1. ଅନ୍ୟାନ୍ୟ

ଆପଣଙ୍କ ମୋବାଇଲ ଫୋନ ରେ ଅକାମି ହୋଇପାରେ ୱାଟସଆପ !

ଆପଣଙ୍କ ମୋବାଇଲ ଫୋନେ ରେ ଅକାମି ହୋଇପାରେ ୱାଟସଆପ !

KJ Staff
KJ Staff


ବିଶ୍ୱ ବ୍ୟାପି ବହୁତ ଗୁଡ଼େ ସ୍ମାର୍ଟ ଫୋନ ରେ ଆଉ ଚାଲିବ ନାହିଁ ୱାଟସଆପ କାରଣ ସେହି ସମସ୍ତ ଫୋନ ରେ ବ୍ୟବହୃତ ସଫ୍ଟୱେଆର କୁ ସପୋର୍ଟ କରିବା ବନ୍ଦ କରିଦେବ ୱାଟସଆପ |

ଜାଣନ୍ତୁ ଆପଣଙ୍କ ଫୋନ ସେଥିରେ ସାମିଲ ଅଛି ନା ନାହିଁ ?


ବିଶେଷ କରି ସମସ୍ତ ଵୀଣ୍ଡସ ଫୋନ ରେ ଚଳିତ ବର୍ଷ ଡ଼ିସେମ୍ବର ୩୧ ପରେ ୱାଟସଆପ ଅକାମି ହୋଇଯିବ |ତେଣୁ ଏହି ଓ.ଏସ ଥିବା ଫୋନ ବ୍ୟବହାର କରୁଥିବା ବ୍ୟକ୍ତି ମାନେ ଜାନୁଆରୀ ୨୦୨୦ ରୁ ୱାଟସଆପ ବ୍ୟବହାର କରିପାରିବେ ନାହିଁ |

ସେହିପରି ଆଗାମୀ ୨ ମାସ ମଧ୍ୟରେ ଏହା ଅନ୍ୟ କେତେକ ଫୋନ ରେ ମଧ୍ୟ ଅକାମି ହୋଇଯିବ |ଏଥି ମଧ୍ୟରେ ଆପେଲ ଦ୍ୱାରା ନିର୍ମିତ ଆଇଫୋନ ର କେତେକ ଭର୍ଶନ ଯଥା ଆଇ.ଓଏସ ୮ କିମ୍ବା ଏହା ଠାରୁ କାମ ଥିବା ଫୋନ ରେ ୱାଟସଆପ କାମ କରିବା ନାହିଁ |ସେହିପରି ଆଣ୍ଡ୍ରଏଡ଼ ବ୍ୟବହାର କରୁଥିବା ବ୍ୟକ୍ତି ଙ୍କ ମୋବାଇଲ ରେ ଯଦି ଆଣ୍ଡ୍ରଏଡ଼ ୨.୩.୭ ବା ତା ଠାରୁ କମ ଥାଏ ତେବେ ମଧ୍ୟରେ ଏଥିରେ ଫେବୃଆରୀ ଠାରୁ ୱାଟସଆପ ଅକାମି ହୋଇଯିବ ବୋଲି ସୂଚନା ଦେଇଛି ଫେସବୁକ |

 

ଏହି ସମସ୍ତ ଫୋନ ବ୍ୟବହାର କରୁଥିବା ବ୍ୟକ୍ତି ଏବେ ଠାରୁ ହିଁ ନୂତନ ଆକାଉଣ୍ଟ ମଧ୍ୟ ତିଆରି କରିପାରୁନାହାନ୍ତି |
ଚଳିତ ମାସ ଠାରୁ ହିଁ ଵୀଣ୍ଡସ ଫୋନ ରେ ଏହା କାର୍ଯ୍ୟକାରୀ ହେବା ବନ୍ଦ ହୋଇଯିବ |

କିପରି ଜାଣିବେ ଆପଣଙ୍କ ଫୋନ ର ଭର୍ଶନ ?


ନିଜ ଫୋନ ରେ " ସେଟିଙ୍ଗସ "settings " କୁ ଯାଇ ସେହି ତାଲିକା ରେ "ଏବାଉଟ ଫୋନ "about phone " ର ଅପସନ କୁ ଖୋଜନ୍ତୁ |ଏଥିରେ ଆପଣ ଫୋନ ର ବିବରଣୀ ସହ ନିଜ ଫୋନ ରେ ବ୍ୟବହୃତ ଭର୍ଶନ ଜାଣିପାରିବେ |
ଆପେଲ ର ଇଫୋନ ବ୍ୟବହାର କରୁଥିଲେ ନିଜ ଫୋନ ର ସେଟ୍ଟିଙ୍ଗସ"settings " କୁ ଗଲା ପରେ ତାଲିକା ରେ ଜେନେରାଲ "general " ଅପସନ କୁ ଯାଆନ୍ତୁ,ସେଠାରେ ନିଜ ଫୋନ ର ଓଏସ ଭର୍ଶନ ଦେଖିବାକୁ ପାଇବେ |

 

Like this article?

Hey! I am KJ Staff. Did you liked this article and have suggestions to improve this article? Mail me your suggestions and feedback.

Share your comments