1. ଅନ୍ୟାନ୍ୟ

ଉଚ୍ଚ ରକ୍ତଚାପ ଲାଗି ଚିନ୍ତିତ କି ?

ଉଚ୍ଚ ରକ୍ତଚାପ ଲାଗି ଚିନ୍ତିତ କି ?

KJ Staff
KJ Staff

ଉଚ୍ଚ ରକ୍ତଚାପ ଜନିତ ମୃତ୍ୟୁହାରରେ ଓଡିଶା ତୃତୀୟ

ଘରେ ଘରେ ଏବେ ନିରବ ମୃତ୍ୟୁ ର କାରଣ ହୋଇଛି ,ଉଚ୍ଚ ରକ୍ତଚାପ ବା "ହାଇପରଟେନସନ "କାରଣ ଏହାର କୌଣସି ପ୍ରକୃଷ୍ଟ ଲକ୍ଷଣ ଦେଖିବାକୁ ମିଳେ ନାହିଁ | ଉଚ୍ଚ ରକ୍ତଚାପ ଦ୍ୱାରା ଅନ୍ୟ କାର୍ଡିଓ-ଭାସ୍କୁଲାର ରୋଗ ର ସମ୍ମୁଖୀନ ହେବାକୁ ପଡିଥାଏ |ଏହା ଅଧିକ ହେଲେ ମୃତ୍ୟୁ ର କାରଣ ମଧ୍ୟ ହୋଇଥାଏ |ଏହାକୁ ନେଇ ସତର୍କତା ଅବଲମ୍ବନ କରିବା ପାଇଁ "ୱାଲଡ ହାଇପରଟେନସନ ଦେ ଏବଂ ହାଇ ବ୍ଲଡ଼ ପ୍ରେସର ଏଜୁକେସନ ଡେ"ର ପାଳନ କରାଯାଏ |

ଏ ସମ୍ପର୍କରେ ଡ଼.ସୁଧୀର ପଟ୍ଟନାୟକ (ଏମ.ଡି)ମେଡ଼ିସିନ କହିଛନ୍ତି ଯେ ହାଇପରଟେନସନ ଦୀର୍ଘ ଦିନ ଧରି ବଳବତ୍ତର ହୋଇ ରହିଲେ ଏହାର ଜଟିଳତା ଯେପରି କି ହୃଦ୍ଘାତ ,କିଡ୍ନୀ ଅକାମି ହେବା,ପାରାଲିସିସ ଏବଂ ଅନ୍ଧତ୍ୱ ଭଳି ସମସ୍ୟା ଦେଖିବାକୁ ମିଳିଥାଏ |ତେଣୁ ନିୟମିତ ଭାବେ ନିଜର ରକ୍ତଚାପ କୁ ଯାଞ୍ଚ କରିବା ଆବଶ୍ୟକ |ଡ .ପଟ୍ଟନାୟକ ଙ୍କ କହିବା ଅନୁଯାୟୀ ୧୫ ରୁ ୪୯ ବର୍ଷ ମଧ୍ୟରେ ୧୮.୨ % ବୟସ୍କମାନେ ହାଇପରଟେନସନ ରେ ଆକ୍ରାନ୍ତ |ଦେଶରେ ଓଡ଼ିଶାର ରକ୍ତଚାପ ଜନିତ ମୃତ୍ୟୁ ରେ ୩ୟ ସ୍ଥାନ ରହିଛି |ଏହି କାରଣରୁ ଲୋକେ ପଙ୍ଗୁ ପାଲଟୁଥିବା କାରଣ ପାଇଁ ରାଜ୍ୟ ୪ର୍ଥ ସ୍ଥାନ ରହିଛି |

ଏଥିପାଇଁ ୧୮ ବର୍ଷ ବୟସ ର ବ୍ୟକ୍ତିମାନେ ପ୍ରତ୍ୟେକ ୨ ବର୍ଷକୁ ଥରେ ଏବଂ ସେହିପରି ୪୦ ବର୍ଷ ରୁ ଉର୍ଧ୍ଵ ବ୍ୟକ୍ତି ମାନେ ପ୍ରତ୍ୟେକ ବର୍ଷ ରକ୍ତଚାପ ପରୀକ୍ଷା କରିବା ଆବଶ୍ୟକ |ଏହାର କାରଣ ସ୍ପଷ୍ଟ ନ ହୋଇଥିଲେ ମଧ୍ୟ ଏହାର ପରିଣାମ ବହୁତ ଭୟଙ୍କର ହୋଇପାରେ |ଏହାର ନିୟନ୍ତ୍ରଣ ଲାଗି ଅଧିକ ଫଳ ,ପନିପରିବା ସହ ସ୍ଵାଥ୍ୟସ୍ପଦ ଖାଦ୍ୟ ଗ୍ରହଣ କରନ୍ତୁ |ଏହା ବ୍ୟତୀତ ସପ୍ତାହ କୁ ହାରାହାରି ୧୫୦ ମିନିଟ ର ଆରୋବିକ୍ସ ନିଶ୍ଚିନ୍ତ କରନ୍ତୁ |ଏଥି ସହ ମଦ୍ୟପାନ ଉପରେ ରୋକ ଲଗାଇ ସୁସ୍ଥ ସବଳ ଜୀବନ ଯାପନ କରିବାର ପ୍ରୟାସ କରିବା ଆବଶ୍ୟକ |

Like this article?

Hey! I am KJ Staff. Did you liked this article and have suggestions to improve this article? Mail me your suggestions and feedback.

Share your comments

ଆମ ନ୍ୟୁଜଲେଟରକୁ ସବସ୍କ୍ରାଇବ୍ କରନ୍ତୁ । ଆପଣ ଆପଣଙ୍କ ଆଗ୍ରହ ଥିବା ଟପିକ୍‌ ବାଛିବେ ଏବଂ ଆମେ ଆପଣଙ୍କୁ ବଛା ବଛା ନ୍ୟୁଜ ଓ ଆପଣଙ୍କ ପସନ୍ଦ ଅନୁଯାୟୀ ଲାଟେଷ୍ଟ ଅପଡେଟ୍‌ ପଠାଇଦେବୁ ।

ନ୍ୟୁଜଲେଟର ସବସ୍କ୍ରାଇବ୍‌ କରନ୍ତୁ