତେ ଏକ ବଜାର ସୃଷ୍ଟି କରିବା ହେଉଛି ମେଳାର ମୁଖ୍ୟ ଉଦ୍ଦେଶ୍ୟ । ସେହିପରି ଜନଜାତି ବର୍ଗଙ୍କ ସଂସ୍କୃତି, ନୃତ୍ୟ, ସଙ୍ଗୀତ ଓ ଜୀବନଯାପନ ଶୈଳୀକୁ ଲୋକଙ୍କ ସହିତ ପରିଚିତ କରାଇବା ମଧ୍ୟ ହେଉଛି ଆଉ ଏକ ମୂଳ ଲକ୍ଷ୍ୟ । କାରଣ ଏ ସବୁ ଜୀବନ୍ତ ଥିବା ଭଳି ଲାଗେ l ପ୍ରତିଟି ଜିନିଷ ଖୁବ ସୁନ୍ଦର ଏବଂ ଆକର୍ଷଣୀୟ l ଉଚିତ ବଜାର ଦେବା ଏବଂ ଆଦିବାସୀଙ୍କୁ ବଜାର ବିଷୟରେ ଜଣାଇବା ପାଇଁ ଏ ହେଉଛି ସରକାରଙ୍କ ପ୍ରଚେଷ୍ଟା l

ଏହି ମେଳାରେ ରାଜ୍ୟର ବିଭିନ୍ନ ଜିଲ୍ଲାର ସ୍ଥାନରୁ ଅନେକ ଜାତି , ଜନଜାତିର ଲୋକ ଅଂଶଗ୍ରହଣ କରିଥାନ୍ତି  । ମେଳାରେ ଆଦିବାସୀ ସଂପ୍ରଦାୟର ଓ ପରମ୍ପରା ସହ ଜଡ଼ିତ ଥିବା ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଲୋକଙ୍କ ମନ ମୋହିବ ବୋଲି ଆଶା କରାଯାଉଛି । ଲୋକେ ମଧ୍ୟ ଏହି ମେଳା ପ୍ରତି ଆକର୍ଷିତ ହୋଇଥାନ୍ତି l ଏକ ବଜାର ସୃଷ୍ଟି କରିବା ମେଳାର ମୁଖ୍ୟ ଉଦ୍ଦେଶ୍ୟ । ଓଡ଼ିଶା ସରକାରଙ୍କ ଦ୍ୱାରା ଅନୁସୂଚିତ ଜନଜାତି ଉନ୍ନୟନ ବିଭାଗ ପୃଷ୍ଠପୋଷକତାରେ ଏହି ମେଳା ଅନୁଷ୍ଠିତ ହୋଇଆସୁଛି ପ୍ରତିବର୍ଷ ।

ତେବେ ଚଳିତ ବର୍ଷ ମେଳା ଜାନୁଆରୀ ୨୬ ତାରିଖରୁ ଫେବୃଆରୀ ୫ତାରିଖ ପର୍ଯ୍ୟନ୍ତ ୧୧ଦିନ ଧରି ଚାଲିବ। ଅପରାହ୍ଣ ୨ଟାରୁ ରାତି ୧୦ ଟା ପର୍ଯ୍ୟନ୍ତ ସର୍ବସାଧାରଣଙ୍କ ନିମନ୍ତେ ଖୋଲା ରହିବ ଏହି ମେଳା । ସୂଚନା ଅନୁଯାୟୀ ୧୯୫୧ ମସିହାରୁ ଏହି ମେଳା କଟକରେ ଅନୁଷ୍ଠିତ ହେଉଥିବାବେଳେ ୧୯୫୪ ମସିହାରେ ଏହି ମେଳା ଭୁବନେଶ୍ୱରକୁ ସ୍ଥାନାନ୍ତର ହୋଇଥିଲା । ସେହିଦିନଠାରୁ ପ୍ରତିବର୍ଷ ଏହି ମେଳା ରାଜ୍ୟ ରାଜଧାନୀ ଭୁବନେଶ୍ୱରଠାରେ ଆୟୋଜିତ ହୋଇଥାଏ l ଏହି ୧୧ ଦିନିଆ ଆଦିବାସୀ ମେଳା ୨୦୨୪ ପାଇଁ  ଆଦିବାସୀ ପଡିଆରେ ପ୍ରସ୍ତୁତି ଜୋରସୋରରେ ଆଗେଇ ଚାଲିଥିବା ଦେଖିବାକୁ ମିଳିଛି । ସହରୀ ପରିବେଶରେ ଜମିବ ଗାଁର ଆସର ଯାହା ଖୁବ ସୁନ୍ଦର । ଆୟୋଜିତ ଏହି ମେଳାରେ ସ୍ମାର୍ଟ ସିଟିରୁ ମିଳିବ ଏକ ପ୍ରକାର ଗାଁ ମାଟିର ବାସ୍ନା । ମାଟି ପଲମର ଚକୁଳି ଠାରୁ ଆରମ୍ଭ କରି  କାଠ ଚୁଲି ତିଆରି ମଣ୍ଡା ଆରିସା ଏବଂ କନ୍ଧମାଳ ହଳଦୀର ବାସ୍ନା ସବୁକିଛି ଦେଖିବାକୁ ମିଳିବ ଏଠାରେ  । ସ୍ମାର୍ଟସିଟିରେ ସୃଷ୍ଟି ହେବ ଏକ ପ୍ରକାର ଗାଁର ପରିବେଶ ।

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments