1. ଅନ୍ୟାନ୍ୟ

ବୁଣାକାର, ଚାଷୀ ଓ ଜନପ୍ରତିନିଧିଙ୍କ ପାଇଁ କାର୍ଯ୍ୟ କରିବ: IIM

ସମ୍ବଲପୁର ଆଇଆଇଏମ କ୍ୟାମ୍ପସ ପରିଦର୍ଶନ ସହ ବୃକ୍ଷରୋପଣ କଲେ କେନ୍ଦ୍ରମନ୍ତ୍ରୀ l ବୁଣାକାର, ଚାଷୀ ଓ ଜନପ୍ରତିନିଧିଙ୍କ କାପାସିଟି ବିଲଡିଂ ବଢାଇବା ପାଇଁ କାର୍ଯ୍ୟ କରିବ ଆଇଆଇଏମ -ଧର୍ମେନ୍ଦ୍ର ପ୍ରଧାନ l ବୃକ୍ଷରୋପଣ କାର୍ଯ୍ୟକ୍ରମରେ ସାମିଲ ହେଲେ ଆଇଆଇଏମର ଛାତ୍ରଛାତ୍ରୀ ଓ ପ୍ରାଧ୍ୟାପକଙ୍କ ସହ ସୈନିକ ସ୍କୁଲ, ନବଦୋୟ ବିଦ୍ୟାଳୟ ଓ ଆଦର୍ଶ ବିଦ୍ୟାଳୟର ଛାତ୍ରଛାତ୍ରୀ l

Tanushree Mahapatra
Tanushree Mahapatra
Will work for weavers, farmers and public representatives: IIM, image source - twitter

Will work for weavers, farmers and public representatives: IIM, image source - twitter

ସମ୍ବଲପୁର ଆଇଆଇଏମ କ୍ୟାମ୍ପସ ପରିଦର୍ଶନ ସହ ବୃକ୍ଷରୋପଣ କଲେ କେନ୍ଦ୍ରମନ୍ତ୍ରୀ l  ବୁଣାକାର, ଚାଷୀ ଓ ଜନପ୍ରତିନିଧିଙ୍କ କାପାସିଟି ବିଲଡିଂ ବଢାଇବା ପାଇଁ କାର୍ଯ୍ୟ କରିବ ଆଇଆଇଏମ -ଧର୍ମେନ୍ଦ୍ର ପ୍ରଧାନ l ବୃକ୍ଷରୋପଣ କାର୍ଯ୍ୟକ୍ରମରେ ସାମିଲ ହେଲେ ଆଇଆଇଏମର ଛାତ୍ରଛାତ୍ରୀ ଓ ପ୍ରାଧ୍ୟାପକଙ୍କ ସହ ସୈନିକ ସ୍କୁଲ, ନବଦୋୟ ବିଦ୍ୟାଳୟ ଓ ଆଦର୍ଶ ବିଦ୍ୟାଳୟର ଛାତ୍ରଛାତ୍ରୀ l ୪୦୦ କୋଟି ବ୍ୟୟରେ ପ୍ରତିଷ୍ଠିତ ଏହି ଶିକ୍ଷାନୁଷ୍ଠାନକୁ ଖୁବ ଶୀଘ୍ର ପ୍ରଧାନମନ୍ତ୍ରୀ ଉଦଘାଟନ କରିବେ l ଛାତ୍ରଛାତ୍ରୀ, ପ୍ରାଧ୍ୟାପକଙ୍କ ସହ ନିର୍ମାଣ କାର୍ଯ୍ୟରେ ନିୟୋଜିତ ଥିବା ଶ୍ରମିକ ମାନଙ୍କ ସହ ଆଲୋଚନା କଲେ କେନ୍ଦ୍ରମନ୍ତ୍ରୀ l

ସ୍ଥାନୀୟ ଯୁବକ ଯୁବତୀଙ୍କୁ ଉଦ୍ୟମିତା କରିବା ପାଇଁ ଆଇଆଇଏମ ପରିସରରେ ଖୁବ ଶୀଘ୍ର ପ୍ରତିଷ୍ଠା ହେବ ଇନକ୍ୟୁବେସନ ସେଣ୍ଟର l ସମ୍ବଲପୁରକୁ ଏକ ବୌଦ୍ଧିକ କେନ୍ଦ୍ରରେ ପରିଣତ କରିବ ଆଇଆଇଏମ ସମ୍ବଲପୁର l  

କେନ୍ଦ୍ର ଶିକ୍ଷା,ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ସମ୍ବଲପୁର ଆଇଆଇଏମ କ୍ୟାମ୍ପସ ପରିଦର୍ଶନ କରିବା ସହ ବିଶ୍ୱ ପରିବେଶର ସୁରକ୍ଷା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଇଥିବା ‘ମିଶନ ଲାଇଫ’ ଆହ୍ୱାନ କ୍ରମେ ଶିକ୍ଷାନୁଷ୍ଠାନ ପରିସରରେ ଛାତ୍ରଛାତ୍ରୀଙ୍କ ସହ ବୃକ୍ଷରୋପଣ କରିଛନ୍ତି ।  କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଆଇଆଇଏମ ସମ୍ବଲପୁର ସ୍ଥାନୀୟ ଅଞ୍ଚଳର ଅପାର ସମ୍ଭାବନାକୁ ଉପଯୋଗ କରିବା ପାଇଁ ନୂଆ ନୂଆ ବିଷୟ ଆରମ୍ଭ କରିବାକୁ ଯାଉଛି । ସମ୍ବଲପୁର ଜିଲ୍ଲାର ବୁଣାକାର ମାନଙ୍କର ଦକ୍ଷତା ବୃଦ୍ଧି ସହ ଗ୍ରାମୀଣ ଭିତ୍ତିକ ଅର୍ଥନୀତିକୁ ବଢାଇବା ପାଇଁ କୃଷକ ମାନଙ୍କ କାପାସିଟି ବିଲଡିଂ ବୃଦ୍ଧି କରିବା ଦିଗରେ ଶିକ୍ଷାନୁଷ୍ଠାନ ଯୋଜନା କରିଛି । ଏହାସହ ସ୍ଥାନୀୟ ନିର୍ବାଚିତ ପ୍ରତିନିଧି ତଥା ସରପଞ୍ଚ, ଜିଲ୍ଲା ପରିଷଦ ସଦସ୍ୟ, ମ୍ୟୁନିସପାଲଟି, କାଉନସିଲର, ଚେୟାରମ୍ୟାନ ଅର୍ଥାତ୍ ସ୍ଥାନୀୟ ପ୍ରଶାସନର କାପାସିଟି ବିଲଡିଂ ବଢାଇବା ପାଇଁ ମଧ୍ୟ ପରାମର୍ଶ ଦିଆଯାଇଛି ।  

ସେ କହିଛନ୍ତି, ସମ୍ବଲପୁର ଆମ ଓଡ଼ିଶାର ସାଂସ୍କୃତିକ ପେଣ୍ଠସ୍ଥଳୀ । ମାଆ ସମଲେଇ ଏଠାରେ ବିରାଜମାନ । ଏହି ଅଞ୍ଚଳରେ ହୀରାକୁଦ ବନ୍ଧ, ସମ୍ବଲପୁର ବିଶ୍ୱବିଦ୍ୟାଳୟ, ବୀର ସୁରେନ୍ଦ୍ର ସାଏ ମେଡିକାଲ କଲେଜ, ବୁର୍ଲା ଇଞ୍ଜିନିୟରିଂ କଲେଜ, ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ ଅନୁଷ୍ଠାନ ଅଛି । ଆଇଆଇଏମ ପ୍ରତିଷ୍ଠା ଦ୍ୱାରା ଏହି ଅଞ୍ଚଳ ଏକ ବୌଦ୍ଧିକ କେନ୍ଦ୍ରରେ ପରିଣତ ହେବ । ଖୁବ ଶୀଘ୍ର ସ୍ଥାନୀୟ ଯୁବକ ଯୁବତୀଙ୍କୁ ଉଦ୍ୟମିତା କରିବା ପାଇଁ ଏଠାରେ ଇନକ୍ୟୁବେସନ ସେଣ୍ଟର ସ୍ଥାପନା ହେବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିଷ୍ପତି କାରଣରୁ ସମ୍ବଲପୁର ଭଳି ଅଞ୍ଚଳରେ ୪୦୦ କୋଟି ଟଙ୍କା ବ୍ୟୟରେ ଆଇଆଇଏମ ଭଳି ଅତ୍ୟାଧୁନିକ ଶିକ୍ଷାନୁଷ୍ଠାନ ପ୍ରତିଷ୍ଠା ହୋଇପାରିଛି । ଦୁଇଟି ବ୍ୟାଚରେ ୬୦୦ ପିଲା ପାଠ ପଢ଼ିବେ ଏବଂ ଏଥିପାଇଁ ୩୦ ଜଣ ପ୍ରାଧ୍ୟାପକ ଓ ଅନ୍ୟ କର୍ମଚାରୀଙ୍କ ମାନଙ୍କ ନିଯୁକ୍ତି ହୋଇ ସାରିଛି । ପ୍ରଧାନମନ୍ତ୍ରୀ ଶିଳାନ୍ୟାସ କରିଥିବା ଏହି ଶିକ୍ଷାନୁଷ୍ଠାନକୁ ଖୁବ ଶୀଘ୍ର ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଉଦଘାଟନ କରାଯିବ।

ବୃକ୍ଷରୋପଣ ନେଇ ଶ୍ରୀ ପ୍ରଧାନ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ବିଶ୍ୱ ପର୍ଯ୍ୟାବରଣକୁ ସୁରକ୍ଷା ଦେବା ପାଇଁ ମିଶନ ଲାଇଫର ଆହ୍ୱାନ କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ କ୍ରମେ ଆଇଆଇଏମ ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା । ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଶିକ୍ଷାନୁଷ୍ଠାନ ସହ ଜଡ଼ିତ ଛାତ୍ରଛାତ୍ରୀ, ପ୍ରାଧ୍ୟାପକ, କର୍ମଚାରୀ ଓ ସ୍ଥାନୀୟ ନାଗରିକଙ୍କ ସମେତ ସ୍ଥାନୀୟ ଅଞ୍ଚଳରେ ଥିବା ସୈନିକ ସ୍କୁଲ, ନବଦୋୟ ବିଦ୍ୟାଳୟ ଓ ଆଦର୍ଶ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ସାମିଲ ହୋଇଥିଲେ ।  

ଏହି ଅବସରରେ ଶ୍ରୀ ପ୍ରଧାନ ଆଇଆଇଏମ ସମ୍ବଲପୁରର ନିର୍ଦ୍ଦେଶକ ଓ କର୍ମଚାରୀଙ୍କ ସହ ପାଠ୍ୟକ୍ରମ ସହ ଜଡ଼ିତ ବିଷୟ ନେଇ ମଧ୍ୟ ଆଲୋଚନା କରିଥିଲେ । ଛାତ୍ରଛାତ୍ରୀଙ୍କୁ ଆଇଏମଏସ କ୍ୟାମ୍ପସ ସମ୍ପର୍କରେ ସୁବିଧା ଅସୁବିଧା ପଚାରି ବୁଝିଥିଲେ । କ୍ୟାମ୍ପସ ବୁଲିବା ସହ ଡିଜିଟାଲ ଶ୍ରେଣୀ ଗୃହ ବୁଲି ଦେଖିଥିଲେ । ନିର୍ମାଣ କାର୍ଯ୍ୟରେ ନିୟୋଜିତ ଥିବା ଶ୍ରମିକ ମାନଙ୍କ ସହ ମଧ୍ୟ କେନ୍ଦ୍ରମନ୍ତ୍ରୀ କଥାବାର୍ତ୍ତା ହୋଇଥିଲେ ।

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments