1. ଅନ୍ୟାନ୍ୟ

ପବିତ୍ର ବିଶ୍ୱକର୍ମା ପୂଜା !

ପବିତ୍ର ବିଶ୍ୱକର୍ମା ପୂଜା !

KJ Staff
KJ Staff


ପବିତ୍ର ବିଶ୍ୱକର୍ମା ଜୟନ୍ତୀ ଅର୍ଥାତ ପ୍ରଭୁ ଶ୍ରୀ ବିଶ୍ୱକର୍ମା ଙ୍କ ଜନ୍ମ ତିଥି ରେ ଏହି ପୂଜା କରାଯାଇଥାଏ |ହିନ୍ଦୁ ଶାସ୍ତ୍ର ଅନୁଯାୟୀ ବିଶ୍ୱକର୍ମା ଙ୍କୁ ଦେବଶୀଳ୍ପି ର ମାନ୍ୟତା ଦିଆଯାଇଛି ଅର୍ଥାତ ଦେବତା ମାନଙ୍କ ଅସ୍ତ୍ର ଶାସ୍ତ୍ର ,ପ୍ରାସାଦ ମହଲା ଇତ୍ୟାଦି ବିଶ୍ୱକର୍ମା ଙ୍କ ଦ୍ୱାରା ନିର୍ମିତ |ଏଣୁ ଏହି ଦିନ ସମସ୍ତ ଅଫିସ ରେ ଯାନ -ବାହନ,ମେସିନ ,ଯନ୍ତ୍ରପାତି ଏପରିକି ଦୋକାନ ଆଦିକୁ ପୂଜା କରାଯାଇଥାଏ |ପୁରାଣ ଅନୁଯାୟୀ ବିଶ୍ୱକର୍ମା ବ୍ରହ୍ମା ଙ୍କର ସପ୍ତମ ଧର୍ମ ପୁତ୍ର |

ଏହାର ମହତ୍ୱ :


ପ୍ରଭୁ ବିଶ୍ୱକର୍ମା ଙ୍କ ଜନ୍ମ ତିଥି ରେ ଏହି ପୂଜା ର ପାଳନ କରାଯାଇଥାଏ |ଏହି ଦିନରେ ବିଶ୍ୱକର୍ମା ସୃଷ୍ଟି ର ରଚୟିତା ବ୍ରହ୍ମା ଙ୍କର ପୁତ୍ର ଭାବେ ଜନ୍ମ ଗ୍ରହଣ କରିଥିଲେ |ତାଙ୍କୁ "ପ୍ରଥମ ଇଞ୍ଜିନିଅର "ବା "ମେସିନ ର ଦେବତା "ର ମାନ୍ୟତା ଦିଆଯାଇଛି |ଶିଳ୍ପ ଜ୍ଞାନ ନ ରହିଲେ ଭବ୍ୟ ଅଟ୍ଟାଳିକା ,ଘର ,ରାସ୍ତା ଇତ୍ୟାଦି ତିଆରି ହୋଇପାରିବ ନାହିଁ |ତେଣୁ ଦେଶ ର ବିକାଶ ମଧ୍ୟ ହୋଇପାରିବ ନାହିଁ |ସାମାଜିକ, ଆର୍ଥିକ ଓ ସାଂସ୍କୃତିକ ବିକାଶ ଲାଗି ଆବଶ୍ୟକ ଏହି ଶିଳ୍ପଜ୍ଞାନ ର ଆହରଣ ଏବଂ ଆରାଧନା ଲାଗି ଏହି ପୂଜା ର ବିଶେଷ ମହତ୍ୱ ରହିଛି |

ପୂଜାର ବିଧି


ସର୍ବପ୍ରଥମ ଗାଡି ମେସିନ ଦୋକାନ ଇତ୍ୟାଦି ଧୋଇ ଭଲ ଭାବେ ସଫା କରିବା ପଶ୍ଚୟାତ ସ୍ନାନ କରନ୍ତୁ |ଘରେ ବିଷ୍ଣୁ ଙ୍କର ଆରାଧନା କରିଲା ପରେ ପ୍ରଭୁ ବିଶ୍ୱକର୍ମା ଙ୍କ ଲାଗି ଏକ ୮ ପାଖୁଡା ବିଶିଷ୍ଟ ପଦ୍ମ ଆଂକନ୍ତୁ  ଏବଂ ଏଥିରେ ୭ ପ୍ରକାର ଶସ୍ୟ ରଖନ୍ତୁ |ତାହା ଉପରେ ମାଟି ବା ପିତଳ ଢାଳ ରେ ଥିବା ପାଣି ଛିଞ୍ଚନ୍ତୁ |


ଏହା ପରେ ପ୍ରଭୁ ବିଶ୍ୱକର୍ମାଙ୍କୁ ଫୁଲ ଚଢାଇ ଭଲ ଭାବେ ପୂଜା କରନ୍ତୁ

Like this article?

Hey! I am KJ Staff. Did you liked this article and have suggestions to improve this article? Mail me your suggestions and feedback.

Share your comments