1. ଅନ୍ୟାନ୍ୟ

ରୋଜଗାର ମେଳାରେ ବଣ୍ଟାହେବ ୫୧ହଜାର ନିଯୁକ୍ତିପତ୍ର

ରୋଜଗାର ମେଳା ଅଧୀନରେ ପ୍ରଧାନମନ୍ତ୍ରୀ ଅକ୍ଟୋବର ୨୮ତାରିଖ ଦିନ ବିଭିନ୍ନ ସରକାରୀ ବିଭାଗ ଓ ସଂଗଠନରେ ନିଯୁକ୍ତି ପାଇଥିବା ୫୧ହଜାର ନବନିଯୁକ୍ତଙ୍କୁ ବଣ୍ଟନ କରିବେ ନିଯୁକ୍ତିପତ୍ର l ପ୍ରଧାନମନ୍ତ୍ରୀଙ୍କ ନିଯୁକ୍ତି ସୁଯୋଗ ସୃଷ୍ଟି ଅଙ୍ଗୀକାରବଦ୍ଧତା ସାକାର କରିବା ପାଇଁ ନିଯୁକ୍ତି ମେଳା ଏକ ପଦକ୍ଷେପ l

Tanushree Mahapatra
Tanushree Mahapatra
Under Rozgar Mela, PM to distribute 51,000 appointment , image source - pexels.com

Under Rozgar Mela, PM to distribute 51,000 appointment , image source - pexels.com

ରୋଜଗାର ମେଳା ଅଧୀନରେ ପ୍ରଧାନମନ୍ତ୍ରୀ ଅକ୍ଟୋବର ୨୮ତାରିଖ ଦିନ ବିଭିନ୍ନ ସରକାରୀ ବିଭାଗ ଓ ସଂଗଠନରେ ନିଯୁକ୍ତି ପାଇଥିବା ୫୧ହଜାର ନବନିଯୁକ୍ତଙ୍କୁ ବଣ୍ଟନ କରିବେ ନିଯୁକ୍ତିପତ୍ର l ପ୍ରଧାନମନ୍ତ୍ରୀଙ୍କ ନିଯୁକ୍ତି ସୁଯୋଗ ସୃଷ୍ଟି ଅଙ୍ଗୀକାରବଦ୍ଧତା ସାକାର କରିବା ପାଇଁ ନିଯୁକ୍ତି ମେଳା ଏକ ପଦକ୍ଷେପ l ନବନିଯୁକ୍ତଗଣ ମଧ୍ୟ ନିଜକୁ କର୍ମଯୋଗୀ ପ୍ରାରମ୍ଭ ଅନ୍‌ଲାଇନ ମୋଡୁଲ ଦ୍ୱାରା ତାଲିମପ୍ରାପ୍ତ କରାଇବେ l

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଗାମୀ ଅକ୍ଟୋବର ୨୮ତାରିଖ ଅପରାହ୍ନ ଗୋଟାଏ ବେଳେ ୫୧ହଜାରରୁ ଅଧିକ ନିଯୁକ୍ତିପତ୍ର ନବନିଯୁକ୍ତମାନଙ୍କୁ ଆଭାସୀ ମାଧ୍ୟମରେ ବଣ୍ଟନ କରିବେ । ଏହି ଅବସରରେ ପ୍ରଧାନମନ୍ତ୍ରୀ ମଧ୍ୟ ନିଜର ଅଭିଭାଷଣ ରଖିବେ ।

ଦେଶରେ ୩୭ଟି ସ୍ଥାନରେ ରୋଜଗାର ମେଳା ଅନୁଷ୍ଠିତ ହେବ । ଏହି ନିଯୁକ୍ତି  ସରକାରଙ୍କ ବିଭିନ୍ନ ବିଭାଗରେ ହେଉଥିବାବେଳେ, ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ସରକାରମାନେ ମଧ୍ୟ ଏହି ପଦକ୍ଷେପରେ ସହାୟତା କରୁଛନ୍ତି । ଏହି ନବନିଯୁକ୍ତ ଗଣ ଦେଶବ୍ୟାପୀ ସରକାରଙ୍କ ବିଭିନ୍ନ ମନ୍ତ୍ରଣାଳୟ ଓ ବିଭାଗରେ ଯୋଗଦେବେ ।  ସେଗୁଡିକ ମଧ୍ୟରେ ରେଳ ମନ୍ତ୍ରଣାଳୟ, ଡାକବିଭାଗ, ଗୃହ ମନ୍ତ୍ରଣାଳୟ, ରାଜସ୍ୱ ବିଭାଗ, ଉଚ୍ଚ ଶିକ୍ଷା ବିଭାଗ, ଗଣଶିକ୍ଷା ବିଭାଗ ଓ ସାକ୍ଷରତା, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଇତ୍ୟାଦି ଅନ୍ତର୍ଭୁକ୍ତ ।

ନିଯୁକ୍ତି ସୁଯୋଗକୁ ଅଗ୍ରାଧିକାର ଦେଇଥିବା ପ୍ରଧାନମନ୍ତ୍ରୀଙ୍କ ଅଙ୍ଗୀକାରବଦ୍ଧତାକୁ ସାକାର କରିବା ପାଇଁ ରୋଜଗାର ମେଳା ଏକ ପଦକ୍ଷେପ । ଆଗକୁ ରୋଜଗାର ସୃଷ୍ଟି ନିମନ୍ତେ ରୋଜଗାର ମେଳା ଏକ ଉତ୍‌ପ୍ରେରକ  ଭାବେ କାର୍ଯ୍ୟ କରିବା ସହ ଯୁବଗୋଷ୍ଠୀକୁ ସଶକ୍ତ କରିବ ଓ ଜାତୀୟ ବିକାଶରେ ସାମିଲ କରିବା ପାଇଁ ମଧ୍ୟ ସୁଯୋଗ ଦେବ ।

ନବନିଯୁକ୍ତଗଣ ମଧ୍ୟ ଅନଲାଇନ୍ ମୋଡୁଲ କର୍ମଯୋଗୀ ପ୍ରାରମ୍ଭ ଜରିଆରେ ନିଯୁ୍‌କ୍ତି ତାଲିମ ପ୍ରାପ୍ତ କରିପାରିବେ । iGOT କର୍ମଯୋଗୀ ପୋର୍ଟାଲ ଜରିଆରେ ୭୫୦ରୁ ଊର୍ଦ୍ଧ୍ୱ ଇ-ଶୈକ୍ଷିକ ପାଠ୍ୟକ୍ରମ ଉପଲବ୍ଧ ହେଉଛି ।

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments