1. ଅନ୍ୟାନ୍ୟ

ଏହାକୁ ପଢିଲା ପରେ କେବେ ଫପାଡ଼ିବେ ନାହିଁ ଅରେଞ୍ଜ ଚୋପା !

ଏହାକୁ ପଢିଲା ପରେ କେବେ ଫପାଡ଼ିବେ ନାହିଁ ଅରେଞ୍ଜ ଚୋପା !

KJ Staff
KJ Staff

ଅରେଞ୍ଜ ଖାଇଲା ପରେ ତାର ଚୋପା କୁ ଫିଙ୍ଗିବା ସ୍ୱାଭାବିକ କିନ୍ତୁ ଆପଣ ଜାଣନ୍ତି କି ଏହାର ସ୍ୱାଦ ହାଲ୍କା ପିତା ହୋଇଥିଲେ ମଧ୍ୟ ଏହା ମଧୁର ବାସ୍ନା କୁ ଆପଣ ବିଭିନ୍ନ ଭାବେ ବ୍ୟବହାର କରିପାରିବେ |
ସ୍ୱାସ୍ଥ୍ୟ ବୈଜ୍ଞାନିକ ଙ୍କ ଅନୁଯାୟୀ ଏହା ଚୋପା ସମ୍ପୂର୍ଣ ଅରେଞ୍ଜ ଫଳ ଠାରୁ ମଧ୍ୟ ଅଧିକ ସ୍ୱାସ୍ଥ୍ୟକର |ଏଥିରେ ଫ୍ଲାବେନଏଡ ଏବଂ ଫାଇଟୋ କେମିକାଲ ମାତ୍ରା ବେଶ ଅଧିକ ରହିଥାଏ ଟେବୁ ଏହାର ସ୍ୱାସ୍ଥ୍ୟ ପ୍ରତି ବେଶ ଅଧିକ ପ୍ରଭାବ ରହିଛି |

ଚୋପା ରେ ବିଭିନ୍ନ ଭିଟାମିନ ଏବଂ କ୍ୟାଳିଚିଆମ ମଧ୍ୟ ଭରି ରହିଛି |

ଜାଣନ୍ତୁ ଏହାକୁ କିପରି କରିବେ ବ୍ୟବହାର :

୧)ଘରେ ସୁଗନ୍ଧିତ କରିବ ଲାଗି :

ଅରେଞ୍ଜ ଚୋପା ରେ ଥିବା ବାସ୍ନା ଲାଗି କେମିକାଲ କୁ ଆପଣ ଏହି ଦିଗରେ ବ୍ୟବହାର କରିପାରିବେ |ଏହା ବ୍ୟତୀତ ଏହା ଦ୍ୱାରା ଘରେ ଥିବା ବହୁ ପ୍ରକାର ମାଛି ମଧ୍ୟ ଦୁରେଇ ଯାଇଥାନ୍ତି |
ଅଳ୍ପ ଅରେଞ୍ଜ ଚୋପା କୁ ଫୁଟୁଥିବା ପାଣି ରେ ପକାନ୍ତୁ |ଏହାପରେ ଏହାକୁ ଛାଣି ଏକ ବୋତଲ ରେ ପୁରାଇ ରୁମ ଫ୍ରେଶନର ପରି ସ୍ପ୍ରେ କରିପାରିବେ |

୨)ଫ୍ରୀଜ ର ସୁଗନ୍ଧ ଲାଗି :

ଯଦି ଫ୍ରିଜ ରୁ କୌଣସି ପ୍ରକାର ଦୁର୍ଗନ୍ଧ ଆସୁଥାଏ ତେବେ କିଛି ଅରେଞ୍ଜ ଚୋପା ର ବ୍ୟବହାର କରନ୍ତୁ |ଏହା ତୁରନ୍ତ ଆପଣଙ୍କ ଫ୍ରିଜ ରୁ ଦୁର୍ଗନ୍ଧ ଦୂର କରିଥାଏ |

 

୩)ଷ୍ଟିଲ ବା କାଠ ର ଚମକ ଲାଗି :

ଅରେଞ୍ଜ ଚୋପା ରେ ଷ୍ଟିଲ ବା କାଠ କୁ ଘଷି ସଫା କରିପାରିବେ |ଅଧିକ ଚମକ ଲାଗି ବ୍ୟବହାର କରନ୍ତୁ ଭିନେଗାର |

୪)ଆଲମିରାହ ବା କପବୋର୍ଡ ରେ :

ଫ୍ରିଜ ପରି ଅରେଞ୍ଜ ର ଚୋପାକୁ ଆପଣ କପବୋର୍ଡ ରେ ରଖି ମଧ୍ୟ ଫରକ ଦେଖିପାରିବେ \

୫)କେଶ ଲାଗି :

ଘରୋଇ କେଶ ଉପଚାର ଲାଗି ଅରେଞ୍ଜ ଚୋପା ସବୁଠାରୁ ଉତ୍ତମ |ଅରେଞ୍ଜ କୁ ଚୋପା ସହ ଗ୍ରାଇଣ୍ଡର ରେ ବାଟି ଦିଅନ୍ତୁ ଏବଂ ଏହାକୁ ସମ୍ପୂର୍ଣ କେଶ ରେ ଲଗାଇ ୪୦ ମିନିଟ ପର୍ଯ୍ୟନ୍ତ ରଖନ୍ତୁ |ପରେ ଏହାକୁ ଥଣ୍ଡା ପାଣି ରେ ଧୋଇ ଦିଅନ୍ତୁ |କେଶ ସୁନ୍ଦର,ଲମ୍ୱା ଓ ଶୁଂଗନ୍ଧିତ ହୋଇଥାଏ |

୬)ପୋକ କୀଟ ଠାରୁ ରୁହନ୍ତୁ ଦୁରେଇ :

ଅରେଞ୍ଜ ଚୋପା କୁ ଖଣ୍ଡ ଖଣ୍ଡ କରି କବାଟ ବା ଝରକା ପାଖରେ ରଖନ୍ତୁ |ଏହା କେବଳ ଅନ୍ୟ ପୋକ ନୁହେଁ ବରଂ ମାସ ମାନଙ୍କ ଠାରୁ ମଧ୍ୟ ରକ୍ଷା ଦେଇଥାଏ |

୭)ବନଫାୟାର ରେ :

ନୂଆ ବର୍ଷା ବା ହୋଲିକା ଦହନ ରେ ଏହି ବନଫାୟାର ଲଗା ଯାଇଥାଏ |ସେଥିରେ ମଧ୍ୟ ଅରେଞ୍ଜ ଚୋପା ର ସାହାଯ୍ୟ ନେଇପାରିବେ କାରଣ ଏଥିରେ ଥିବା ପ୍ରାକୃତିକ ତେଲ ନିଆଁ ଲଗାଇବା ଏବଂ ଧୀରେ ଧୀରେ ଜଳିବାରେ ରେ ସାହାଯ୍ୟ କରିଥାଏ |

୮)ଚା ରେ ମିଶାନ୍ତୁ :

ଅରେଞ୍ଜ ଚୋପା କୁ ଚା ରେ ବିଶେଷ ଭାବେ ବ୍ୟବହାର କରିପାରିବେ |ସଦ୍ୟ ଅରେଞ୍ଜ ଚୋପା କୁ ପାଣି ରେ ୫ ମିନିଟ ଲାଗି ଫୁଟାନ୍ତୁ |ଏହା ପରେ ଏହାକୁ ଥଣ୍ଡା ହେବାକୁ ୧ ଘଣ୍ଟା ଲାଗି ଛାଡ଼ିଦିଅନ୍ତୁ |ଏହାକୁ ଛାଣି ଚା ପରି ବ୍ୟବହାର କରିପାରିବେ |

 

Like this article?

Hey! I am KJ Staff. Did you liked this article and have suggestions to improve this article? Mail me your suggestions and feedback.

Share your comments